କୁନିପିଲାଙ୍କ ରଥଯାତ୍ରାରେ ମନମୋହିଲା ଓଡିଶୀ ଓ ମାହାରୀ ନୃତ୍ୟ

ରାଜ୍ୟ
Spread the love

ଝଙ୍କଡ଼ :  ଝଙ୍କଡ଼ ସାରଳାପୀଠ ର ଅନତିଦୂରରେ ମୂଳିସିଂହ ସିଂହସାହି ର ଏ ଅଞ୍ଚଳର ଖ୍ୟାତନାମା ଚିକିତ୍ସକ ସ୍ବର୍ଗତ ଡଃ ବୃନ୍ଦାବନ ସିଂହ ଙ୍କ ଦ୍ୱାରା ପ୍ରତିଷ୍ଠିତ ମହାପ୍ରଭୁ ଜଗନ୍ନାଥ ଙ୍କ ରଥଯାତ୍ରା, କୁନିକୁନି ପିଲାମାନଙ୍କ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି l ରଥଯାତ୍ରା ସମୟରେ ରଥସମ୍ମୁଖରେ ପାରାଦ୍ୱୀପ ବ୍ଲାକ ସ୍ପାଇଡ଼ର ଡ୍ୟାନ୍ସ, ପ୍ରତିଷ୍ଠାନ ର ପ୍ରତିଷ୍ଠାତା ଦୀପାଲି ନାୟକ ଙ୍କ ନିର୍ଦ୍ଦେଶନା ରେ, ସାଇଶ୍ରୀ ସାହୁ, ମୋନାଲିସା ଭୂୟାଁ, ଶୁଭଲକ୍ଷ୍ମୀ ଓଝା, ଆଦ୍ୟାଶl ଜୟସିଂହ, ଓ ଆୟୁସ୍ମିତା ନାୟକ ଶାସ୍ତ୍ରୀୟ ଓଡିଶୀନୃତ୍ୟ ଓ ମାହାରୀନୃତ୍ୟ ପ୍ରଦର୍ଶନ କରି, ରଥଟଣା ଦେଖୁଥିବା ଶ୍ରଦ୍ଧାଳୁଭକ୍ତ ମାନଙ୍କ ମନମୋହିଥିଲେ l

ମା ସାରଳା ଙ୍କ ପ୍ରାଚୀନ ପୀଠସ୍ଥଳୀ ଲଣ୍ଡାଦେଉଳ ପର୍ଯ୍ୟନ୍ତ ରଥ ପରିକ୍ରମା କରିବାପରେ, ଗୋପୀନାଥ ମନ୍ଦିର ସ୍ଥିତ ମାଉସୀମା ମନ୍ଦିରରେ ପହଞ୍ଚିଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ କୁ ପୂଜକ ତ୍ରିଲୋଚନ ପଣ୍ଡା, ଅସ୍ମିତ ସିଂହ, ଲକ୍ଷ୍ମୀଧର ସିଂହ, ସବିତା ସିଂହ, ଚିକୁ, ମୁନା ଓ ସମୀର ପ୍ରମ୍ମୁଖ ଛୋଟଛୋଟ ପିଲାମାନେ ପରିଚାଳନା କରିଥିବାର ଦେଖିବାକୁ ମିଳିଥିଲା l

Leave a Reply

Your email address will not be published. Required fields are marked *