ଧର୍ମପ୍ରାଣା ନିଶାମଣୀ ସାହୁଙ୍କ ଏକାଦଶାହରେ ସ୍ମୃତିଶ୍ରଦ୍ଧାଞ୍ଜଳି

ରାଜ୍ୟ
Spread the love

ଝଙ୍କଡ଼  : ତିର୍ତ୍ତୋଲବ୍ଲକ, ମୁଳିସିଂହ ପଞ୍ଚାୟତ ଅଧୀନ ଓଲେଇପଡା ଗ୍ରାମର ଧର୍ମପ୍ରାଣା ମହିୟସୀ ମହିଳା ନିଶାମଣି ସାହୁ ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା ଗତ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି | କଟକ ବୋର୍ଡ ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ଦୈତାରୀ ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହିସଭାରେ ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା ମୁଖ୍ୟଅତିଥି ଓ ମୂଳିସିଂହ ସରପଞ୍ଚ ସଫି ଆଜାମ ସମ୍ମାନିତ ଅତିଥି ଭାବେ ଯୋଗଦେଥିବାବେଳେ, ବୋର୍ଡସ୍କୁଲ ର ଜୟନ୍ତୀ ମାଝି, ଆଶାଲତା ବେହେରା, ଅମର ମହାନ୍ତି, ରବୀନ୍ଦ୍ର କୁମାର ବେହେରା, ଗଣେଶ ନାୟକ, ଅମରେନ୍ଦ୍ର ମହାନ୍ତି ଓ ଜଗନ୍ନାଥ ବେହେରା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍ୱତନ୍ତ୍ରଅତିଥି ଭାବେ ଯୋଗଦେଇଥିଲେ l

ଲକ୍ଷ୍ମୀଧର ସାହୁ ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ସ୍ୱାଗତ କରିବାପରେ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ନିରବପ୍ରାର୍ଥନା କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଉମେଶ ଚନ୍ଦ୍ର ସାହୁ ସୁବାସ ଚନ୍ଦ୍ର ସାହୁ, ଜଗନ୍ନାଥ ସାହୁ, ଆଇନୀଜୀବି ଶରତ ଚନ୍ଦ୍ର ସାହୁ, ବିଚିତ୍ର ଓଝା, ଦିଲ୍ଲୀପ ବେହେରା, ଜଗନ୍ନାଥ ସାଥୁଆ, ଜିତେନ୍ଦ୍ର ଗ୍ରହଚାର୍ଯ୍ୟ, ବାବୁଲି ଗ୍ରହଚାର୍ଯ୍ୟ, ମନୋଜ ସାହୁ, ହିମାଂଶୁ ସାହୁ, ଈଶ୍ୱର ସାହୁ, ନୟନା ସାହୁ, ସୁପ୍ରଭା ସାହୁ, ସୁନନ୍ଦା ସାହୁ ଓ ସତ୍ୟପ୍ରିୟା ସାହୁ ପ୍ରମୁଖ ସ୍ବର୍ଗତା ନିଶାମଣୀ ଦେବୀ ଙ୍କ ଜୀବନଦର୍ଶନ ଉପରେ ଆଲୋଚନା କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ତେବେ ଏହି ସମସ୍ତକାର୍ଯ୍ୟକ୍ରମ କୁ ସୁନନ୍ଦା, ରୋଜାଲିନି, ବିଭୁ, ଜଗନ୍ନାଥ, କାହ୍ନା, ମୁନା, ବବି, ଓମ, ରିଷି, ଖୁସି, ଗୁଡୁଲ, ଗୁନୁ, ପପାଲୀ, ରାଣୀ, କଣ୍ଡେଇ, ଗୁଡ଼ୁ, ସସ୍ମିତା, ଗାଲେଖ, ସତ୍ୟପ୍ରିୟା, ଅନୁସୂୟା, ରୋଜାରାଣୀ, ମୋନାଲିସା ଓ ସ୍ବର୍ଣ୍ଣପ୍ରଭା ପ୍ରମ୍ମୁଖ ପରିଚାଳନା କରିବାକ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *