ନୂଆବର୍ଷ ରେ ଝଙ୍କଡ଼ ସାରଳାପୀଠରେ ଲକ୍ଷାଧିକ ଭକ୍ତସମାଗମ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼, ୧/୧: ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠରେ ନବବର୍ଷ 2026 ଉପଲକ୍ଷେ ଲକ୍ଷାଧିକ ଜନସମାଗମ ଦେଖିବାକୁ ମିଳିଥିଲା l ଯଦିବା ପ୍ରାତଃ ସମୟରେ ଘନକୁହୁଡି ଯୋଗୁଁ ଯାତ୍ରୀ ସଂଖ୍ୟା ହ୍ରାସ ପାଇଥିଲା ମାତ୍ର ଠିକ ଦିନ 10 ଟାରୁ ତିନିଗୋଟି ମୁଖ୍ୟପ୍ରବେଶ ପଥରେ ନାହିଁନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା l ପ୍ରବଳ ଜନସମାଗମ କୁ ଦୃଷ୍ଟିରେ ରଖି ପ୍ରାୟ ଅଧକିଲୋମିଟର ପୂର୍ବରୁ ରାସ୍ତାଗୁଡିକୁ ଶୀଲ କରାଯାଇ, ଯାନବାହାନ ଗୁଡିକ ପାର୍କିଂସ୍ଥାନରେ ରଖାଯିବାର ବ୍ୟବସ୍ଥା କରାଯାଇଥିଲା l ସେଠାରୁ ଚାଲିଚାଲି ଯାତ୍ରୀମାନେ ମାଆଙ୍କ ପୀଠସ୍ଥଳି ରେ ପହଞ୍ଚିବା ପରେ ସିଂହଦ୍ୱାର, ଉତ୍ତରଦ୍ୱାର ଓ ଦକ୍ଷିଣଦ୍ୱାର ଦେଇ ମନ୍ଦିରବେଢାରେ ପ୍ରବେଶ କରି ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ l ବାରିକେଟ ଓ ଧାଡିଦର୍ଶନ ର ବ୍ୟବସ୍ଥା କରାଯାଇନଥିବାରୁ, ନାଟ୍ୟମଣ୍ଡପରେ ମାଆଙ୍କ ଦର୍ଶନ କରିବାସମୟରେ କିଛିଘଣ୍ଟା ଧରି ଦଳାଚକଟା ଲାଗିରହିଥିଲା ଓ କିଛିଭକ୍ତ ପକେଟମାର, ଲୁଟେରା ମାନଙ୍କ ଶିକାର ହୋଇଥିଲେ l ବିଭିନ୍ନ ଗ୍ରାମ୍ୟା ଞ୍ଚଳ ରୁ ଆସିଥିବା ସଂକୀର୍ତ୍ତନ ଓ ହରିବୋଲ ହୁଳହୁଳି ସହିତ ଜୟମା ସାରଳା ଙ୍କ ଜୟଧ୍ଵନିରେ ମନ୍ଦିରବେଢା ପ୍ରକମ୍ପିତ ହୋଇଉଠିଥିଲା l ଅପରାହ୍ନ ଚାରିଟାବେଳେ ଯାତ୍ରୀସଂଖ୍ୟା କମିଯାଇଥିଲେ ମଧ୍ୟ ସନ୍ଧ୍ୟା ରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁଭକ୍ତମାନଙ୍କ ସମାଗମ ଯୋଗୁଁ ଚଳଚଞ୍ଚଳ ହୋଇଉଠିଥିଲା ମାଆଙ୍କ ପୀଠସ୍ଥଳୀ l ତେବେ ମାଆଙ୍କ ନାଟ୍ୟମଣ୍ଡପ ରୁ ଜୈନିକ ମହିଳାଙ୍କର ଗୋଟିଏ ସୁନାଚେନ ଜଣେ ସହୃଦୟବ୍ୟକ୍ତି ପାଇବା ପରେ ତାହା ମନ୍ଦିରପୋଲିସଫାଣ୍ଡିରେ ଜିମା ଦେଇଥିଲେ l ଏ ବିଷୟରେ ସୂଚନାକେନ୍ଦ୍ର ମାଧ୍ୟମରେ ବାରମ୍ବାର ସୂଚନା ପ୍ରଦାନ କରାଯାଇଥିଲେ ମଧ୍ୟ୍ ଖବର ଲେଖାହେବା ପର୍ଯ୍ୟନ୍ତ କୌଣସି ଦାବିଦାର ମନ୍ଦିରକାର୍ଯ୍ୟାଳୟ କୁ ଆସିନଥିଲେ l ତେବେ ଜିଲ୍ଲାପ୍ରଶାସନ ର ନିଦ୍ଦେଶ ଅନୁଯାଇ ପୋଲିସପ୍ରଶାସନ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟବିଭାଗ,. ଆର ଡବ୍ଲୁ ଏସ ଏସ ଆଦି ସରକାରୀ ବିଭାଗୀୟ ଅଧିକାରୀ ଓ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ, ଯାତ୍ରୀମାନଙ୍କ ସେବାମୂଳଜ କାର୍ଯ୍ୟ ରେ ନିୟୋଜିତ ହୋଇଥିଲା ବେଳେ, ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ କୁ ନାକେଦମ ହେବାକୁ ପଡିଥିଲା l ସନ୍ଧ୍ୟାରେ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ଭକ୍ତିସଙ୍ଗୀତର ଆସର ସ୍ଥାନୀୟଅଞ୍ଚଳ ରେ ଏକ ଆଧ୍ୟାତ୍ମିକ ଭକ୍ତିଭାବମୟ ପରିବେଶ ସୃଷ୍ଟି କରିଥିଲା l

Leave a Reply

Your email address will not be published. Required fields are marked *