ଖୁଣ୍ଟୁଣୀ ଅଞ୍ଚଳରେ ଅବକାରୀ ବିଭାଗର ବଡ଼ ଧରଣର ମିଳିତ ଚଢ଼ାଉ: ୩୪୫୦ ଲିଟର ଦେଶୀ ମଦ ଓ ୨୩,୬୨୫ ଲିଟର ପୋଚ ନଷ୍ଟ, ୭ ମାମଲା ରୁଜୁ

ରାଜ୍ୟ
Spread the love

ଆଠଗଡ଼: ଗତ ୧୪.୧୧.୨୦୨୬ ତାରିଖରେ କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଆଠଗଡ଼ ଅବକାରୀ ଉପଅଧୀକ୍ଷକ ଶ୍ରୀ ସି. ଏଚ୍. ତିରୁପତି ଓ ଆଠଗଡ଼ ଅବକାରୀ ନିରୀକ୍ଷକ ଶ୍ରୀ ରବିନାରାୟଣ ପଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଏକ ବଡ଼ ଧରଣର ମିଳିତ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ଖୁଣ୍ଟୁଣୀ ଥାନା ଅଧୀନସ୍ଥ ଡାଳୁଅ, ଖଣ୍ଡୁଆଳି, ହାତୀତୋପ, ମଠନାଳ, ବାଉଁଶ ଟଙ୍ଗୋର, ସରସ୍ୱତୀପୁର, ପଟିଆସାହି, ଭଗୁଆ, ବନିଆବନ୍ଧ ଓ କଂସର ସଂରକ୍ଷିତ ଜଙ୍ଗଲରେ ଅନୁଷ୍ଠିତ ହୋଇଥିଲା। ଆଠଗଡ଼ ଅବକାରୀ ବିଭାଗ, ବାଙ୍କୀ ଅବକାରୀ ଥାନା, କଟକ ସଦର-୨ ଅବକାରୀ ଥାନା ଏବଂ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗ, କଟକର ମିଳିତ ସହଯୋଗରେ ଏହି ଅଭିଯାନ ପରିଚାଳିତ ହୋଇଥିଲା।

ଉକ୍ତ ଚଢ଼ାଉରେ ସର୍ବମୋଟ ୩,୪୫୦ ଲିଟର ଦେଶୀ ରନ୍ଧା ମଦ ଏବଂ ମଦ ପ୍ରସ୍ତୁତି ନିମନ୍ତେ ବ୍ୟବହୃତ ହେଉଥିବା ୨୩,୬୨୫ ଲିଟର ଗୁଡ଼ ପୋଚ ଉଦ୍ଧାର କରାଯାଇ ଘଟଣାସ୍ଥଳରେ ହିଁ ନଷ୍ଟ କରାଯାଇଛି। ଏହା ସହିତ ବେଆଇନ ମଦ କାରବାର ଅଭିଯୋଗରେ ଅବକାରୀ ବିଭାଗ ପକ୍ଷରୁ ମୋଟ ୭ ଗୋଟି ମାମଲା ରୁଜୁ କରାଯାଇଛି।

ଏହି ମିଳିତ ଚଢ଼ାଉରେ ଆଠଗଡ଼ ଅବକାରୀ ଉପଅଧୀକ୍ଷକ ଶ୍ରୀ ସି. ଏଚ୍. ତିରୁପତି, ଆଠଗଡ଼ ଅବକାରୀ ନିରୀକ୍ଷକ ଶ୍ରୀ ରବିନାରାୟଣ ପଧାନ, ଆଠଗଡ଼ ଅବକାରୀ ଥାନାର ଅବକାରୀ ଉପନିରୀକ୍ଷକ ଶ୍ରୀ ତରୁଣ କୁମାର ପାତ୍ର, ବାଙ୍କୀ ଅବକାରୀ ଥାନାର ଅବକାରୀ ଉପନିରୀକ୍ଷକ ଶ୍ରୀ ବାପି ସାହୁ, କଟକ ସଦର-୨ ଅବକାରୀ ଥାନାର ଅବକାରୀ ସହ-ଉପନିରୀକ୍ଷକ ଶ୍ରୀ କମଳାକାନ୍ତ ବେହେରା ଦଳାଇ, କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗର ଅବକାରୀ ଉପନିରୀକ୍ଷକ ଶ୍ରୀମତୀ ନିରୁପମା ସାହୁ ଏବଂ ବିଭାଗର ସମସ୍ତ ଅବକାରୀ କର୍ମଚାରୀମାନେ ସକ୍ରିୟ ଭାବେ ସାମିଲ ହୋଇଥିଲେ। ଆଗାମୀ ଦିନରେ ମଧ୍ୟ ବେଆଇନ ମଦ କାରବାର ବିରୋଧରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *