783249 Mamata Sad S

ଭବାନୀପୁର ଆସନ ବଞ୍ଚାଇପାରିଲେନି ମମତା; ଶୁଭେନ୍ଦୁଙ୍କ ଠାରୁ ହାରିଗଲେ

ରାଜ୍ୟ
Spread the love

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ବଡ଼ ବିପର୍ଯ୍ୟୟ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ବିଜେପି ୧୭୭ଟି ଆସନରେ ବିଜୟୀ ହୋଇଛି ଏବଂ ୩୧ଟି ଆସନରେ ଆଗୁଆ ରହିଛି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଭବାନୀପୁର ଆସନକୁ ମଧ୍ୟ ମମତା ବାନାର୍ଜୀ ସୁରକ୍ଷିତ କରିପାରି ନାହାନ୍ତି। ଏଠାରେ ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ହାତରେ ବିଜୟୀ ହୋଇଛନ୍ତି। ସୂଚନାଯୋଗ୍ୟ, ଭବାନୀପୁରରୁ ମମତା ବାନାର୍ଜୀ ପୂର୍ବରୁ ୩ ଥର ବିଜୟୀ ହୋଇଥିଲେ।
ଭବାନୀପୁରରେ ବିଜୟ ହାସଲ କଲା ପରେ ଶୁଭେନ୍ଦୁ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ମମତା ବାନାର୍ଜୀଙ୍କୁ ହରାଇବାର ଜରୁରୀ ଥିଲା। ୨୦୨୧ରେ ମୋଠାରୁ ନନ୍ଦିଗ୍ରାମରେ ହାରିଥିଲେ ମମତା ବାନାର୍ଜୀ। ମୁସଲମାନମାନେ ମମତା ବାନାର୍ଜୀଙ୍କୁ ଭୋଟି ଦେଇଛନ୍ତି। ହିନ୍ଦୁ, ଶିଖ, ଜୈନମାନେ ମୋତେ ଭୋଟ ଦେଇ ବିଜୟୀ କରିଛନ୍ତି। ଆଜିର ଗଣତି ପ୍ରକ୍ରିୟାର ୧୫ ରାଉଣ୍ଡ ପର୍ଯ୍ୟନ୍ତ ମମତା ବାନାର୍ଜୀ ଆଗୁଆ ଥିଲେ। ୧୬ତମ ରାଉଣ୍ଡରେ ମୁ ଅଗ୍ରଣୀ ରହିଲି। ଶେଷରେ ମୁଁ ଏହି ନିର୍ବାଚନରେ ବିଜୟୀ ହୋଇଛି। ସୂଚନାଯୋଗ୍ୟ, ଶୁଭେନ୍ଦୁ ଅଧିକାରୀ ୧୫,୧୧୪ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଶୁଭେନ୍ଦୁଙ୍କ ପାଇଁ ପ୍ରାୟ ୩୦୦ ବିଜେପି କର୍ମୀ ପ୍ରଚାର କରିଥିଲେ।
ଉଲ୍ଲେଖଯୋଗ୍ୟ, ଆଜି ପୂର୍ବାହ୍‌ଣରେ ମମତା ବାନାର୍ଜୀ ଯେତେ‌ବେଳେ ପଛୁଆ ଥିଲେ, ସେ କହିଥିଲେ, ଅନ୍ତିମ ରାଉଣ୍ଡର ଗଣତିରେ ମୁଁ ବିଜୟୀ ହେବ। କିନ୍ତୁ ନିର୍ବାଚନରେ ପରାଜିତ ହେଲା ପରେ ସେ ବିଭିନ୍ନ ଅଭିଯୋଗ ଆଣିଛନ୍ତି।

Leave a Reply

Your email address will not be published. Required fields are marked *