ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୬-୨୭ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ବ୍ୟୟବରାଦ
ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାର ଶୁଭାରମ୍ଭ
ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ଯୋଜନାକୁ ୭୩୨ କୋଟି
ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନକୁ ୫ ହଜାର ୮ କୋଟି
ରାଜ୍ୟରେ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନାକୁ ୬୩୫ କୋଟି
ସମୃଦ୍ଧ କୃଷକ ଯୋଜନା ପାଇଁ ୬୦୮୮ କୋଟି
ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାକୁ ୬୩୦୯ କୋଟି
ଶ୍ରୀଅନ୍ନ ଯୋଜନା ପାଇଁ ୪୦୦ କୋଟି ଟଙ୍କା
ମୁଖ୍ୟମନ୍ତ୍ରୀ ସ୍ମାର୍ଟ ଯୋଜନାକୁ ୧୦୦ କୋଟି
ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ୫୦୦ କୋଟି
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୧୦୧୦ କୋଟି
ଅମୃତ ପ୍ରକଳ୍ପ ଯୋଜନାକୁ ୯୧୬ କୋଟି
ଫିଟ୍ ଓଡ଼ିଶା ମିଶନକୁ ୧୦ କୋଟି ଟଙ୍କା
ପଶ୍ଚିମ ଓଡ଼ିଶା ଡାଲଖାଇ ଯୋଜନା ପାଇଁ ୨୨୦ କୋଟି ଟଙ୍କା
ବାରିପଦାରେ ଛଉ ଏକାଡେମୀ ପ୍ରତିଷ୍ଠାକୁ ଗୁରୁତ୍ବ
ସୁଜଳା ଯୋଜନାକୁ ୮୨୦ କୋଟି ଟଙ୍କା
ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ଯୋଜନାକୁ ୭୩୨ କୋଟି
ବଜେଟରେ ସରକାରଙ୍କ ୧୬ଟି ନୂଆ ଯୋଜନା1. ଭିବି ଜି ରାମ ଜି – ୫୫୭୫ କୋଟି
2. ସମୃଦ୍ଧ ଅଙ୍ଗନବାଡି ଯୋଜନା – ୬୩୫ କୋଟି
3. ମଡେଲ ମଣ୍ଡି – ୧୦୦ କୋଟି
4. ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା
5. ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ – ୧୦୦ କୋଟି
6. ୱାର୍ଲଡ ଗ୍ରେନ ଷ୍ଟୋରେଜ ପ୍ଲାନ – ୨୪୦ କୋଟି
7. ରେଆର ଆର୍ଥ କରିଡ଼ର – ୧୦ କୋଟି
8. ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରାନ୍ସଫରମେଟିଭ ଇନିସି୍ଏଟିଭ
9. ବିଛିନ୍ନ ଅଂଚଳକୁ ଯୋଗାଯୋଗ – ୧୦୦୦ କୋଟି
10. ଜଗନ୍ନାଥ ଇଣ୍ଟରପ୍ରିଟେସନ ସେଣ୍ଟର
11. ୱାର୍ଲଡ ଟୁରିଜିମ ସେଣ୍ଟର (ପୁରୀ)
12. ଷ୍ଟେଟ ଏଆଇ ମିଶନ – ୨୩ କୋଟି
13. ଟୁରିଜିମ ଲାଣ୍ଡ ବ୍ୟାଙ୍କ ସ୍କିମ – ୧୫୦ କୋଟି
14. ଡାଲଖାଇ – ୨୨୦ କୋଟି
15. ମୁଖ୍ୟମନ୍ତ୍ରୀ ଅର୍ଥ ପରାମର୍ଶଦାତା ପରିଷଦ
16. ଫିଟ୍ ଓଡ଼ିଶା ମିଶନ – ୧୦ କୋଟି
