ବିରିତୋଳ କୃଷି ସେବାସମବାୟ ସମିତିର ଧାନମଣ୍ଡି ଉଦଘାଟନ ଉତ୍ସବ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼  :  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, ବିରିତୋଳ କୃଷି ସେବାସମବାୟ ସମିତି ତରଫରୁ ଗତ ବୁଧବାର ପୂର୍ବାହ୍ନରେ, ଚଳିତବର୍ଷ ର ଖରିଫଧାନ କ୍ରୟ ନିମନ୍ତେ ଧାନମଣ୍ଡି ଉଦଘାଟନ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ଅଶ୍ୱିନୀ ଦାସ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବେ ତିର୍ତ୍ତୋଲ ବିଧାୟକ ପ୍ରଫେସର ଡ଼ ରମାକାନ୍ତ ଭୋଇ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ ଭୋଇ ଓ ସମ୍ମାନିତଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ତିର୍ତ୍ତୋଲ ବ୍ଲକ ଅଧ୍ୟ କ୍ଷ ମନୋଜ କୁମାର ବେହେରା, ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଅତିରିକ୍ତ ବିଡ଼ିଓ ସତ୍ୟଜିତ ସ୍ୱାଇଁ, ଯୋଗାଣ ନିରୀକ୍ଷକ ସ୍ୱୟଂପ୍ରଭା ସ୍ୱାଇଁ, ପୂର୍ବତନ ସରପଞ୍ଚ ବିଜୟ ମହାନ୍ତି, ପୂର୍ବତନ ସମିତିସଭ୍ୟା ମମତା ଦାଶ, ଆରଏମସି ସମ୍ପାଦକ ସୂର୍ଯ୍ୟକାନ୍ତ ଦାସ ଓ କଟକ ସମବାୟ ବ୍ୟାଙ୍କ ତିର୍ତ୍ତୋଲ ଶାଖାର ମ୍ୟାନେଜର ସୁଶୋଭନ ନାୟକ ପ୍ରମ୍ମୁଖ ମଞ୍ଚାସିନ ହୋଇ, ଧାନମଣ୍ଡି ଦ୍ୱାରା କିପରି ସୁବିଧାରେ ଧାନ ବିକ୍ରୟ କରି ଚାଷୀମାନେ ଉପକୃତ ହୋଇପାରିବେ, ସେ ବିଷୟରେ ତଥ୍ୟ ଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ କୃଷକପ୍ରତିନିଧି ସାରଦା ଚରଣ ଶତପଥୀ, ଅକ୍ଷୟ ମହାନ୍ତି, ମୁରଲୀଧର ପରିଡା ଓ ପ୍ରମୋଦ କୁମାର ତ୍ରିପାଠୀ ପ୍ରମ୍ମୁଖ ବିଭାଗୀୟ କର୍ତ୍ତୃପକ୍ଷ ପକ୍ଷଙ୍କୁ  ଅବଗତ କରାଇ ଥିଲେ । ପରିଶେଷରେ ସୋସାଇଟି ର ସମ୍ପାଦକ ଅସିତ କୁମାର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *