ରଣପୁର: ନିଖୋଜ ଯୁବକଙ୍କର କଳାମୁଗୁନି ପଥର ଖଣି ଭିତରୁ ମୃତଦେହ ଠାବ କରାଯାଇଛି। ମୃତକ ଜଣକ ହେଲେ ପ୍ରତାପ କୁମାର ପାଟ୍ଟଶାଣୀ (୩୪)। ତାଙ୍କ ଘର କରେଣ୍ଡା ଟାଙ୍ଗୀ ପଞ୍ଚାୟତର ନୂଆପଡ଼ା ଗ୍ରାମରେ। ସୂଚନା ଅନୁଯାୟୀ, ସେ ମେ ୧୫ ତାରିଖ ଅପରାହ୍ନ ୪ ଟାରୁ ପ୍ରତାପ ନିଖୋଜ ଥିଲେ। ଆଜି ସକାଳ ଜଣେ ମହିଳା ଶୌଚ ହେବାକୁ ଆସିଥିବା ବେଳେ, ମାଙ୍କଡ ପାଣି ଢାଳ ଗଡ଼ାଇ ଦେବାରୁ ସେ ବାଧ୍ୟ ହୋଇ ଖଣିକୁ ଶୌଚ ହେବାକୁ ଯାଇଥିଲେ ସେଠାରେ ପ୍ରତାପଙ୍କୁ ଦେଖି ତାଙ୍କ ଘରେ ଜଣାଇଥିଲେ।
ଖବର ପାଇ ମୃତକଙ୍କ ପରିବାର ଘଟଣା ସ୍ଥଳରେ ପହଞ୍ଚିଥିଲେ। ମୃତଦେହ ପଚି ସଢ଼ି ଦୁର୍ଗନ୍ଧ ହେଉଛି। ଏହା ଏକ ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଦୀର୍ଘ ଦିନ ଧରି ପ୍ରତାପଙ୍କ ବାପା ନକୁଳ ଏକ କ୍ରସର୍ ଚଳାଇ ଆସୁଥିଲେ। ସରକାର ପରିବର୍ତ୍ତନ ପରେ କ୍ରସରକୁ ନେଇ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉ ଥିବାବେଳେ ଚାନ୍ଦପୁର ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣ ସନ୍ଧିଗ୍ଧଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।
