Rakhi

‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍‌’ ମାମଲାରେ ନୂଆ ବିବାଦ, ରାକ୍ଷୀ ସାୱନ୍ତଙ୍କୁ ପଠାଗଲା ସମନ

ଦେଶବିଦେଶ
Share

ସମୟ ରୈନାଙ୍କ ଶୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍‌’ରେ ରଣବୀର ଆଲ୍ଲାହାବାଦିଆ ଏକ ଅଶାଳୀନ ପ୍ରଶ୍ନ ପଚାରିବା ପରେ ବିବାଦ ସୃଷ୍ଟି ହୋଇଛି । ସେ ବାପାମାଆଙ୍କ ବିଷୟରେ ଏକ ଅରୁଚିକର ତଥା ଅଶାଳୀନ ପ୍ରଶ୍ନ ପଚାରିଥିଲେ, ଯାହାକୁ ନେଇ ସୁପ୍ରିମକୋର୍ଟ ତାଙ୍କୁ କଡ଼ା ଭର୍ତ୍ସନା କରିଥିଲେ । ମାମଲାଟି ସୋସିଆଲ ମିଡିଆରେ ମଧ୍ୟ ବହୁତ ଆଲୋଚନାର ବିଷୟ ହୋଇଛି ।

ରଣବୀର ଆଲ୍ଲାହାବାଦିଆଙ୍କ ପରେ ଏବେ ୟୁଟ୍ୟୁବର ଆଶିଷ ଚଞ୍ଚଲାନି ବି ସୁପ୍ରିମକୋର୍ଟରେ ହାଜର ହେବାକୁ ଯାଉଛନ୍ତି । ତାଙ୍କ ଉପରେ ମଧ୍ୟ ଶୁଣାଣି ହେବ ।

ଏହି ବିବାଦ ମଧ୍ୟରେ ଏବେ ରାକ୍ଷୀ ସାୱନ୍ତଙ୍କ ନାମ ସାମ୍ନାକୁ ଆସିଛି । ମହାରାଷ୍ଟ୍ର ସାଇବର ସେଲ୍ ତାଙ୍କୁ ଫେବୃଆରୀ ୨୭ରେ ହାଜର ହେବାକୁ ସମନ ପଠାଇଛି । କହି ରଖୁଛୁ ଯେ ରାକ୍ଷୀ ସାୱନ୍ତ ମଧ୍ୟ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ର ଏକ ଏପିସୋଡରେ ନଜର ଆସିଥିଲେ । ଯଦିଓ ଏହି ଏପିସୋଡରେ ରଣବୀର ଆଲ୍ଲାହାବାଦିଆ ସାମିଲ ହୋଇ ନ ଥିଲେ, କିନ୍ତୁ ଏପିସୋଡର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ।

ଯେଉଁ ଏପିସୋଡରେ ରାକ୍ଷୀ ଆସିଥିଲେ, ତାହାକୁ ୪ କୋଟିରୁ ଅଧିକ ଥର ଦେଖାଯାଇ ସାରିଛି । ଏହି କାରଣରୁ ମହାରାଷ୍ଟ୍ର ସାଇବର ସେଲ୍ ମାମଲାକୁ ଗମ୍ଭୀରତାର ସହ ନେଇଛି ଏବଂ ତାଙ୍କୁ ତାଙ୍କ ବୟାନ ରେକର୍ଡ କରାଇବା ପାଇଁ ଡକାଇଛି ।

ଏହାପୂର୍ବରୁ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍’ ଉପରେ ଚାଲିଥିବା ବିବାଦ ଉପରେ ରାକ୍ଷୀ ସାୱନ୍ତ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଥିଲେ । ସେ ଆଲ୍ଲାହାବାଦିଆଙ୍କୁ ସମର୍ଥନ କରି କହିଥିଲେ, ‘ରଣବୀର କ୍ଷମା ମାଗିଛନ୍ତି, ଏବେ କ’ଣ ତାଙ୍କ ଜୀବନ ନେବ? ତାଙ୍କ ମାଆବାପା ଭୟରେ ଘରୁ ବାହାରକୁ ବାହାରୁ ନାହାନ୍ତି’ ।

Leave a Reply

Your email address will not be published. Required fields are marked *