Heavy Rain 2

ଓଡ଼ିଶାରେ ବର୍ଷାକୁ ନେଇ ବଡ଼ ଚେତାବନୀ : ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ୪୦ କି.ମି. ବେଗରେ ବହିବ ପବନ !

ରାଜ୍ୟ
Spread the love

ଭୁବନେଶ୍ୱର ୯।୮: ଆସନ୍ତା ୨୪ ଘଣ୍ଟାରେ ବର୍ଷା । ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହିସବୁ ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, ବଲାଙ୍ଗିର, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଓ ମୟୁରଭଞ୍ଜ । ସେହିପରି କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଅନୁଗୁଳ, ଦେବଗଡ ଓ ସମ୍ବଲପୁରରେ ଏହି ୧୦ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ରୁ ୪୦ କି.ମି. ଝଟ୍କା ପବନ ବହିବା ସମ୍ଭାବନାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ସୋମବାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, କଟକ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ ଓ ନବରଙ୍ଗପୁର ଏହି ୯ ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି ଗଜପତି, ମାଲକାନଗିରି, ନୟାଗଡ, କଳାହାଣ୍ଡି, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ବରଗଡ଼ ଏହି ୧୧ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ରୁ ୪୦ କି.ମି. ବେଗରେ ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ରାଜ୍ୟରେ ୧୫ ତାରିଖ ଯାଏ ବର୍ଷା ସହ ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଚେତାବନୀ ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ପାଣିପାଗ ବିଶେଷଜ୍ଞ କହୁଛନ୍ତି ଆସନ୍ତା ସପ୍ତାହେ ଯାଏଁ ବର୍ଷା ଜାରି ରହିବ । ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିବ । ଅନ୍ୟଅଟେ ଗତ ୨୪ ଘଣ୍ଟାରେ ଗୋଟିଏ ସ୍ଥାନରେ ଅତି ପ୍ରବଳ ସହ ୨୦ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ବଲାଙ୍ଗିରର ଆଗଲପୁରରେ ୧୩୨ମିମି ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *