ଭିନ୍ନକ୍ଷମ ପ୍ରମାଣପତ୍ର ପୁନଃ ଯାଞ୍ଚ ପ୍ରସଙ୍ଗ: ଏନ୍‌ଏଚ୍‌ଆରସି ନିୟମକୁ କଠୋର ଭାବେ ପାଳନ ନିର୍ଦ୍ଦେଶ

ରାଜ୍ୟ
Spread the love

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଭିନ୍ନକ୍ଷମଙ୍କ ପ୍ରମାଣପତ୍ରର ବ୍ୟାପକ ପୁନଃ ଯାଞ୍ଚ କରିବାକୁ ସଂପୂର୍ଣ୍ଣ ଦୂରେଇ ରୁହନ୍ତୁ। ଯେଉଁମାନଙ୍କ କ୍ଷେତ୍ରରେ ପ୍ରମାଣପତ୍ର ସନ୍ଦେହଜନକ ରହିଛି କେବଳ ସେମାନଙ୍କର ଯାଞ୍ଚ କରାଯାଉ। ଏହି ମର୍ମରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଆଜି ସରକାରଙ୍କ ସବୁ ବିଭାଗକୁ ପତ୍ର ଜାରି ହୋଇଛି।
ବିଭାଗ ପକ୍ଷରୁ କୁହାଯାଇଛି ଯେ ଜାତୀୟ ମାନବାଧିକାର କମିସନ(ଏନ୍‌ଏଚ୍‌ଆରସି)ଙ୍କ ନିର୍ଦ୍ଦେଶାବଳୀକୁ ପାଳନ କରିବାରେ କେତେକ ତ୍ରୁଟି ନଜରକୁ ଆସିଥିବା ଦୁଇ ମାସ ତଳେ ହୋଇଥିବା କମିସନଙ୍କ ବୈଠକରେ ଆଲୋଚନା ହୋଇଥିଲା। ୨୦୧୧ ଜନଗଣନା ଅନୁଯାୟୀ ଦେଶରେ ୨.୬୩ କୋଟି ଭିନ୍ନକ୍ଷମ ରହିଛନ୍ତି। ତେବେ ଫେବ୍ରୁଆରି ମାସ ସୁଦ୍ଧା ୧.୩ କୋଟିଙ୍କୁ ୟୁଡିଆଇଡି କାର୍ଡ ପ୍ରଦାନ କରାଯାଇଥିବା ସ୍ବାଭିମାନ ପୋର୍ଟାଲରେ ତଥ୍ୟ ରହିଛି।
କିଛି ରାଜ୍ୟରେ ଭିନ୍ନକ୍ଷମଙ୍କ ଗଣ ପ୍ରମାଣପତ୍ରର ଯାଞ୍ଚ କରାଯିବା ମାନବାଧିକାରର ଉଲ୍ଲଂଘନ କରୁଛି। କେବଳ ସନ୍ଦେହଜନକ ସାର୍ଟିଫିକେଟ୍‌ର ଯାଞ୍ଚ କରାଯିବା ଉଚିତ୍। ତେଣୁ ଗତବର୍ଷ ଅକ୍ଟୋବର ମାସରେ ଯେଉଁ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି ହୋଇଥିଲା ସେହି ଅନୁଯାୟୀ ପଦକ୍ଷେପ ନେବା ଲାଗି କୁହାଯାଇଛି।

Leave a Reply

Your email address will not be published. Required fields are marked *