ଆମେରିକା ଇରାନର ସାର୍ବଭୌମତ୍ୱକୁ ଉଲ୍ଲଂଘନ କରିଛି

ଦେଶବିଦେଶ
Spread the love

ତେହେରାନ: ଇରାନର ଦକ୍ଷିଣ ଉପକୂଳ ଅଞ୍ଚଳରେ ଘରୋଇ ଭିତ୍ତିଭୂମି ଉପରେ ତଥା ପୂର୍ବରେ ଦୁଇଟି ସେତୁ ଉପରେ ଆମେରିକାର ଆକ୍ରମଣକୁ ଇରାନ କଡ଼ା ଭାଷାରେ ନିନ୍ଦା କରିଛି। ଇରାନ ସରକାର କହିଛନ୍ତି, ଏହି ଆକ୍ରମଣ ଆନ୍ତର୍ଜାତିକ ଆଇନର ସ୍ପଷ୍ଟ ଉଲ୍ଲଂଘନ ଏବଂ ଏହା ଏକ ‘ଘୋର ଯୁଦ୍ଧ ଅପରାଧ’। ସେହିପରି ଆମେରିକା ସହ ହୋଇଥିବା ଚୁକ୍ତିର କୌଣସି ଉଲ୍ଲଂଘନ କିମ୍ବା ବିଦେଶୀ ଚାପ ଇରାନର ଜାତୀୟ ସ୍ୱାର୍ଥ ଓ ନୀତିକୁ ପ୍ରଭାବିତ କରିପାରିବ ନାହିଁ ବୋଲି ମଧ୍ୟ ସରକାର ସ୍ପଷ୍ଟ କରିଛନ୍ତି।
ଇରାନର ବିଦେଶ ମନ୍ତ୍ରଣାଳୟ କହିଛି, ଆମେରିକା ଇରାନର ସାର୍ବଭୌମତ୍ୱକୁ ଉଲ୍ଲଂଘନ କରିଛି। ଘରୋଇ ଭିତ୍ତିଭୂମିଗୁଡ଼ିକ ଉପରେ ସାମରିକ ଆକ୍ରମଣ କରିବା ଜାତିସଂଘ ସନନ୍ଦ ଓ ଆନ୍ତର୍ଜାତିକ ନିୟମର ବିରୋଧୀ। ଏହି ଘଟଣା ପାଇଁ ଆମେରିକାକୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରାଯିବ ଏବଂ ଆବଶ୍ୟକ ପଡ଼ିଲେ ଇରାନ ନିଜର ସ୍ୱାର୍ଥ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନେବ। ଇରାନ ସରକାରଙ୍କ ମତରେ, ପରମାଣୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ପରିଚାଳିତ ହେଉଛି। ବିଦ୍ୟୁତ୍‌ ଉତ୍ପାଦନ, ବୈଜ୍ଞାନିକ ଗବେଷଣା ଓ ଚିକିତ୍ସା କ୍ଷେତ୍ରରେ ପରମାଣୁ ପ୍ରଯୁକ୍ତିର ବ୍ୟବହାର ପାଇଁ ଏହା ଜାରି ରହିବ। କୌଣସି ଆକ୍ରମଣ କିମ୍ବା ଚାପ ଯୋଗୁଁ ଇରାନ ନିଜର ଅଧିକାରରୁ ପଛଘୁଞ୍ଚା ଦେବ ନାହିଁ ବୋଲି ସରକାର କହିଛନ୍ତି।

Leave a Reply

Your email address will not be published. Required fields are marked *