କଟକର ଐତିହାସିକ ବାଲିଯାତ୍ରା ଅବସରରେ ଜାତୀୟ ବୋଟ୍ ରେସ୍, ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ

କଟକ, ୧୧/୧୧: କଟକ ର ଐତିହାସିକ ବାଲିଯାତ୍ରା ଅବସରରେ ପ୍ରଥମ ଥର ପାଇଁ ମହାନଦୀ ରେ ଆଜି ମଙ୍ଗଳବାର ପୂର୍ବାହ୍ନ ରେ ଆରମ୍ଭ ହୋଇଛି ଦୁଇ ଦିନିଆ ଜାତୀୟ ବୋଟ୍ ରେସ୍ ଓ ଫ୍ଲାଏ ବୋଟ୍ ସୋ କାର୍ଯ୍ୟକ୍ରମ।ଏହାକୁ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ୧୦ ଟି ରାଜ୍ୟର ପୁରୁଷ ଟିମ୍ ଓ ୫ ଟି ରାଜ୍ୟର ମହିଳା ଟିମ୍ ଅଂଶଗ୍ରହଣ କରୁଥିବା ଜଣାପଡିଛି। ଏହି ସୋ ଦେଖିବାକୁ ମହାନଦୀ […]

ସଂପୂର୍ଣ୍ଣ ପଢନ୍ତୁ

ଚିର ନିଦ୍ରାରେ ମା’ ସାହାଡ଼ା ସୁନ୍ଦରୀଙ୍କ ମୁଖ୍ୟ ପୂଜକ ବ୍ରଜକିଶୋର

ମାହାଙ୍ଗା, ୧୧ /୧୧ : କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ ବନଗୁରୀଆ ଗ୍ରାମର ପ୍ରତ୍ୟେକ୍ଷ ଦେବତା ମା’ ସାହାଡ଼ା ସୁନ୍ଦରୀଙ୍କ ମୁଖ୍ୟ ପୂଜକ ଶତାୟୁ ବ୍ରଜକିଶୋର ପଣ୍ଡାଙ୍କ ମଙ୍ଗଳବାର ସକାଳେ ପରଲୋକ ଘଟିଛି l ବ୍ରଜକିଶୋର ଥିଲେ ମାଆଙ୍କ ପରମ ସେବକ l ମାଆଙ୍କ ପୂଜାର୍ଚ୍ଚନା ଓ ସାହାଡ଼ା ସୁନ୍ଦରୀ ପୀଠର ଉନ୍ନତି ପାଇଁ ସେ ସବୁବେଳେ ତତ୍ପର ଥିଲେ l ଗ୍ରାମର ମୁରବୀ ତଥା ଜଣେ ଆଧ୍ୟାତ୍ମିକବାଦୀ ମଣିଷ ଭାବେ ସ୍ବର୍ଗତ ପଣ୍ଡା […]

