ଅବଦୁଲ ରହିମ ଉଚ୍ଚବିଦ୍ୟାଳୟ ୧୯୯୭ ବ୍ୟାଚର ଗୁରୁପୂଜନ ଓ ବନ୍ଧୁ ମିଳନ

ରାଜ୍ୟ
Spread the love

ଝଙ୍କଡ଼ :  ତିର୍ତ୍ତୋଲବ୍ଲକ, ବିରିତୋଳ ପଞ୍ଚାୟତ ଅଧିନ ରସୁଲପୁର ସ୍ଥିତ ଅବଦୁଲରହିମ ସରକାରୀ ଉଚ୍ଚ ବିଦ୍ୟାଳୟ ର 1997 ମସିହା ବ୍ୟାଚ ର ପୁରାତନ ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ ଓ ଗୁରୁପୂଜନ କାର୍ଯ୍ୟକ୍ରମ ବିପୁଳଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି |

ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଉପଲକ୍ଷେ ଉତ୍ସବରେ ତତ୍କାଳୀନ ଶିକ୍ଷକ ପଣ୍ଡିତ ବ୍ରଜରାଜ ମିଶ୍ର, କମଳାକାନ୍ତ ପରିଜା, ନରୋତ୍ତମ ଭୂୟାଁ, କୃଷ୍ଣଚନ୍ଦ୍ର ତ୍ରିପାଠୀ, ରାମଚନ୍ଦ୍ର ଦାସ, ରଞ୍ଜନ କୁମାର ପ୍ରଧାନ, କାନନବାଳା ମହାନ୍ତି ଓ ଯୁଗଳାନନ୍ଦ ବାରିକ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା |

ପ୍ରାରମ୍ଭରେ ଦିବଂଗତ ଶିକ୍ଷକ ଓ ସହପାଠୀ ମାନଙ୍କ ଉଦ୍ଦେଶ୍ୟ ରେ ନିରବପ୍ରାର୍ଥନା କରାଯାଇଥିଲା | ଏହି ଅବସରରେ ପୁରାତନ ଛାତ୍ର ଗୌରୀକାନ୍ତ ସ୍ୱାଇଁ ଓ ରାଜକ ହୋସେନ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପ୍ରଦୀପ୍ତ ଦାସ, ଶିଶିର ବେହେରା, ସନ୍ଧ୍ୟାରାଣୀ ଦାସ, ରଶ୍ମିତା ରାଉତ, ଆସମା ବେଗମ, ସାବନl ପର ଉଇନ, ସିଦ୍ଧେଶ୍ୱର ସାମଲ, ପ୍ରସନ୍ନ ଦାସ, ଅଞ୍ଜନା ସାହାଣୀ, ସଞ୍ଜୟ ବେହେରା, ଶର୍ମିଷ୍ଠା ସ୍ୱାଇଁ ଙ୍କ ସମେତ ବହୁ ପ୍ରାକ୍ତନ ବିଦ୍ୟାର୍ଥୀ ମାନେ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶ ଗ୍ରହଣ କରି, ନିଜନିଜର ଅତୀତର ଅନୁଭୂତି ଓ ସ୍ମୃତି ବଖାଣିବା ବେଳେ ଭାବବିହ୍ୱଳ ହୋଇଉଠିଥିଲେ |

Leave a Reply

Your email address will not be published. Required fields are marked *