ଖୁବ୍‌ଶୀଘ୍ର ନିଗମ ଓ ବୋର୍ଡରେ ନିଯୁକ୍ତି ! ୪୪ ସରକାରୀ ଉଦ୍ୟୋଗକୁ ତଥ୍ୟ ରାଜ୍ୟ ସରକାର

ରାଜ୍ୟ
Spread the love

ଭୁବନେଶ୍ବର ୧୬।୫: ଖୁବ୍‌ଶୀଘ୍ର ନିଗମ ଓ ବୋର୍ଡରେ ନିଯୁକ୍ତି ! ବୋର୍ଡ ନିଗମରେ ନେତାଙ୍କୁ ଥଇଥାନ ପାଇଁ କସରତ ଆରମ୍ଭ ହୋଇଯାଇଛି । ପିଏସୟୁର ତଥ୍ୟ ମାଗିଲେ ସରକାର । ରାଜ୍ୟ ସରକାରଙ୍କ ସମସ୍ତ ୪୪ଟି ସରକାରୀ ଉଦ୍ୟୋଗ (ପିଏସୟୁ)କୁ ନିର୍ଦ୍ଧାରିତ ଫର୍ମାଟରେ ତଥ୍ୟ ମଗାଯାଇଛି ।
ସାଧାରଣ ପ୍ରଶାସନ ବିଭାଗର ଚିଠି ଅନୁସାରେ, ୨୦୨୪ ଜୁନ୍ ୧୨ରୁ ୨୦୨୬ ଏପ୍ରିଲ ୩୦ ତାରିଖ ମଧ୍ୟରେ କେଉଁ ପିଏସୟୁରେ କେତେ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ଓ ଆଗାମୀ ଜୁନ୍ ୩୦ ତାରିଖ ସୁଦ୍ଧା କେଉଁ ସବୁ ପଦବୀରେ ନିଯୁକ୍ତି ଦିଆଯିବ । ଆଗାମୀ ଦିନରେ ଆଉ କେତେ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଛି ସେସବୁର ସମ୍ପୂର୍ଣ୍ଣ ରିପୋର୍ଟ ନିର୍ଦ୍ଧାରିତ ଫର୍ମାଟରେ ବିଭାଗକୁ ଇ-ମେଲ୍‌ରେ ଦେବାକୁ କୁହାଯାଇଛି । କେବଳ ସେତିକି ନୁହେଁ ପିଏସୟୁରେ ଖାଲି ପଡ଼ିଥିବା ପଦବୀ ଓ ମୋଟ୍ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ମଗାଯାଇଛି ।

Leave a Reply

Your email address will not be published. Required fields are marked *