ଝଙ୍କଡ଼ : ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ପବିତ୍ର ଚନ୍ଦନଯାତ୍ରା ଓ ଚାପଖେଳ ଉପଲକ୍ଷେ ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ଚନ୍ଦନଯାତ୍ରା ମହୋତ୍ସବ 2026 ଉପଲକ୍ଷେ, ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ ଭଜନ ଅନୁଷ୍ଠାନ ତରଫରୁ, ପ୍ରତ୍ୟେହ ସନ୍ଧ୍ୟାରେ ଭକ୍ତିସଙ୍ଗୀତର ଆସର, ମାଆଙ୍କର ଏହି ରମଣୀୟ ଚନ୍ଦନଯାତ୍ରା କୁ ଉତ୍ସବମୁଖରିତ କରିଛି l
ଏହି ଅବସରରେ ଦ୍ୱିତୀୟ ସନ୍ଧ୍ୟାରେ ସପ୍ତକ ମି୍ୟୁଜିକ କଟକ ର ସୁନାମଧନ୍ୟ କଣ୍ଠଶିଳ୍ପୀମାନେ, ସଙ୍ଗୀତନିର୍ଦ୍ଦେଶକ ସୁଧାକର ମୁଦୁଲି ଙ୍କ ଉପସ୍ଥାପନା ରେ ଭଜନ ପରିବେଷଣ କରୁଥିବା ବେଳେ, ତୃତୀୟସନ୍ଧ୍ୟାରେ, ଯାଜପୁର ଅଞ୍ଚଳ ର ମା ବିରଜା ସୁରଝଙ୍କାର ଓ ଅନନ୍ତ ଗୋପାଳ ଭଜନ ସନ୍ଧ୍ୟା ର ପ୍ରଯୋଜକ ଚନ୍ଦ୍ରଶେଖର ଲେଙ୍କା ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଓ ସଙ୍ଗୀତ ନିର୍ଦ୍ଦେଶକ ଅମରକୁମାର ଭୂୟାଁ ଙ୍କ ଉପସ୍ଥାପନା ରେ କଣ୍ଠଶିଳ୍ପୀ ଶିବପ୍ରସାଦ ସାହୁ, ଚନ୍ଦନ କୁମାର, ସୁବାସ,ଲିପିସ୍ପିତାଙ୍କ ସମେତ ଝୁଲରେ ନିତାଇ ଝୁଲ ସଙ୍ଗୀତ ପାଇଁ, ବହୁଚର୍ଚ୍ଚିତ କଣ୍ଠଶିଳ୍ପୀ ଗୋବିନ୍ଦ କୁମାର ପ୍ରମୁଖ, ଭକ୍ତିସଙ୍ଗୀତ ର ସୁମଧୁର ସୁରଝଙ୍କାର ରେ ମାଆଙ୍କ ପୀଠସ୍ଥଳି କୁ ପ୍ରକମ୍ପିତ କରିଦେଲେ, ତେବେ ମାସାରଳାଙ୍କ ବରିଷ୍ଠ ସେବାୟତ ବିଶ୍ୱରଞ୍ଜନ ରାଉଳ, ଅନନ୍ତ ଚରଣ ରାଉଳ ଓ ସାରଳା ସଂସ୍କୃତିଗବେଷକ ରମାକାନ୍ତ ରାଉଳ ସମସ୍ତ ନିମନ୍ତ୍ରିତ କଳା କଳାକାର ମାନଙ୍କୁ ମାଆଙ୍କ ଆଶୀର୍ବାଦର ମାଲ୍ୟାର୍ପଣ କରିବା ସହିତ ଅଙ୍ଗବସ୍ତ୍ର ଓ ଫଟୋଚିତ୍ର ପ୍ରଦାନ କରି ସମ୍ମାନିତ ସମ୍ବର୍ଦ୍ଧିତ କରାଯାଇଥିଲା l ଶିବପ୍ରସାଦ, ସତ୍ୟ, ରାଜା ଓ ପଣ୍ଡୁ ବାଦ୍ୟଯନ୍ତ୍ର ପରିଚାଳନା କରିଥିଲେ l
କିଛିସମୟ ପାଇଁ ମା ସାରଦା ଵେଦ ପୀଠମ ର ପଣ୍ଡିତ ସୁଦର୍ଶନ ପଣ୍ଡା ଙ୍କ ତତ୍ତ୍ୱାବଧାନ ରେ ବିଦ୍ୟାର୍ଥୀ ମାନେ ଵେଦଗାନ କରି, ସମସ୍ତଙ୍କ ମଧ୍ୟରେ ଭକ୍ତି ଭାବମୟ ଦିବ୍ୟଭାବନା ସୃଷ୍ଟି କରିଥିଲେ l
