ଝଙ୍କଡ଼ ସାରଳାପୀଠରେ ଶ୍ରୀମଦ ଭାଗବତ ମହୋତ୍ସବ ଉଦଯାପିତ

ରାଜ୍ୟ
Spread the love

ଝଙ୍କଡ଼  :  ଗତ ଅଗଷ୍ଟ ଛଅତାରିଖ ଗୁରୁବାର ଠାରୁ ଶୁଭାରମ୍ଭ ହୋଇଥିବା, ତ୍ରୟୋଦଶବାର୍ଷିକ ଶ୍ରୀମଦ ଭାଗବତ ପାରାୟଣ – ପ୍ରବଚନ ମହୋତ୍ସବ ବୁଧବାର ବିଳମ୍ବିତରାତ୍ରୀ ରେ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି l ଶ୍ରୀ ଜଗନ୍ନାଥ ଚାରିଟେବ୍ଲୁ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ର ପୂର୍ଣ୍ଣାହୁତି ଉପଲକ୍ଷେ ପ୍ରାତଃ ସମୟରେ ମାଆଙ୍କ ମାର୍ଜନା ପରେ, ମନ୍ଦିରବେଢାରେ ବିଶ୍ୱକଲ୍ୟାଣ ଯଜ୍ଞ ରେ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ର ରେ ଆହୁତି ପ୍ରଦାନ ଓ ଅପରାହ୍ନ ଚାରିଟା ରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା l ସନ୍ଧ୍ୟାଆରତୀ ଦର୍ଶନ ପରେ ଘଣ୍ଟଘଣ୍ଟା କାହାଳି ଓ ହରିବୋଲ ହୁଳହୁଳି ଧ୍ଵନିମଧ୍ୟରେ ଜ୍ୟୋତିପରିକ୍ରମା କରାଯାଇ, ମଣ୍ଡପରେ ଶ୍ରୀଜୀୟୁ ମାନଙ୍କ ଆରତୀ ଓ ପୁଷ୍ପାଞ୍ଜଳି ଅର୍ପଣକରିବା ପରେ ଅନୁଷ୍ଠାନର ମାର୍ଗଦର୍ଶକ ତଥା ଧାରାବାହିକ ପ୍ରବକ୍ତା ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ସମେତ ମାନଙ୍କ ମୁଖ୍ୟ ପୂଜକ ରଞ୍ଜନ କୁମାର ପଣ୍ଡା, ବରିଷ୍ଠସେବାୟତ ଲକ୍ଷ୍ମୀଧର ମହାପାତ୍ର, ଅନୁଷ୍ଠାନ ର ସଭାପତି ଇଂ ବିଷ୍ଣୁଚରଣ ସ୍ୱାଇଁ, ସମ୍ପାଦକ କ୍ଷୀରୋଦ କୁମାର ରାଉଳ, କୋଷାଧ୍ୟ୍ କ୍ଷ ବିଶ୍ୱରଞ୍ଜନ ରାଉଳ, ହରେକୃଷ୍ଣ ରାଉଳ, ରମେଶଚନ୍ଦ୍ର ରାଉଳ, ହରେକୃଷ୍ଣ ନାୟକ, ମିହିରକୁମାର ନାୟକ, ତ୍ରିଲୋଚନ ରାଉଳ, ବିଳାସ ଚନ୍ଦ୍ର ବେହେରା, ସତ୍ୟଭୂଷଣ ଦାସ, ଚୌଦ୍ୱାର ଜଗନ୍ନାଥ ଭକ୍ତସମାଜ ର ସମ୍ପାଦକ ଶରତ କୁମାର ଖୁଣ୍ଟିଆ, ସଙ୍ଗଠନ ସମ୍ପାଦକ ନାରାୟଣ ସ୍ୱାଇଁ ପ୍ରମୁଖ ମଞ୍ଚାସିନ ହୋଇ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ l

ପ୍ରାରମ୍ଭରେ ମୁନିବାବା ବଜ୍ରଗମ୍ଭୀର ସ୍ବର ରେ ଭକ୍ତିସଙ୍ଗୀତ ପରିବେଷଣ କରିଥିଲେ l ପଣ୍ଡିତ ବିଷ୍ଣୁଚରଣ ପାଢ଼ୀ ଓ ପଣ୍ଡିତ ଦେବଦତ୍ତ ଦାଶ ପୂଜାର୍ଚ୍ଚନା ଆଦି ସେବାକାର୍ଯ୍ୟ ସମ୍ପାଦନ କରିଥିଲେ l ଆଜିର ପ୍ରସଙ୍ଗ ଆରମ୍ଭ କରି ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଭଗବାନଙ୍କ ଦିବ୍ୟରାସଲୀଳା ବିଷୟ ସହିତ ବିଭିନ୍ନ ପୁରାଣଶାସ୍ତ୍ର, ଵେଦବେଦାନ୍ତ, ଉପନିଷଦ, ଲୋକକଥା ଓ ପ୍ରାଚୀନ କାବ୍ୟକବିତା ର ଉଦାହରଣ ଦେଇ, ମାନବସମାଜ ର ସଂସ୍କାର ଆଣିବା ଓ ଶାନ୍ତି ମୈତ୍ରୀ ସଂହତି ସ୍ଥାପନ ନିମନ୍ତେ, ଦିବ୍ୟବାଣୀ ପ୍ରଦାନ କରି, ଉପସ୍ଥିତ ଭଗବତପ୍ରେମୀ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ l ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ପ୍ରସଙ୍ଗ ର ନାଟ୍ୟରୂପ ପଦର୍ଶନ ଏକ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥିଲା l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ନୃସିଂହ ଚରଣ ରାଉଳ, ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ ( ବୁଲୁନନା ) ଗୋପାଳ ଚରଣ ଖଟୁଆ, ସୌଦାମିନୀ ପାତ୍ର, ମାନସ ମହାନ୍ତି, ପ୍ରୀତମ ମହାନ୍ତି, ରାଜା କୁଅଁର ଙ୍କ ସମେତ ସମସ୍ତ ସେବାୟତ ଓ ଅଞ୍ଚଳର ଅଧିବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *