ବୟାଳିଶମୌଜା : ୪୨ ମୌଜା ଶ୍ରୀରାମ ଗ୍ରାମର କାଠଯୋଡ଼ି ନଦୀ ତଟ ସ୍ଥିତ ବଂଶୀଧର ସ୍ମୃତି ଉଦ୍ୟାନ ମଧ୍ୟରେ ଖାନନଗର ଅଞ୍ଚଳର ସାମାଜିକ ସଂଗଠନ ଚାନ୍ଦ କ୍ଲବ ପକ୍ଷରୁ ଏକ ଆଲୋଚନାଚକ୍ର ଓ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ପ୍ରକୃତିବନ୍ଧୁ ନବକିଶୋର ପଣ୍ଡାଙ୍କୁ ସଫଳ ଜଙ୍ଗଲ ସୃଷ୍ଟି ଅଭିଯାନ ପାଇଁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ଏଥିସହିତ ଅନୁଷ୍ଠାନର କର୍ମକର୍ତ୍ତା ଓ ଉପଦେଷ୍ଟା ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ବୈଠକରେ କ୍ଳବର ସଭାପତି ଦୀପକ କୁମାର ବେହେରା, ସମ୍ପାଦକ ସୁଶୀଲ କୁମାର ପରିଡ଼ା, ସନ୍ତୋଷ କୁମାର ବେହେରା, ଦିଲ୍ଲୀପ କୁମାର ବେହେରା , କୁନୁ ପ୍ରଧାନ, ମକର କୁଣ୍ଡକ ବେହେରା, ସଞ୍ଜୟ ବେହେରା, କୈଳାଶ ମଙ୍ଗୁଆଳ, ଦୀପକ ବେହେରା ଓ ବୁବା ନନା ଯୋଗଦେଇଥିବା ବେଳେ ପରିବେଶବିତ୍ ବସନ୍ତ କୁମାର ପଣ୍ଡା ଉପସ୍ଥିତ ଥିଲେ।