ସଂପୂର୍ଣ୍ଣ ପଢନ୍ତୁ

ନୂଆପଡ଼ାରେ ଅପରାହ୍ନ ୫ଟା ସୁଦ୍ଧା ୭୫.୩୭% ମତଦାନ

ନୂଆପଡ଼ା, ୧୧/୧୧: ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ପ୍ରକ୍ରିୟା ଜାରି ରହିଛି। ଅପରାହ୍ନ ୫ଟା ସୁଦ୍ଧା ନିର୍ବାଚନମଣ୍ଡଳୀର ସମସ୍ତ ବୁଥରେ ୭୫.୩୭% ମତଦାନ ହୋଇଥିବା ସୂଚନା ମିଳିଛି। ସମସ୍ତ ବୁଥରେ ସୁରୁଖୁରୁରେ ମତଦାନ ଚାଲିଥିବା ଜଣାପଡ଼ିଛି।ଅନ୍ୟପଟେ ୪୬ ନମ୍ବର ବୁଥର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ କରାଯାଇଛି। ନିର୍ବାଚନ ପ୍ରକ୍ରିୟାରେ ଗୋପନୀୟତା ଉଲ୍ଲଂଘନ କରିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ସୁନାବେଡ଼ା ଅଞ୍ଚଳରେ ଥିବା ସମ୍ବେଦନଶୀଳ ବୁଥଗୁଡ଼ିକରେ ମତଦାନ ଆଗୁଆ ଶେଷ ହୋଇଛି। ଏଠାରେ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରସିଦ୍ଧ କୁମୁଡା ହାଟ ଉନ୍ନୟନ ପାଇଁ ୧0 ଲକ୍ଷ ଟଙ୍କାର ଅନୁଦାନ, ବିଧାୟଙ୍କୁ କୃତଜ୍ଞତା ଜଣାଇଲେ ଚାଷୀ

ମାହାଙ୍ଗା, ୧୧/୧୧: ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ପ୍ରସିଦ୍ଧ କୁମୁଡା ହାଟର ଉନ୍ନତି ପାଇଁ ସ୍ଥାନୀୟ ବିଧାୟକ ୧0 ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇଦେଇ ଥିବାରୁ ଚାଷୀ ଓ ବ୍ୟବସାୟୀ ଆନନ୍ଦ ପ୍ରକାଶ କରିଛନ୍ତି l ବ୍ରିଟିଶ ଅମଳର ଏହି ପ୍ରାଚୀନ ହାଟକୁ ବେପାର ବଣିଜ କରିବା ପାଇଁ ବହୁ ଦୂର ଦୁରାନ୍ତରୁ ଲୋକମାନେ ଆସୁଥିଲେ l ଏହି କୁମୁଡାହାଟ ଗୋରୁହାଟ ପାଇଁ ଓଡ଼ିଶାରେ ବେଶ ଚର୍ଚ୍ଚିତ ହାଟର ମାନ୍ୟତା ପାଇଥିବା ବେଳେ, ବିଗତ […]

ସଂପୂର୍ଣ୍ଣ ପଢନ୍ତୁ

ଗୋଟିଏ ରାତିରେ ଦୁଇଟି ମନ୍ଦିରରେ ଚୋରି

ଝଙ୍କଡ଼ ୧୧/୧୧: ବାଣୀକ୍ଷେତ୍ର ଝଙ୍କଡ଼ ପ୍ରଗଣା ର ଗୋବିନ୍ଦପୁର ପଞ୍ଚାୟତ ଅଧିନ ଭଟ୍ଟଗାଁ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର, ପାର୍ଶ୍ଵରେ ଥିବା ମା ଲକ୍ଷ୍ମୀ ଙ୍କ ମନ୍ଦିର ଓ ପତିତପାବନ ଗାଦିଗୋସେଇଁ ଙ୍କ ମନ୍ଦିରର, କବାଟ, ଗ୍ରିଲ ଓ ଷ୍ଟିଲଗ୍ରିଲ କୁ କଟର ମେସିନ ସାହାଯ୍ୟରେ କାଟି ଠାକୁର ମାନଙ୍କର ସୁନାହାର, ରୁପାମୁକୁଟ, ପୂଜାରେ ବ୍ୟବହୃତ ହେଉଥିବା ବାସନ କୁସନ ଓ ଅଳଙ୍କାର ଆଦି ଗତ ଦଶତାରିଖ ସୋମବାର ବିଳମ୍ବିତ ରାତ୍ରୀରେ ଚୋରି ହୋଇଯାଇଛି, l ଅପରପକ୍ଷରେ […]

ସଂପୂର୍ଣ୍ଣ ପଢନ୍ତୁ

ଚେଳିତୋଳ ବାଲିଯାତ୍ରା ରେ କବିତା ପାଠୋତ୍ସବ ।। ମଞ୍ଚରେ ବକ୍ତାମାନଙ୍କ ବକ୍ତବ୍ଯ

ଝଙ୍କଡ, ୧୧/୧୧: ତିର୍ତ୍ତୋଲ ଗୋପିଆକୁଦ ଚେଳିତୋଳ ବାଲିଯାତ୍ରା ମହୋତ୍ସବ ସାରସ୍ବତ ମଞ୍ଚରେ ଝଙ୍କଡ଼ ସାହିତ୍ଯ ସଂସଦ ପ୍ରାୟୋଜିତ ରାଜ୍ଯସ୍ତରୀୟ କବିତା ଆସରରେ ଯୋଗଦାନ କରି ବକ୍ତାମାନେ ସେମାନଙ୍କ ନିଜସ୍ବ ମତାମତ ପ୍ରଦାନ କରିଥିଲେ ।ଅନୁଷ୍ଠାନର ସଭାପତି ବିଶିଷ୍ଟ ସାହିତ୍ୟିକ ମହେନ୍ଦ୍ର କୁମାର ଆଚାର୍ଯ୍ଯଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ଯବକ୍ତାଭାବେ ପ୍ରାଧ୍ଯାପିକା ଡକ୍ଟର ସରୋଜିନୀ ପାଣି ଯୋଗଦାନ କରି କବିତା ପ୍ରତ୍ୟେକ ବ୍ଯକ୍ତି ପ୍ରାଣସ୍ପନ୍ଦନର ସ୍ଵତଃସ୍ପୃତ ଧାରାବୋଲି ମତବ୍ଯକ୍ତ କରିଥିଲେ। ବିଶିଷ୍ଟଅତିଥି ତିର୍ତ୍ତୋଲ ପଂଚାୟତ ସମିତି ଅଧ୍ୟକ୍ଷ […]

ସଂପୂର୍ଣ୍ଣ ପଢନ୍ତୁ

ହିଡ଼ମା ଘରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ମାଲକାନାଗିରି ୧୧/୧୧: ଦୁର୍ଦ୍ଦାନ୍ତ ନକ୍ସଲ ତଥା ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ହିଡ଼ମାକୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ଜୋର୍‌ଦାର ଉଦ୍ୟମ ଆରମ୍ଭ ହୋଇଛି। ୪ ରାଜ୍ୟର ପୁଲିସ ହିଡ଼ମାକୁ ଘେରି ରହିଥିବାରୁ ତୁରନ୍ତ ଆତ୍ମସମର୍ପଣ ଲାଗି ପ୍ରସ୍ତାବ ଦେଇଛନ୍ତି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା। ମାଓ ପ୍ରବଣ ପୂବର୍ତ୍ତୀ ଗାଁରେ ପହଞ୍ଚି ଉପମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା ହିଡ଼ମାଙ୍କ ମା’ଙ୍କୁ ଭେଟିଛନ୍ତି। ସାକ୍ଷାତ ସମୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା କହିଛନ୍ତି, ହିଡ଼ମା ପାଇଁ ସମୟ ସରି […]

ସଂପୂର୍ଣ୍ଣ ପଢନ୍ତୁ

ଭୋଟ ଦେଉଛି ନୂଆପଡା: ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି

ନୂଆପଡ଼ା, ୧୧/୧୧: ଆଜି ଭୋଟ ଦେଉଛନ୍ତି ନୂଆପଡାବାସୀ । କଡା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ମୋଟ ୩୫୮ବୁଥରେ ଚାଲିଛି ମତଦାନ। ୩୧୧ଟି ବୁଥରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ । ଅନ୍ୟ ୪୭ଟି ବୁଥେୀ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ଚାଲିବ ଭୋଟିଂ। ଆଜି ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ନୂଆପଡା ବାସୀ । ୩୫୮ବୁଥରେ ମତଦାନ ସାବ୍ୟସ୍ତ କରିବେ ୨ଲକ୍ଷ ୫୩ହଜାର ୬୨୪ଭୋଟର […]

ସଂପୂର୍ଣ୍ଣ ପଢନ୍ତୁ

ଉପକୂଳରୁ ୨ ସନ୍ଦିଗ୍ଧ ଟ୍ରଲର, ୪ କଣ୍ଟେନର ଜବତ: ଜଣେ ଅଟକ

ବାଲେଶ୍ବର, ୧୦/୧୧: ବାଲେଶ୍ବର ଜିଲ୍ଲା କଷାଫଳ ମେରାଇନ ଥାନା ଅଧୀନ ସମୁଦ୍ର ଉପକୂଳରୁ ଶନିବାର ବିଳମ୍ବିତ ରାତିରେ ୨ଟି ସନ୍ଦିଗ୍ଧ ଟ୍ରଲର ଓ ୪ଟି କଣ୍ଟେନର ଜବତ କରାଯାଇଛି। ସୂଚନା ଅନୁଯାୟୀ ରାତିରେ ବାହାବଳପୁର ମତ୍ସ୍ୟ ଅବତରଣ କେନ୍ଦ୍ରଠାରୁ ଅନତି ଦୂରରେ ଏହି ଟ୍ରଲର ଦୁଇଟି ଲଙ୍ଗର ପକାଇଥିଲା। ଟ୍ରଲର୍‌ରେ ଆସିଥିବା ସାମଗ୍ରୀ ୪ଟି କଣ୍ଟେନର ଯୋଗେ ଚାଲାଣ ପାଇଁ ଉଦ୍ୟମ ହେଉଥିଲା। ମତ୍ସ୍ୟ ଅବତରଣ କେନ୍ଦ୍ର ନିକଟରେ କେବଳ ମାଛଧରା ଟ୍ରଲର ଲାଗିବାର ନିୟମ ଥିବାରୁ […]

ସଂପୂର୍ଣ୍ଣ ପଢନ୍ତୁ

ଉଦ୍‌ଘାଟନ ପୂର୍ବରୁ ଉଜୁଡ଼ିଲାଣି ଆଦିବାସୀ ସଂଗ୍ରହାଳୟ

ଘଟଗାଁ, ୧୦/୧୧: ଉଦ୍‌ଘାଟନ ପୂର୍ବରୁ ଉଜୁଡ଼ିଗଲାଣି ଘଟଗାଁରେ ନିର୍ମିତ ଆଦିବାସୀ ସଂଗ୍ରହାଳୟ। କେନ୍ଦୁଝର ଜିଲ୍ଲାର ଆଦିବାସୀ ପରମ୍ପରା ଓ ଐତିହ୍ୟକୁ ପର୍ଯ୍ୟଟକ ତଥା ଗବେଷକଙ୍କ ସାମନାରେ ଉପସ୍ଥାପନ ପାଇଁ ଏହାର ପରିକଳ୍ପନା କରାଯାଇଥିଲା। ପ୍ରାୟ ୨କୋଟି ୨ଲକ୍ଷ ଟଙ୍କା ବ୍ୟୟରେ ୫ବର୍ଷ ତଳୁ ଏହାର ନିର୍ମାଣ ସରିଥିଲେ ମଧ୍ୟ ଏହା କେବେ ଖୋଲିବ, ତାହାର ଉତ୍ତର ମିଳୁନାହିଁ। ଅବ୍ୟବହୃତ ହୋଇ ପଡ଼ିରହିଥିବାରୁ ଦୁର୍ବୃତ୍ତମାନେ ଏହାର ଝରକା ଗ୍ରିଲ୍‌, କାଚ ଭାଙ୍ଗିସାରିଲେଣି। ଏସବୁ ଚୋରି ହୋଇଯିବାର ମଧ୍ୟ ଆଶଙ୍କା […]

ସଂପୂର୍ଣ୍ଣ ପଢନ୍ତୁ