ଝଙ୍କଡ଼, ତା. ୦୯/୧୧/୨୦୨୬: ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ ଅନ୍ତର୍ଗତ କନକପୁର ଦେଉଳି ଗ୍ରାମର ଧର୍ମପ୍ରାଣା ମହିୟସୀ ମହିଳା ନର୍ମଦା ରାଉଳ (କୁନି)ଙ୍କର ଗତ ରବିବାର ରାତି ୮ଟା ୨୦ ମିନିଟ୍ ସମୟରେ ନିଜ ବାସଭବନରେ ହୃଦ୍ଘାତ ଯୋଗୁଁ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୮ ବର୍ଷ ବୟସ ହୋଇଥିଲା। ସେ ଜଣେ ଧର୍ମପରାୟଣା, ପତିବ୍ରତା, ସରଳ, ମିଷ୍ଟଭାଷୀ ତଥା ଆଦର୍ଶ ଗୃହିଣୀ ଥିଲେ। ସ୍ନେହୀ ଓ ପରୋପକାରୀ ସ୍ୱଭାବ ଯୋଗୁଁ ସେ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ବେଶ୍ ପରିଚିତ ଓ ସମ୍ମାନିତା ଥିଲେ। ତାଙ୍କର ଏହି ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ସମଗ୍ର ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।
ପରଲୋକ ଶଯ୍ୟା ନିକଟରେ ତାଙ୍କର ପୁଅ ରଶ୍ମିରଞ୍ଜନ, ଦିଲ୍ଲୀପ, ସାରଦାପ୍ରସାଦ; ବୋହୂ ଗୀତାଞ୍ଜଳି, ଆରତୀ; ଝିଅ କାବେରୀ, ପ୍ରିୟଦର୍ଶିନୀ, ସନ୍ଧ୍ୟାଦର୍ଶିନୀ, ସୌମ୍ୟଦର୍ଶିନୀ; ଜାମାତା ବିରେନ, ସତ୍ୟନାରାୟଣ, ଭକ୍ତ ଓ ସରୋଜ; ନାତିନାତୁଣୀ ବବୁଲ, ପୁପୁନ, ଲାଡଲି, ଉବୁନ, ଲୋରୀ, ଓମସିଦ୍ଧି, ରିଦ୍ଧିମା, ଗୁଡ଼ୁ; ଏବଂ ସିଦ୍ଧାର୍ଥ ତଥା ଭଣଜା ଦେବୀପ୍ରସାଦଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟସ୍ୱଜନମାନେ ଉପସ୍ଥିତ ଥିଲେ।
ଏହା ପରେ ଏକ ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଏହି ଶବଶୋଭାଯାତ୍ରାରେ ତାଙ୍କ ସ୍ୱାମୀ ବିଷ୍ଣୁଚରଣ ରାଉଳଙ୍କ ସମେତ ହରେକୃଷ୍ଣ ରାଉଳ, ନିରଞ୍ଜନ ରାଉଳ, ତ୍ରିଲୋଚନ ରାଉଳ, ନୃସିଂହ ଚରଣ ରାଉଳ, ଅଜୟ କୁମାର ହାତୀ, ଅମିତାଭ, ଅଜୟ, ସତ୍ୟାନନ୍ଦ, ଶିବପ୍ରସାଦ, ପ୍ରଭୁପ୍ରସାଦ ପ୍ରମୁଖ ଯୋଗଦେଇ ଶେଷଦର୍ଶନ କରିଥିଲେ। ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିବା ବେଳେ ବଡ଼ପୁଅ ରଶ୍ମିରଞ୍ଜନ ରାଉଳ (ଦୀପୁ) ମୁଖାଗ୍ନି ଦେଇଥିଲେ। ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ମଶାନରେ ଉପସ୍ଥିତ ରହି ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।
