ପାଣିଦୋଳ ଗ୍ରାମରେ ଗଣ୍ଡଗୋଳ, ୨ ଆହତ

ପୁରୀ ରାଜ୍ୟ
Spread the love

ପିପିଲି, ୨୯/୧୨: ପିପିଲି ଥାନା ଅନ୍ତର୍ଗତ ପାଣିଦୋଳ ଗ୍ରାମରେ ସୋମବାର ଅପରାହ୍ନରେ ଗଣ୍ଡଗୋଳ ଘଟି ୨ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦିପ୍ତିରଞ୍ଜନ ପଲେଇ (୨୫)ଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ତାଙ୍କୁ ଚିକିତ୍ସା ଲାଗି ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଅଧିକ ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କ୍ୟାପିଟାଲ ହସ୍‍ପିଟାଲ୍‍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ସୁକାନ୍ତି ସ୍ୱାଇଁ (୪୨) ନାମ୍ନୀ ମହିଳା ଆହତ ହୋଇ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।ଖବରପାଇ ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ଓ ଏସ୍‍ଆଇ ନାରାୟଣ ବେହେରା ଡାକ୍ତରଖାନାରେ ପହଞ୍ଚି ଉଭୟ ଆହତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି​। ଖବର ଲେଖାଯିବା ପର୍ଯ୍ୟନ୍ତ ଏ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ପୁଲିସ କହିଛି।

Leave a Reply

Your email address will not be published. Required fields are marked *