ବିଶିଷ୍ଟ ସମାଜସେବୀ ବିଦ୍ୟାଧର ଲେଙ୍କାଙ୍କ ଦ୍ୱାଦଶାହ ଉପଲକ୍ଷେ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା

ରାଜ୍ୟ
Spread the love

ମାହାଙ୍ଗା, ୧୨/୧୧ (ନି.ପ୍ର.): ମୂଳବସନ୍ତ ପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ଗ୍ରାମର ବିଶିଷ୍ଟ ମୁରବୀ, ପୂର୍ବତନ ୱାର୍ଡସଭ୍ୟ, ବିଦ୍ୟାଳୟ ଶିକ୍ଷା କମିଟିର ସଭାପତି ତଥା ପରୋପକାରୀ ସମାଜସେବୀ ସ୍ୱର୍ଗତ ବିଦ୍ୟାଧର ଲେଙ୍କାଙ୍କ ଦ୍ୱାଦଶାହ ତିଥି ଅବସରରେ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା କବି ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଏହି ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମହାନ୍ତି ଯୋଗଦେଇ ସ୍ୱର୍ଗତ ଲେଙ୍କାଙ୍କ ନିଃସ୍ୱାର୍ଥପର ସେବା ମନୋବୃତ୍ତି ଏବଂ ସହନଶୀଳତା ଆଚରଣ ଆଜିର ଯୁବ ସମାଜ ପାଇଁ ବେଶ୍ ପ୍ରେରଣାଦାୟୀ ଓ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଅଞ୍ଚଳର ସାମାଜିକ ତଥା ଶିକ୍ଷା କ୍ଷେତ୍ରର ବିକାଶରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ସେ କହିଥିଲେ।

ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନାଏବ ସରପଞ୍ଚ ବଟକୃଷ୍ଣ ଦାଶ, ପୂର୍ବତନ ସମିତିସଭ୍ୟ କିଶୋର ଚନ୍ଦ୍ର ରାଉତ, ଶୁଭେନ୍ଦୁ ସାମଲ, ଜଗବନ୍ଧୁ ନାୟକ, ସାମ୍ବାଦିକ ଲକ୍ଷ୍ମୀଧର ଖୁଣ୍ଟିଆ, ଅଶୋକ ଦାଶ, ସୁରେଶ ବଳ, ହରିହର ବିଶ୍ୱାଳ, ସୋମନାଥ ସାମଲ, ସରୋଜ ପରିଡ଼ା, ଭରତ ଚନ୍ଦ୍ର ସ୍ୱାଇଁ, ରାମଚନ୍ଦ୍ର ସ୍ୱାଇଁ, ସଂଗ୍ରାମ ସାମଲ, ସଚିନ୍ଦ୍ର ବାରିକ, ପରେଶ ବଳବନ୍ତରାୟ, ରଞ୍ଜନ ବଳବନ୍ତରାୟ, ଅରୁଣ ସେଠୀ, ପ୍ରଦୀପ୍ତ କିଶୋର ଦାଶ, ଅନିଲ ରାଉତରାୟ, ଅମିତାଭ ପଣ୍ଡା, ଶିବ ପ୍ରସାଦ ସାହୁ, ଅଭିନ୍ନ ଜେନା, ସୁଶୀଲ ଆଚାର୍ଯ୍ୟ, ଧନେଶ୍ୱର ବେହେରା ଏବଂ କିଶୋର ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଲେଙ୍କାଙ୍କ ଜୀବନାଦର୍ଶ ଓ ସ୍ମୃତିଚାରଣ ଉପରେ ଆଲୋଚନା କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ।

ଏହି ସମସ୍ତ କାର୍ଯ୍ୟକ୍ରମକୁ ବିମ୍ବାଧର ଲେଙ୍କା, ଧରଣୀଧର ଲେଙ୍କା, ଶ୍ୟାମସୁନ୍ଦର ଲେଙ୍କା, ସୁରେନ୍ଦ୍ର ଲେଙ୍କା, ପୁରୁଷୋତ୍ତମ ଲେଙ୍କା, ମହେଶ୍ୱର ଲେଙ୍କା, କଳ୍ପତରୁ ଲେଙ୍କା, ସରୋଜ ଲେଙ୍କା, ଅଜୟ ଲେଙ୍କା, ତପନ କୁମାର ଲେଙ୍କା, ଅରୁଣ କୁମାର ଲେଙ୍କା, ବିପନ ଲେଙ୍କା ଓ ଅନିଲ ଲେଙ୍କା ପ୍ରମୁଖ ସୁଚାରୁ ରୂପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *