ନେମାଳ : ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ନେମାଳ ପଞ୍ଚାୟତ ମାଳିଗାଁସ୍ଥିତ ଶ୍ରମିକ ପାଠାଗାର ପକ୍ଷରୁ ଶ୍ରୀ ଶ୍ରୀ ଗଜାନନ ଠାକୁରଙ୍କ ଭସାଣୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଏହି ଶୋଭାଯାତ୍ରା ଶ୍ରୀ କୁଞ୍ଜବିହାରୀ ଠାକୁରଙ୍କ ମନ୍ଦିର ନିକଟରୁ ଆରମ୍ଭ ହୋଇ ଦଧିବାମନ ଜିଉ ଓ ମା’ ତାରିଣୀଙ୍କ ଆଶୀର୍ବାଦ ଲାଭ କରିବା ପରେ ନେମାଳ ବଜାର ପରିକ୍ରମା କରିଥିଲା। ପରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ଏବଂ ବଣିଆ ସାହି ଛକ ଦେଇ ମାଳିଗାଁ କେନାଲରେ ମହାପ୍ରଭୁଙ୍କ ପ୍ରତିମା ବିସର୍ଜନ କରାଯାଇଥିଲା।
କାର୍ଯ୍ୟକ୍ରମରେ ସମାଜସେବୀ ନୃସିଂହ ଚରଣ ମୁଦୁଲି, ସଭାପତି କାର୍ତ୍ତିକ ଚନ୍ଦ୍ର ମୁଦୁଲି, ଦଇତାରି ବାରିକ, ରମେଶ ବେହେରା, ହାଡ଼ିବନ୍ଧୁ ସାହୁ, ମାଧବାନନ୍ଦ ପାତ୍ର, ରଘୁନାଥ ସେଠୀ, ପ୍ରମୋଦ ବେହେରା, ଜଗବନ୍ଧୁ ସେଠୀ, ଭୈରବ କାଣ୍ଠ, ଚକ୍ରଧର ମାଦେଳୀ, ମାନସ କୁମାର ପୃଷ୍ଟି, ନଟବର ଦଳେଇ, ନିରଞ୍ଜନ ବେହେରା, ସଞ୍ଜୟ କୁମାର ରଣା, ଗଣେଶ୍ୱର ବେହେରାଙ୍କ ସମେତ ବିଳାସ ବାରିକ, ମୁକୁନ୍ଦ ବୈଶାଖ, କାହ୍ନୁ ଓ ମହେଶ୍ୱର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
ନେମାଳ ଥାନା ଆଇଆଇସି ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଓ ମେଢ଼ ବିସର୍ଜନ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି।
