Zzzzz

ମୁନିଗୋସେଇଁ ମଠରେ ରଜ୍ୟସ୍ତରୀୟ କବିତା ପାଠୋତ୍ସବ

ରାଜ୍ୟ
Spread the love

ଝଙ୍କଡ/ଜଗତସିଂହପୁର :   ଓଡ଼ିଆ ଭାଷା ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା ଆଦିକବି ଶୂଦ୍ରମୁନି ସାରଳା ଦାସ ଙ୍କ ପବିତ୍ର ସମାଧି ପୀଠ, ମୁନିଗୋସେଇଁ ମଠ ରେ, ଆଦିକବି ସାରଳା ଦାସ ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ , ଗତ ଶନିବାର ଦିନ ପୂର୍ବାହ୍ନରେ ଏକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ ସାହିତ୍ୟସଭା, ସାରଳା ସାହିତ୍ୟ ସଂସଦ ର ପ୍ରତିଷ୍ଠାତା, ତଥା ବିଶିଷ୍ଟ ସାରସ୍ୱତ ସାଧକ ଈଂ ଡଃ ପ୍ରଭାକର ସ୍ୱାଇଁ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି।

ଝଙ୍କଡ଼ ସାହିତ୍ୟ ସଂସଦ ର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ସ୍ବାମୀ ଡଃ ଚିଦାନନ୍ଦ ବ୍ରହ୍ମଚାରୀ ଯୋଗଦେଇ ଥିବାବେଳେ, ମୁଖ୍ୟ ଅତିଥି ଡଃ ପ୍ରଫେସର ରଞ୍ଜିତା ନାୟକ ଓ ବରେଣ୍ୟ ଅତିଥି ଭାବେ ସୋହାଗିନି ବେହେରା ଙ୍କ ସମେତ କବି ଗୋଲକ ବିହାରୀ ପଳାଇ , ପରିଷଦର ସଭାପତି ବିରଜା ପ୍ରସନ୍ନ ପରିଜା , ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ସାରଳା ଦାସ ଙ୍କ ପାଇଁ, ଏ ଓଡ଼ିଆ ଜାତି ସମଗ୍ର ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି, ଆମ ରାଜ୍ୟ ଏକମାତ୍ର ଭାଷା ଭିତ୍ତିକ ରାଜ୍ୟ ହୋଇଥିବା ବେଳେ, ବିଳମ୍ବରେ ହେଲେ ମଧ୍ୟ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି ବୋଲି, ମୁଖ୍ୟ ଅତିଥି ଡଃ ନାୟକ ଏହି ସଭାରେ ମତବ୍ୟକ୍ତ କରିଥିଲେ। ପଣ୍ତିତ ବାସବ ନନ୍ଦ, ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସ୍ବାଗତ ଭାଷଣ ଦେଇଥିଲେ।

ପରେ ପରେ ଛବିରାଣୀ ପତି , ସବିତା ନାୟକ ଓ ପିୟତମା ସାହୁ ଙ୍କ ସଂଯୋଜନାରେ, କବି ପିତାମ୍ବର ମହାପାତ୍ର, ବାଲିଘର ଫାଉଣ୍ଡେସନ ର ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ସ୍ୱାଇଁ, ବାମଦେବ ସ୍ୱାଇଁ, ପଦ୍ମାବତୀ ମିଶ୍ର , ରଞ୍ଜିତା ସାହୁ , ଆରତୀ ତ୍ରିପାଠୀ, ଆରତୀ ଦାଶ, ଡଃ ବିଷ୍ଣୁପ୍ରିୟା ଦାସ , ପୁରୁଷୋତ୍ତମ ଦାସ, ପ୍ରସନ୍ନ ଜେନା, ସୁପ୍ରଭା ବାରିକ, ପରମାନନ୍ଦ ମିଶ୍ର , ପାୟଲ ମଣ୍ଡକ, ନିତ୍ୟାନନ୍ଦ ନାୟକ, ଓ ରମାକାନ୍ତ ଦାସ ପ୍ରମୁଖ ୫୦ ଜଣ ରୁ କବି କବୟତ୍ରୀ ମାନେ ସ୍ବରଚିତ କବିତା ପାଠ କରିଥିବା ବେଳେ, ପରିଶେଷରେ ଝୁଲାରାମ ଦାସ ଧନ୍ୟବାଦ ଅର୍ପଣ କରିଥିବାର ଜଣାଯାଇଛି।

Leave a Reply

Your email address will not be published. Required fields are marked *