ଭୁବନେଶ୍ୱର : ଜି.ଏସ୍. ମାର୍କେଟିଂ ଆସୋସିଏସଟ୍ସ ଏବଂ ଓଡ଼ିଶା ଡେଭଲପର୍ସ ଫେଡେରେସନ୍ ପକ୍ଷରୁ ୧୯ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ ମେଗା ଟ୍ରେଡ୍ ଫେୟାର ଏବଂ ହୋମ୍ ଆଣ୍ଡ ଡେକୋର ଏକ୍ସପୋ ମାର୍ଚ୍ଚ ୨୭ରୁ ଏପ୍ରିଲ୪ ପର୍ଯ୍ୟନ୍ତ ହେବାକୁ ଯାଉଛି। ଭୁବନେଶ୍ୱର ୟୁନିଟ୍-୩ ଇଡକୋ (ଇଡକୋ) ପ୍ରଦର୍ଶନୀ ପଡ଼ିଆରେ ଏହା ଅନୁଷ୍ଠିତ ହେବାକୁ ଯାଉଛି।
ଏହି ପ୍ରଦର୍ଶନୀଟି ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଉଦଘାଟିତ ହେବ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଧାୟକ ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ବିଏମସି ଆୟୁକ୍ତ ଚଞ୍ଚଳ ରାଣା ଯୋଗଦେବେ। ପ୍ରମୁଖ ରିଅଲ୍ ଇଷ୍ଟେଟ୍ ଡେଭଲପର୍, ସମ୍ଭାବ୍ୟ ଗୃହ କ୍ରେତା ଏବଂ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ଏକ ମଞ୍ଚକୁ ଆଣିବା ହେଉଛି ଏହାର ମୂଳଲକ୍ଷ। ଫଳରେ ଓଡ଼ିଶାର ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ବ୍ୟବସାୟିକ ସୁଯୋଗ ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହନ ମିଳିପାରିବ। ଏଥିରେ ୪୦ରୁ ଅଧିକ ରିଅଲ୍ ଇଷ୍ଟେଟ୍ ସଂସ୍ଥା ଅଂଶଗ୍ରହଣ କରୁଛନ୍ତି ଏବଂ ମିଳିତ ଭାବେ ୧୦୦ରୁ ଅଧିକ ପ୍ରକଳ୍ପ ପ୍ରଦର୍ଶିତ କରୁଛନ୍ତି। କ୍ରେତାଙ୍କ ଚାହିଦା ଏବଂ ପସନ୍ଦକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି। ପ୍ରତ୍ୟେକ ପ୍ରକଳ୍ପରେ ଆଧୁନିକ ସୁବିଧା ଏବଂ ସମସାମୟିକ ଜୀବନଶୈଳୀର ବ୍ୟବସ୍ଥା ରହିଛି ଯାହା ଗୃହ କ୍ରେତାମାନଙ୍କ ପାଇଁ ଏକ ସାମଗ୍ରିକ ଜୀବନଧାରଣର ଅନୁଭୂତି ନିଶ୍ଚିତ କରୁଛି।
ଏହି ବ୍ୟାପାର ମେଳା ଗୃହ ନିର୍ମାଣକାରୀ/କ୍ରେତାମାନଙ୍କୁ ସଚେତନ କରିବା ଏବଂ ସମସ୍ତ ପ୍ରମୁଖ ଅଂଶୀଦାରକୁ ଏକାଠି କରିବା ପାଇଁ ନିରନ୍ତର ପ୍ରତିବଦ୍ଧତାକୁ ଓଡ଼ଫେଡ୍ ସମ୍ପାଦକ ଇଂ. ଉମେଶ ପଟ୍ଟନାୟକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଓଡଫେଡ୍ ର ଉପସଭାପତି ସୂର୍ଯ୍ୟକାନ୍ତ ନନ୍ଦ, ଜିଏସ୍ ମାର୍କେଟିଂ ଆସୋସିଏସଟ୍ସର ସଭାପତି ଅମିତାଭ ଘୋଷ ଯୋଗଦେଇ ଏହି ବିଷୟରେ ଅଧିକ ତଥ୍ୟ ଦେଇଥିଲେ।
