ତିର୍ତ୍ତୋଲ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବାଣୀପର୍ବ ପାଳନ ଓ ମକର ମିଳନ ଉତ୍ସବ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼ (14/1/2026) :  ତିର୍ତ୍ତୋଲ ସମ୍ବାଦ ଘର ଆନୁକୂଲ୍ୟରେ ପବିତ୍ର ମକରସଂକ୍ରାନ୍ତି ଦିନ ପୂର୍ବାହ୍ନ ରେ ସାରଳାରୋଡ଼ ଦୋସଡିକ ଛକ ସ୍ଥିତ ସାରଳା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରେ, ବାଣୀପର୍ବ ପାଳନ, କବିତା ପଠନ ଓ ମକରମିଳନ ଉତ୍ସବ ବିପୁଳଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଝଙ୍କଡ଼ ରତ୍ନ ଗୋଲକ ବିହାରୀ ପଲାଇ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସାରସ୍ୱତ କାର୍ଯ୍ୟକ୍ରମ ରେ ସାହିତ୍ୟଘର ର ସମ୍ପାଦକ ପଣ୍ଡିତ ବାସବ ନନ୍ଦ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ମୁଖ୍ୟଅତିଥି ଭାବେ, ନିଖିଳ ଉତ୍କଳ ଶିକ୍ଷକମହାସଂଘ ଓଡିଶା ର ସଭାପତି ଅକ୍ଷୟ ଦାସ, ମୁଖ୍ୟବକ୍ତା ପ୍ରାଧ୍ୟାପିକା ଡଃ ବିଷ୍ଣୁପ୍ରିୟା ଦାସ ଓ ସମ୍ମାନିତ ଅତିଥିଭାବେ ପଣ୍ଡିତ ରବିନାରାୟଣ ପଣ୍ଡା ଓ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ନାରାୟଣ ନାୟକ ପ୍ରମ୍ମୁଖ ଯୋଗଦେଇ ମକରପର୍ବ ର ମହତ୍ତ୍ୱ, ବିଶେଷତ୍ୱ ଓ ବୈଶିଷ୍ଟ୍ୟ ଉପରେ ସାରଗର୍ଭକ ଓ ତଥ୍ୟଭିତ୍ତିକ ବକ୍ତବ୍ୟ ପ୍ରଦାନ କରିବା ସହିତ ବ୍ୟାସକବି ଫକୀରମୋହନ ସେନାପତି ଙ୍କ ଓଡ଼ିଆ ଭାଷାସାହିତ୍ୟ କ୍ଷେତ୍ରରେ ଅବଦାନ ବିଷୟରେ ମଧ୍ୟ ସୂଚନା ପ୍ରଦାନ କରିଥିଲେ ।

କବି ଝୁଲାରାମ ଦାସ ଓ ପ୍ରବଚକ ଦିଗମ୍ବର ରାଉତ ଙ୍କ ସଂଯୋଜନା ରେ ଆୟୋଜିତ କବିତା ପାଠୋତ୍ସବ ରେ ହେମନ୍ତ କୁମାର ନାୟକ, ପ୍ରଶାନ୍ତ କୁମାର ଦାସ, ଚୌଧୁରୀ ରାଧାମୋହନ ପରିଜା, ପ୍ରଭାତ ପରିଜା, ଅଶୋକ କୁମାର ଲେଙ୍କା, ଆଶିଷ ପରିଜା, ମଧୁସ୍ମିତା ବେହେରା, ପ୍ରକାଶ ଚନ୍ଦ୍ର ଦାଶ, ରମାକାନ୍ତ ଦାସ, ବିଦ୍ୟୁତଲତା ସ୍ୱାଇଁ, ବିକାଶ ଚନ୍ଦ୍ର ପରିଜା, କାଞ୍ଚନବାଳା ସ୍ୱାଇଁ, ବାସୁଦେବ ପଟ୍ଟନାୟକ ଓ ଅଞ୍ଜନା ମହାନ୍ତି ପ୍ରମ୍ମୁଖ କବି କବୟିତ୍ରୀ ମାନେ ସ୍ୱରଚିତ କବିତା ପାଠ କରିଥିଲେ । ସମ୍ବାଦଘର ର ସଂଯୋଜକ ରମାକାନ୍ତ ରାଉଳ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶେଷରେ ଡଃ ବସନ୍ତମଞ୍ଜରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *