ଭଟ୍ଟଗାଁରେ ରାମଲୀଳା ମଣ୍ଡପ ଆଲୋକୀକରଣ ଓ ନଳକୂପ ଉଦ୍‌ଘାଟିତ

ରାଜ୍ୟ
Spread the love

ଝଙ୍କଡ଼ :  ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ଭଟ୍ଟଗାଁ ସ୍ଥିତ ପ୍ରାଚୀନ ରାମଲୀଳା ମଣ୍ଡପ ପରିସରରେ ଶାରଦୀୟ ପାର୍ବଣ ଉପଲକ୍ଷେ ଆଲୋକୀକରଣ ବ୍ୟବସ୍ଥା ଓ ଏକ ନଳକୂପ ଉଦ୍‌ଘାଟିତ ହୋଇଯାଇଛି।

ଦୀର୍ଘ ଦିନ ଧରି ଏହି ଐତିହାସିକ ମଣ୍ଡପ ଚତୁଃପାର୍ଶ୍ୱ ଅନ୍ଧକାରମୟ ହୋଇ ରହିଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ସରପଞ୍ଚ ଶୁଭଶ୍ରୀ ନାୟକଙ୍କ ପ୍ରଚେଷ୍ଟା ଏବଂ ବିଶିଷ୍ଟ ସମାଜସେବୀ ଭାସ୍କର ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଠାରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଛି। ଏଥିସହ ନିକଟସ୍ଥ ଶ୍ରୀ ଶ୍ରୀ ପତିତପାବନ ଜୀଉ ମନ୍ଦିର ପରିସରରେ ଏକ ନୂତନ ନଳକୂପ ସ୍ଥାପନ କରାଯାଇ ଏହାର ଶୁଭ ଉଦ୍‌ଘାଟନ କରାଯାଇଛି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ମନ୍ଦିରର ନିତ୍ୟପୂଜକ ନବଘନ କର ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ସମ୍ପନ୍ନ କରିଥିଲେ। ଏହି ଉତ୍ସବରେ ସନ୍ତୋଷ କୁମାର ଖୁଣ୍ଟିଆ, ସୁବାସ ଚନ୍ଦ୍ର ଖୁଣ୍ଟିଆ, ସରୋଜ କୁମାର ଦାସ, ବାବୁଲି ଛାଟୋଇ, ଅଭିଷେକ ଖୁଣ୍ଟିଆ, ନିମାଇଁ ବିଶ୍ୱାଳ, ଜିତେଶ ଛାଟୋଇ, ସୁଶାନ୍ତ ରାଉତ, ଭାବଗ୍ରାହୀ ଖୁଣ୍ଟିଆ, ଅମୂଲ୍ୟ ନାୟକ, ନୃସିଂହ ଖୁଣ୍ଟିଆ, ପବିତ୍ର ନାୟକ, ପ୍ରସନ୍ନ ମଲ୍ଲିକଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *