3b14c2ab Ece8 448c 829b E3a9cdbb412f

ପଶୁପକ୍ଷୀଙ୍କ ପାଇଁ ଜଳଦାନର ବ୍ୟବସ୍ଥା କଲା ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ, ଓଡ଼ିଶା ପରିବାର

ରାଜ୍ୟ
Spread the love

କଟକ : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ପଶୁପକ୍ଷୀ ମାନେ ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି । ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ,ଓଡ଼ିଶା(ବିସିଟି) କାର୍ଯ୍ୟକର୍ତ୍ତା ରକ୍ତବୀର ଶୈଳରାଜ ପାଣିଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲା ଉପରବରୁଆଁ ଗ୍ରାମ ସ୍ଥିତ ମେଲଣ ପଡିଆରେ ଥିବା ବୃକ୍ଷ ମାନଙ୍କରେ ଜଳ ପାତ୍ର ରଖିବା ଓ ବିଭିନ୍ନ ସ୍ଥାନରେ କୂଅ ନନ୍ଦ ଆଦି ପାଣି କୁଣ୍ଡର ରଖିବାର ବ୍ୟବସ୍ଥା କରାଯାଇଛି ।

ଏହି ସେବା କାର୍ଯ୍ୟକ୍ରମରେ ଚିରଞ୍ଜିବି ବିଶ୍ବାଳ, ପ୍ରଶାନ୍ତ ବିଶ୍ବାଳ, ଦୁଷ୍ମନ୍ତ ପ୍ରଧାନ , ବିଶ୍ୱଜିତ୍ ବାରିକ, ସୁରେଶ ପରିଡ଼ା, ଦିବ୍ୟଜ୍ୟୋତି ବିଶ୍ବାଳ, ପ୍ରେମ୍ ପ୍ରକାଶ ପାଣି, ସୁଧାଂଶୁ ବିଶ୍ବାଳ, ରିତେଶ ରାଜ ପାଣି, ପ୍ରଶାନ୍ତ ବାରିକ, ଶୁଭମ୍ ସାହୁ, ଗୁଗୁଆ, ରୋହିତ, ତପୁ, ଲିଟୁ, ଲାପି, ଗୁଗୁଲ, ରାହୁଲ୍, ଗୌରା ଆଦି ବହୁ ଯୁବ ସମାଜସେବୀ ବଂଧୁ ବର୍ଗ ସହଯୋଗ କରିଥିଲେ । ସେହିଭଳି କଟକ ସଦର ଅଞ୍ଚଳରେ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ,ଓଡ଼ିଶା ସହ ସମ୍ପାଦକ ଇଂ.ସୁରଜ୍ ବେହେରା ମଧ୍ୟ ଏହି ସେବାକାର୍ଯ୍ୟ ଜାରୀ ରଖିଛନ୍ତି । ଯୁବ ସମାଜସେବୀ ମାନଂକ ଏପରି ମାନବୀୟ କାର୍ଯ୍ୟକୁ ବିସିଟି ଅଧ୍ୟକ୍ଷ ସମାଜସେବୀ ଇଂ.ବିମଳ ଚନ୍ଦ୍ର ଦାସ,ସମ୍ପାଦକ ସାହିତ୍ୟିକ ପ୍ରିନ୍ସ ନନ୍ଦ ଉଚ୍ଚ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *