ଜଗତସିଂହପୁର/ ଝଙ୍କଡ଼ : ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ, ବଡ ଶାରୋଳ (ହରିପୁର ) ଗ୍ରାମର ରାଜପୁତ ବରଦା ପ୍ରସାଦ ସିଂହ ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଗତ ମଙ୍ଗଳବାର ସଂଧ୍ୟା ରେ ଅନୁଷ୍ଠିତ ହୋଇଯାଇଛି।
ସାରଳାପୀଠ କନକ ପୁର ବଜାରର ସର୍ବ ପୁରାତନ ଆମରି ଗାଁ ହୋଟେଲର ସେ ମୁଖ୍ୟପରିଚାଳକ ଥିଲେ । ତାଙ୍କର ବିୟୋଗରେ କନକପୁର ବଜାର ବଣିକ ସଂଘ ର ସମସ୍ତ ବ୍ୟବସାୟୀ ମର୍ମାହତ ହୋଇ ଗଭୀର ଶୋକ ପ୍ରକାଶ କରିଥିବା ବେଳେ, ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସ୍ବର୍ଗତ ସିଂହ ଙ୍କର ବଡ ପୁଅ ମନୋରଞ୍ଜନ ସିଂହ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ, ପ୍ରାରମ୍ଭରେ ଦିବଂଗତ ଆତ୍ମା ର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
ପରେ ପରେ ବିଶିଷ୍ଟ ସମାଜସେବୀ ଅଶୋକ କୁମାର ମହାନ୍ତି, ସୁରେନ୍ଦ୍ର ସିଂହ, ଦିଲ୍ଲୀପ କୁମାର ସିଂହ, ପ୍ରକାଶ ଚନ୍ଦ୍ର ସିଂହ, ହିମାଂଶୁ ଶେଖର ରାୟ, ପ୍ରଭାତ କୁମାର ସିଂହ, ପ୍ରସନ୍ନ କୁମାର ସିଂହ , ମନୋରଞ୍ଜନ ସିହ୍ନା, ସସ୍ମିତା ରାୟ , ବନ୍ଦିତା ସିହ୍ନା ଓ ରଜନୀକାନ୍ତ ରାଉଳ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବରଦା ପ୍ରସାଦ ଙ୍କ ଜୀବନଚର୍ଯ୍ୟା ସହିତ ନିଜ ନିଜର ଅନୁଭବ ଓ ଅନୁଭୂତି ର ସ୍ମୃତି ବଖାଣି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ରୌପ୍ୟ ରଞ୍ଜନ, ସୌମ୍ୟ ରଞ୍ଜନ, ପ୍ରିୟଙ୍କା ପ୍ରିୟଦର୍ଶିନି, ନିତରଞ୍ଜନ ଓ ଯଯାତି ସିଂହ ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ପରିଶେଷରେ ରଶ୍ମୀ ରଞ୍ଜନ ସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।