ବାଲିଘର ୩୬ତମ ବାର୍ଷିକୋତ୍ସବ ୧୫ରେ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼ :  ଜିଲ୍ଲାର ପୁରାତନ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ବାଲିଘର ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ତଥା ବାଲିଘର ଫାଉଣ୍ଡେସନ ର ୩୬ ତମ ବାର୍ଷିକୋତ୍ସବ ଓ ସାରସ୍ୱତ ସମାରୋହ ଚଳିତ ମାସ୧୫ ତାରିଖ ରେ ତିର୍ତ୍ତୋଲ ବ୍ଲକ୍ ତେନ୍ତୁଳିପଦା ସ୍ଥିତ ସାରଳା ଦାସଙ୍କ ସମାଧିପୀଠ ମୁନିଗୋସେଇଁ ମଠ ପରିସରରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସଂପାଦକ କୈଳାସ ଚନ୍ଦ୍ର ସ୍ୱାଇଁ ଓ ସଭାପତି ଅଜୟ କୁମାର ବେହେରା ଜଣାଇଛନ୍ତି।

ଏହି ଉତ୍ସବରେ ଓଡ଼ିଆ ଭାଷା ସାହିତ୍ୟରେ ସୁନାମ ଅର୍ଜନ କରିଥିବା ପ୍ରତିଭଧର ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ। ସେମାନଙ୍କ ମଧ୍ୟରେ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ଅଦୈତକୁମାର ପାତ୍ର, କବି ଧନଞ୍ଜୟ ସ୍ୱାଇଁ, ଇଂ ବିଷ୍ଣୁ ସାହୁ, କୁଞ୍ଜବିହାରୀ ସାହୁ, ସତ୍ୟବତୀ ସ୍ୱାଇଂ, ଇଂ ତୋଫାନ ଜେନା, ରାଜରତନ ସିଂ ଓ ଶ୍ରୀସିକ୍ତା ପ୍ରିୟଦର୍ଶିନୀ ନାୟକ। ବାଲିଘର ସମ୍ମାନ ୨୦୨୬ ପାଇବେ ଡ଼ ଗଙ୍ଗାଧର ମିଶ୍ର, ଡ଼ ବିଷ୍ଣପ୍ରିୟା ଦାଶ,ଭଗବାନ ସାହୁ, ପ୍ରେମାନନ୍ଦ ଖଣ୍ଡୁଆଳ,ବୈଜୟନ୍ତୀ ସାହୁ ଓ ଡ ପ୍ରତାପ କୁମାର ମହାପାତ୍ର। ଏହି ଉତ୍ସବରେ ଅତିଥି ଭାବେ ପ୍ରଫେସର ଆଦିକନ୍ଦ ସାହୁ,ପ୍ରଫେସର ନିତ୍ୟାନନ୍ଦ ସାହୁ, ଇଂ ପ୍ରଭାକର ସ୍ୱାଇଁ, ମେଜର ଡ଼ ସୁମିତ୍ରା ମିଶ୍ର, ଅଧ୍ୟାପିକା ଡ଼ ସରୋଜିନୀ ପାଣି, କବି ଶଶିଶେଖର ମହାପାତ୍ର, ଆଇନଜୀବୀ ସୁଧିରଚନ୍ଦ୍ର ଖୁଣ୍ଟିଆ, କବି ଗୋଲୋକ ବିହାରୀ ପଲାଇ, ଉମାକାନ୍ତ ନାୟକ, ବିଜୟ ଖଟେଇ,ନାଟ୍ୟ ନିର୍ଦ୍ଦେଶକ ଲୋକନାଥ ମହାନ୍ତି ଓ ନିର୍ଲୀପ୍ତ କୁମାର ଜେନା ପ୍ରମୁଖ ଯୋଗ ଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି। ଏଥିରେ ସମସ୍ତ କବି, ଲେଖକ,ସାମ୍ବାଦିକ ଓ ସାହିତ୍ୟ ଅନୁରାଗୀ ବୁଦ୍ଧିଜୀବୀ ଯୋଗ ଦେବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *