ଏରଞ୍ଚ ରେ ଆଲୋଚନାଚକ୍ର କାର୍ଯ୍ୟକ୍ରମ

ରାଜ୍ୟ
Spread the love

କଟକ   : କଟକ ସଦର ୪୨ମୌଜା ଅନ୍ତର୍ଗତ ଏରଞ୍ଚ ଗ୍ରାମ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ପୌଢ ନିବାସରେ ଉତ୍କଳମଣି ଗୋପବନ୍ଧୁ ଙ୍କ ୧୫୦ତମ ଜନ୍ମଜୟନ୍ତୀ ଓ ଆଲୋଚନା ଚକ୍ର ପରିଚାଳନା କମିଟି ମାନେଜିଙ୍ଗ ଟ୍ରଷ୍ଟି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା।  ପ୍ରତିମୃତ୍ତି ରେ ମାଲ୍ୟାପ୍ରଣ ଓ ଗୋପବନ୍ଧୁ ଙ୍କ ତ୍ୟାଗ ଓ ସେବା ଉପରେ ଆଲୋକପାତ କରିଥିଲେ।

ଜାତି, ଧର୍ମ, ବର୍ଣ ଭେଦ ଭାବ, ଭାଷା, ସାହିତ୍ୟ, ସହିତ କବି, ସମାଜସେବକ, ରାଜନେତା, ତ୍ୟାଗୀ। ସମାଜ ସଂସ୍କାରକ, ସାମ୍ବାଦିକ, ଶିକ୍ଷକ, ଓକିଲ ସବୁ ତାଙ୍କ ଜୀବନର ଗୋଟିଏ ଗୋଟିଏ ପୃଷ୍ଠା । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ, ସମାଜସେବୀ ବିନୋଦ ବେହେରା, ଟ୍ରଷ୍ଟ ର ଅଭୟ ସ୍ୱାଇଁ, ଶରତ ପରିଡା ପ୍ରମୁଖ ସମସ୍ତ ଅନ୍ତେବାସୀ ଓ ସବୁବେଳେ ସାହାଯ୍ୟ କରୁଥିବା ସଭ୍ୟ ମାନେ ପୁଷ୍ପ ପ୍ରଦାନ ସହ ସଭାରେ ବକ୍ତବ୍ୟ ରଖିଥିଲେ।

Leave a Reply

Your email address will not be published. Required fields are marked *