Cm

ଶ୍ରୀରାମ ନବମୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ
Spread the love

ଭୁବନେଶ୍ବର: ପବିତ୍ର ଶ୍ରୀରାମ ନବମୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପବିତ୍ର ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ସତ୍ୟ, ଧର୍ମ, ନ୍ୟାୟ ଓ ଆଦର୍ଶକୁ ପାଥେୟ କରି ସମାଜର ମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା। ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ।

ରାମନବମୀଙ୍କୁ ନେଇ ସାରା ରାଜ୍ୟ ଉତ୍ସବମୁଖର। ମର୍ଯ୍ୟାଦା ପୁରୁଷୋତ୍ତମଙ୍କୁ ଆଖି ପୂରେଇ ଦେଖି ନେବାର ଅଭୀପ୍ସା ହଜାର ହଜାର ଭକ୍ତଙ୍କୁ ମନ୍ଦିରକୁ ଟାଣିହୋଇ ଆସିଛନ୍ତି। ଆଜି ଭୋର୍ରୁ ଚଳଚଞ୍ଚଳ ହୋଇପଡ଼ିଛି ମଠ ଓ ମନ୍ଦିର। ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଛି। ଏଣୁ ଆଜି ଓଡ଼ିଶାର ସମସ୍ତ ରାମ ମନ୍ଦିର ଓ ବିଭିନ୍ନ ମଠରେ ଭିଡ଼ ପରିଲକ୍ଷିତ ହୋଇଛି।

Leave a Reply

Your email address will not be published. Required fields are marked *