ଝଙ୍କଡ଼ : ବାଣୀକ୍ଷେତ୍ର ଜଗତସିଂହପୁରଜିଲ୍ଲାର ବାଣିଜ୍ୟକେନ୍ଦ୍ର, ରାହାମା ସାରଳା କଲେଜ ପଡିଆରେ, ଗତ ମାର୍ଚ୍ଚ 11 ତାରିଖରୁ ଆରମ୍ଭ ହୋଇଥିବା ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବ, ବିପୁଳଆନନ୍ଦଉଲ୍ଲାସ ମଧ୍ୟରେ ମାର୍ଚ୍ଚ 18 ତାରିଖ ବୁଧବାର ଦିନ ବିଳମ୍ବିତ ରାତ୍ରୀ ରେ ଉଦଯାପିତ ହୋଇଯାଇଛି l ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବା ଭାଗବତ ପ୍ରଚାରସମିତି ଆନୁକୂଲ୍ୟରେ ଆୟୋଜିତ ଏହି ମହାନ ଆଧ୍ୟାତ୍ମିକ, ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଶାରଦାପୀଠ ଶ୍ରୀଙ୍ଗେରୀ କର୍ଣ୍ଣାଟକ ର ଶ୍ରୀମଦ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ବିଧୁଶେଖର ଭାରତୀ ମହାସ୍ୱାମୀଜୀ, ଶ୍ରୀମନ୍ଦିର ଛତିଶl ନିଯୋଗ ନାୟକ ଜନାର୍ଦ୍ଦନ ପଟ୍ଟଯୋଶୀ ମହାପାତ୍ର, ସତ୍ୟ ସନାତନ ଧର୍ମ ପ୍ରଚାରକ ଅଧ୍ୟକ୍ଷ ବନ୍ଦେଶ୍ୱର ଧାମର ସ୍ୱାମୀ ସ୍ୱାମୀ ମୁକୁନ୍ଦକୃଷ୍ଣ ଜୀ ମହାରାଜ ଓ ଅନୁଷ୍ଠାନର ମାର୍ଗଦର୍ଶକ ତଥା ଶ୍ରୀଜଗନ୍ନାଥ ସଂସ୍କୃତିର ରାଷ୍ଟ୍ରୀୟ ପ୍ରଚାରକ ବ୍ରହ୍ମଚାରୀ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ସମେତ ବହୁ ସାଧୁ ସନ୍ଥ ମହାତ୍ମା, ଜ୍ଞାନୀ ଗୁଣୀ ବିଦ୍ୱାନ ପଣ୍ଡିତ, ପୁରୀ ଶ୍ରୀମନ୍ଦିରର ପ୍ରମୁଖ ସେବାନିଯୋଗୀ ମାନଙ୍କ ସମେତ ବିଭିନ୍ନ ମଠ ମନ୍ଦିରର ମହନ୍ତ, ସେବାୟତ ଓ ମୁଖ୍ୟପୂଜଜ ମାନେ ଭିନ୍ନଭିନ୍ନ ଦିବସରେ ଯୋଗଦେଇ ଥିବାବେଳେ, ରାଜ୍ୟ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ, ଙ୍କ ସମେତ ବହୁ ଜନପ୍ରତିନିଧି ଓ ବିଶିଷ୍ଟମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଞ୍ଚାସିନ ହୋଇ, ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l
ତେବେ ମଞ୍ଚର ପ୍ରଚ୍ଛଦପଟ୍ଟରେ ନାମାଚାର୍ଯ୍ୟ ବାୟା ବାବା, ଜଳଉକାଧୀଶ ବୈକୁଣ୍ଠ ନାଥ ବ୍ରହ୍ମଚାରୀ, ଅନୁଷ୍ଠାନର ପ୍ରତିଷ୍ଠାତା ତ୍ରିଦଣ୍ଡି ସ୍ୱାମୀ ଭଗବାନ ଦେବଜୀ ଙ୍କ ଫଟୋଚିତ୍ର ସ୍ଥାପିତ ହୋଇଥିବାର ଦେଖିବାକୁ ମିଳିଥିଲା l ମହୋତ୍ସବ ମଣ୍ଡପ ର ବିଭିନ୍ନ ପ୍ରକୋଷ୍ଠ ରେ ମହାପ୍ରଭୁ ଙ୍କ ନୀଳମାଧଵ ବେଶ, ଶ୍ରୀ ରଘୁନାଥ ବେଶ, ଗିରିଗୋବର୍ଦ୍ଧନ ବେଶ, ଛପନଭୋଗ ଆଦି ଆକର୍ଷଣୀୟ ଦର୍ଶନ ସହିତ ପ୍ରତିଦିନ ସୂର୍ଯ୍ୟପୂଜା, ଗୋପୁଜା, ସର୍ବଦେବଦେବୀ ଙ୍କ ଉଦ୍ଦେଶ୍ୟରେ ବିଶ୍ଵଶାନ୍ତି ଯଜ୍ଞ୍ ରେ ଆହୁତିପ୍ରଦାନ ସହିତ ଜଗନ୍ନାଥଙ୍କ ଉପରେ ଆଧାରିତ ନୃତ୍ୟସଙ୍ଗୀତ ପରିବେଷଣ କରାଯାଇଥିଲା l ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ନୀଳଚକ୍ର ର ଶୁଭଉଦଘାଟନ ଅତିଥିମାନଙ୍କ ଦ୍ୱାରା କରାଯାଇଥିବା ବେଳେ ସମାଜର ବିଭିନ୍ନକ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ମାନଙ୍କୁ, ସେମାନଙ୍କର ଦକ୍ଷତା ଓ ପାରଦର୍ଶିତା ପାଇଁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ଉଦଯାପନୀ ସନ୍ଧ୍ୟା ର ବିଶେଷ ଅତିଥି ଭାବେ ନାଇଜର ର କୁଳସଚିବ ଅଭୟ କୁମାର ନାୟକ, ପାରାଦ୍ୱୀପ ଇଫକୋ ର ଲୋକସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା ନୃସିଂହଗାଦିଗୋସେଇଁ ଙ୍କ ପୀଠର ରମାକାନ୍ତ ଦାସଜୀ ପ୍ରମୁଖ ମଞ୍ଚାସିନ ହୋଇଥିବାବେଳେ, ଏହି ସମସ୍ତ କାର୍ଯ୍ୟକ୍ରମ କୁ ମହୋତ୍ସବ ପରିଚାଳନା କମିଟି ର ପ୍ରତିଷ୍ଠାତା, ସଂଯୋଜକ ତଥା ସମ୍ପାଦକ ଡଃ ସୁନାକର ବେହେରା, ସଭାପତି ଚୌଧୁରୀ ପଞ୍ଚାନନ ଦାସ, କାର୍ଯ୍ୟକାରୀ ସଭାପତି ରବିନାରାୟଣ ସାହୁ, ଭିକାରୀ ଚରଣ ସେନାପତି, ପ୍ରହ୍ଲାଦ ବେହେରା, ସାଧାରଣସମ୍ପାଦକ ଦୀପକ କୁମାର ଦାସ, କୋଷାଧକ୍ଷ ଶରତ ଚନ୍ଦ୍ର ସାହୁ, ପ୍ରଦୀପ୍ତ କୁମାର ସାହୁ, ସହସମ୍ପାଦକ ମନୋହର ସ୍ୱାଇଁ, ବିନୋଦ ବରାଳ, ବିନୋଦ ବରାଳ, ଜୟନ୍ତ ମହାନ୍ତି ଓ ମିଡ଼ିଆସଂଯୋଜକ ଦେବାଶିଷ ଅକ୍ଷୟ କୁମାର ମହାନ୍ତି ଙ୍କ ସମେତ, ସଂଯୋଜନାମଣ୍ଡଳୀ ର ଯଜ୍ଞl ଶିଷ ମହାପାତ୍ର, ତ୍ରିନାଥ ଲେଙ୍କା, ବିଜୟ ବିଶ୍ୱାଳ, ମନୋରଞ୍ଜନ ଖୁଣ୍ଟିଆ, ବ୍ରଜକିଶୋର ମହାରାଜ, ଅଜୟ କୁମାର ସାହୁ, ଶିଶିର କୁମାର ଦାସ,ପ୍ରମୁଖ ଙ୍କ ସହିତ ମୁଖପତ୍ର ର ମୁଖ୍ୟସମ୍ପାଦକ ପ୍ରଫେସର କବିଚନ୍ଦ୍ର ବେହେରା, ସମ୍ପାଦକ ଅକ୍ଷୟ କୁମାର ସାହୁ ଓ ସମ୍ପାଦନା ମଣ୍ଡଳୀ ର ବିନୋଦ କୁମାର ମୁଦୁଲି ଏବଂ ସମସ୍ତ କର୍ମକର୍ତ୍ତା, ସ୍ଥାନୀୟଅଞ୍ଚଳ ର ଅଧିବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ତେବେ ଏହି ସମସ୍ତକାର୍ଯ୍ୟକ୍ରମ ର ମୁଖ୍ୟଆକର୍ଷଣ ପ୍ରବକ୍ତା ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ସ୍କନ୍ଧପୁରାଣ ବର୍ଣ୍ଣିତ, ପୁରୀ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ, ମହାପ୍ରଭୁ ଙ୍କ ଅପୂର୍ବ ଲୀଳା, ମହିମା ବିଷୟରେ ବହୁ ପୁରାଣଶାସ୍ତ୍ର ଓ ପ୍ରତିଷ୍ଠିତ କବି ମାନଙ୍କ ଉକ୍ତିର ଉଦାହରଣ ମାଧ୍ୟମରେ ବକ୍ତବ୍ୟ ପ୍ରଦାନ କରି ସମବେତ ସହସ୍ରାଧିକ ଶ୍ରଦ୍ଧାଳୁଭକ୍ତ ଓ ଉପସ୍ଥିତ ଶ୍ରୋତା ମାନଙ୍କ ମଧ୍ୟରେ ଜଗନ୍ନାଥଚେତନା ରେ ଉଦବୁଦ୍ଧ କରିଦେଇ ଥିଲେ l ଦୀର୍ଘ ଏକ ସପ୍ତାହବ୍ୟାପି ଏହି ଜଗନ୍ନାଥମହୋତ୍ସବ ସ୍ଥାନୀୟ ଅଞ୍ଚଳ ରେ ଏକ ଭକ୍ତିଭାବମୟ ପରିବେଶ ସୃଷ୍ଟି କରିଥିଲା l
