ଗଇଠିପୁର ଗ୍ରାମର ୰ସ୍ଵର୍ଣ୍ଣଲତା ସାହୁଙ୍କ ଦ୍ଵାଦଶାହରେ ସ୍ମୃତି ସଭା

ରାଜ୍ୟ
Spread the love

ଝଙ୍କଡ:୨୪/୧୦ ତିର୍ତ୍ତୋଲ ବ୍ଲକର କନିମୂଳ ପଞ୍ଚାୟତର ଗଇଠିପୁର ଗ୍ରାମର ବିଶିଷ୍ଟ ମୂରବୀ ସ୍ବର୍ଗତଃ ମକର ସାହୁଙ୍କ ଧର୍ମପତ୍ନୀ ୰ସ୍ଵର୍ଣ୍ଣଲତା ସାହୁଙ୍କ ଦ୍ଵାଦଶାହରେ ତାଙ୍କ ନିଜ ବାସଭବନଠାରେ ଦ୍ଵାଦଶାହ ଦିବସରେ ସ୍କୃତିସଭା ୨୩ ତାରିଖ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ରାମାୟଣୀ ପଣ୍ଡିତ ଅଭୟ ଦାଶଙ୍କ ସଂଯୋଜନାରେ ସ୍ଥାନୀୟ ପୂର୍ବତନ ସରପଞ୍ଚ ତଥା ପୂର୍ବତନ ଜିଲ୍ଲା ପରିଷଦ ସନାତନ ଦଳାଇ ଯୋଗ ଦେଇ ସ୍ଵର୍ଗତା ସାହୁଙ୍କ ତୈଳଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ନିଜର ବକ୍ତବ୍ୟ ପ୍ରଦାନ କରିବା ସଂଗେ ସଂଗେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଜଣାଇଥିଲେ । ପଞ୍ଚାୟତର ସରପଞ୍ଚ ଅନୁସୂୟା ମହାନ୍ତି, ସମିତିସଭ୍ୟ ବସନ୍ତ ମହାପାତ୍ର, ପଞ୍ଚାୟତର ବିଜେଡ଼ି ସଭାପତି ରାଜେନ୍ଦ୍ର ପ୍ରସାଦ ଦାସ, ଶିକ୍ଷାବିତ୍ତ୍ ଗଗନବିହାରି ଦାସ, ସୁରେନ୍ଦ୍ର ରାଉତରାଏ, ତିର୍ତ୍ତୋଲ ଶିକ୍ଷା ଜିଲ୍ଲାର ପୂର୍ବତନ ଶିକ୍ଷାଧିକାରୀ ପବିତ୍ର କର, ଯୁବନେତା ନିପ୍ରଭ ବେହେରା,ବରିଷ୍ଠ ଚାଷୀନେତା କାଶୀନାଥ ସାହୁ, ଷ୍ଟେଟ ବ୍ୟାଙ୍କର ପୂର୍ବତନ ଅଧିକାରୀ ନାରାୟଣ ଦାଶ, ସେବାନିବୃତ୍ତ ସେନାନୀ ଅଭୟ ସାହୁ , ବରିଷ୍ଠ ସଂଗଠକ ପ୍ରଶାନ୍ତ ରାଉତ, ନାରାୟଣ ରାଉତ୍ , ପୂର୍ବତନ ସମିତିସଭ୍ୟ ବୈରାଗୀ ଚରଣ ସ୍ୱାଇଁ,ବରିଷ୍ଠ ଆଡ଼ଭୋକେଟ ଭଜହରି କର ଗ୍ରାମର ମୂରବୀ ପ୍ରାକ୍ତନ ରାଜସ୍ଵ ଅଧିକାରୀ ସୁରେନ୍ଦ୍ର ଜେନା, ମା ଦିଗବାରେଣୀ ପୂଜକ ଶ୍ୟାମ ଚରଣ ପତି, ଶଂଖେଶ୍ଵର ଗଜଲକ୍ଷ୍ମୀଙ୍କର କର୍ତ୍ତା ନିରଞ୍ଜନ ଜେନା, ବାଲାବିହାରି କ୍ଲଷ୍ଟର ସି.ଆର.ସି.ସି. ପ୍ରଣବ ସାହୁ, ସମାଜସେବୀ ପ୍ରଭାସ ସାହୁ, ଯୁବନେତା ଶିବଚ଼ରଣ ସାହୁ,ଆର.ଡ଼ି. ବିଭାଗର ପୂର୍ବତନ କର୍ମଚାରୀ ରାମଚନ୍ଦ୍ରକର , ଶିକ୍ଷାବିତ୍ ପ୍ରଶାନ୍ତ ମହାପାତ୍ର, ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅନେକ ଗୁଣୀଜ୍ଞାନୀ, ସମାଜସେବୀ, ଓ ରାଜନେତା ଯୋଗ ଦେଇଥିଲେ । ପରିବାର ତରଫରୁ ଜ୍ୟେଷ୍ଠପୁତ୍ର ରବୀନ୍ଦ୍ର କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ କରିଥିଲା ବେଳେ ରଂଜନ କୁମାର ସାହୁ ଓ ନରେନ୍ଦ୍ର କୁମାର ସାହୁ ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *