କଟକ ସଦର ୪୨ ମୌଜାରେ ୬ କୋଟି ଟଙ୍କାର ଦୁଇଟି କଂକ୍ରିଟ୍ ରାସ୍ତା ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ

ରାଜ୍ୟ
Spread the love

କଟକ, ୧୫।୧୧: କଟକ ସଦର ଅନ୍ତର୍ଗତ ୪୨ ମୌଜାର ବ୍ରହ୍ମପୁର ଓ ବରାଳ ଗ୍ରାମର ଦୁଇଟି ସିମେଣ୍ଟ କଂକ୍ରିଟ୍ ରାସ୍ତା ନିର୍ମାଣ ପାଇଁ ୬ କୋଟି ଟଙ୍କା ବ୍ୟୟ ଅଟକଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଏହି କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପ ଦୁଇଟିର ଶୁଭ ଶିଳାନ୍ୟାସ କରିଥିଲେ।

ଏହି ପ୍ରକଳ୍ପ ମଧ୍ୟରୁ ପ୍ରଥମଟି ବ୍ରହ୍ମପୁର-ଝାରକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାସ୍ତା ହୋଇଥିବା ବେଳେ ଦ୍ୱିତୀୟଟି ବରାଳ ଗ୍ରାମର କଣ୍ଡୁରି ମହାନ୍ତିଙ୍କ ଘରଠାରୁ ଜଗଦୀଶ ତ୍ରିପାଠୀଙ୍କ ଘର ପର୍ଯ୍ୟନ୍ତ ରାସ୍ତା ରହିଛି। ଏହି ରାସ୍ତା ଦୁଇଟିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କର ଦୀର୍ଘଦିନର ଗମନାଗମନ ସମସ୍ୟା ଦୂର ହୋଇପାରିବ।

ଆୟୋଜିତ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍‌ଡିଓ ଆଦର୍ଶ ୱର୍ଣ୍ଣକାର, କନିଷ୍ଠ ଯନ୍ତ୍ରୀ ମାନସ ଚୌଧୁରୀ, ବ୍ରହ୍ମପୁର ସରପଞ୍ଚ ରବିନାରାୟଣ ପ୍ରଧାନ, ମଣ୍ଡଳ ସମ୍ପାଦକ ଅମିତାଭ ବିଶ୍ୱାଳ, ବଂଶୀଧର ତ୍ରିପାଠୀ, ସମାଜସେବୀ ଗଜେନ୍ଦ୍ର ବେହେରା, ବିଘ୍ନେଶ୍ୱର ଭୋଇ, ସୁରେଶ ପ୍ରଧାନ, ବନିତା ଶତପଥୀ, ସ୍ନିଗ୍‌ଧା ପ୍ରଧାନ, ଶୁଭଶ୍ରୀ ସାମଲ, ଜ୍ୟୋତି ରଞ୍ଜନ ଭୋଇ, ମହିଳା ମୋର୍ଚ୍ଚା ସମ୍ପାଦିକା ପ୍ରିୟତମା ଜେନା, ସଭାପତି ପରମାନନ୍ଦ ଚୌଧୁରୀ ଏବଂ ପ୍ରିୟ ରଞ୍ଜନ ଖଟୁଆଙ୍କ ସମେତ ବହୁ ବିଜେପି କର୍ମୀ ଓ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *