କୁମାର ଉତ୍ସବ ସମିତିର ୫୩ତମ ବାର୍ଷିକ ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟା

ରାଜ୍ୟ
Spread the love

ଝଙ୍କଡ, ୨୭/୧୦: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତିର୍ତ୍ତୋଲ ପଞ୍ଚାୟତସ୍ଥିତ ଜୟପ୍ରକାଶ ମଇଦାନଠାରେ ତିର୍ତ୍ତୋଲ କୁମାର ଉତ୍ସବ ସମିତିର ୫୩ତମ ବାର୍ଷିକୋତ୍ସବ ଓ ପାଣିଜୟନ୍ତୀ ୨୦୨୬ର ଦ୍ୱିତୀୟ ତଥା ଉଦ୍‌ଯାପନୀ ସନ୍ଧ୍ୟା ବେଶ୍ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବିମଳକାନ୍ତ ମହାପାତ୍ର ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

ଉତ୍ସବର ଏହି ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସମ୍ମାନିତ ଅତିଥି ଭାବେ ପୂର୍ବତନ ମୁଖ୍ୟ ସଚେତକ ତଥା ଜଗତସିଂହପୁରର ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜଗତସିଂହପୁରର ପୂର୍ବତନ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ପାରାଦ୍ୱୀପର ପୂର୍ବତନ ବିଧାୟକ ଇଂ ସମ୍ବିତ ରାଉତରାୟ, ଶ୍ରମିକ ନେତା ପ୍ରଭାତ ମହାନ୍ତି, ଜିଲ୍ଲା ପରିଷଦ ଉପସଭାନେତ୍ରୀ ସୁଜାତା ମହାନ୍ତି, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଲୋରା ମହାପାତ୍ର, ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା ବିଜେଡି ଉପସଭାପତି ବସନ୍ତ ମହାପାତ୍ର, ଜିଲ୍ଲା ବିଜେଡି ଉପସଭାପତି ଅଶ୍ୱିନୀ ଦାସ, ଏରସମା ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗୋଚ୍ଛାୟତ, ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, ସମିତି ସଭ୍ୟ ପ୍ରବୀର ରାୟ ଓ ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରଥ ପ୍ରମୁଖ ଯୋଗଦେଇଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଗଣକବି ବୈଷ୍ଣବ ପାଣିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସାଂସ୍କୃତିକ ଆସରକୁ ଉଦ୍‌ଘାଟନ କରାଯାଇଥିଲା। ଅନୁଷ୍ଠାନର ଉପଦେଷ୍ଟା ସୁଶ୍ରୀ ବିଜୟା ମହାନ୍ତି ଏବଂ ମଧୁସୂଦନ ପରିଜା ଅତିଥିମାନଙ୍କୁ ଉତ୍ତରୀୟ ଓ ସ୍ମାରକୀ (ମୋମେଣ୍ଟୋ) ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ। ସଭ୍ୟ ପ୍ରଦୀପ୍ତ ମହାପାତ୍ର ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଅନିଲ କୁମାର ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।

ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଶ୍ରମିକ ନେତା ପ୍ରଭାତ ମହାନ୍ତିଙ୍କୁ ସମ୍ମାନଜନକ ‘କୁମାର ଉତ୍ସବ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏହା ସହିତ ଅଞ୍ଚଳର କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ସଭ୍ୟ ସୁଧାଂଶୁ ମହାପାତ୍ର ମାନପତ୍ର ପଠନ କରିଥିଲେ।

ଉତ୍ସବକୁ ଉପସଭାପତି ଜେନାମଣି ଅନିଲ କୁମାର ରାୟ, ସହ-ସମ୍ପାଦକ ଧୀରେନ୍ଦ୍ର କୁମାର ଦାସ, କୋଷାଧ୍ୟକ୍ଷ ନବ କୁମାର ମହାପାତ୍ର, ପ୍ରଯୋଜକ ପ୍ରଶାନ୍ତ ମହାନ୍ତି, ସମୀକ୍ଷକ ମନୋଜ କୁମାର ରାୟ, ସଂଯୋଜକ ମଳୟ କୁମାର ବାରିକଙ୍କ ସମେତ ସମସ୍ତ ଯୁବ ସଦସ୍ୟ ଓ କର୍ମକର୍ତ୍ତାମାନେ ସୁଚାରୁ ରୂପେ ପରିଚାଳନା କରିଥିଲେ। ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇ ଦର୍ଶକଙ୍କୁ ବିମୋହିତ କରିଥିଲା। ପରିଶେଷରେ ସମିତିର ସମ୍ପାଦକ ଅନିଲ କୁମାର ମହାପାତ୍ର ଉପସ୍ଥିତ ସମସ୍ତ ଅତିଥି, ଦର୍ଶକ ତଥା ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *