ଝଙ୍କଡ଼: ଓଡ଼ିଶାର ଜଣେ ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ଲେଖକ ଇଂ. ହରିହର ତ୍ରିପାଠୀଙ୍କୁ ସମ୍ବାଦପତ୍ର ‘ନଗର ଖବର’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଝଙ୍କଡ଼ ଅଞ୍ଚଳରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘ନଗର ଖବର’ର ପ୍ରତିଷ୍ଠାତା ସମ୍ପାଦକ ପ୍ରଦୀପ ଦାସ ଏବଂ ବରିଷ୍ଠ ସାମ୍ବାଦିକ ରମାକାନ୍ତ ରାଉଳ ଉପସ୍ଥିତ ରହି ଶ୍ରୀଯୁକ୍ତ ତ୍ରିପାଠୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସାମ୍ବାଦିକତା ଏବଂ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନକୁ ସମ୍ମାନ ଜଣାଇ ଏହି ପଦକ୍ଷେପ ନିଆଯାଇଥିଲା। ଏହି ଅବସରରେ ଶ୍ରୀଯୁକ୍ତ ତ୍ରିପାଠୀ ସମ୍ପାଦକ ପ୍ରଦୀପ ଦାସଙ୍କ ସହିତ ପ୍ରସିଦ୍ଧ ଶାରଳା ପୀଠ ପରିଦର୍ଶନ କରିବା ସହ ମାଆଙ୍କୁ ଦର୍ଶନ କରି କୃପାଭିକ୍ଷା କରିଥିଲେ।

ଏହା ବ୍ୟତୀତ, ଝଙ୍କଡ଼ ଅଞ୍ଚଳର ସୁପରିଚିତ ସାମ୍ବାଦିକ ରମାକାନ୍ତ ରାଉଳ ନିକଟରେ ଏକ ଦୁର୍ଘଟଣାରେ ଶିକାର ହୋଇ ଆହତ ହୋଇଥିବା ଖବର ପାଇ ଶ୍ରୀଯୁକ୍ତ ତ୍ରିପାଠୀ ସମ୍ପାଦକ ଶ୍ରୀ ଦାସ ଓ ସାମ୍ବାଦିକ ବିକାଶ ବେହରା ତାଙ୍କ ବାସଭବନକୁ ଯାଇଥିଲେ। ସେଠାରେ ଅତିଥିମାନେ ଶ୍ରୀ ରାଉଳଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଏବଂ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ସାମ୍ବାଦିକମାନଙ୍କ ମଧ୍ୟରେ ଥିବା ଏହି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଏବଂ ପରସ୍ପର ପ୍ରତି ସମ୍ମାନବୋଧ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସିତ ହୋଇଛି।
