ଝଙ୍କଡ, ୧୧/୧୧: ତିର୍ତ୍ତୋଲ ଗୋପିଆକୁଦ ଚେଳିତୋଳ ବାଲିଯାତ୍ରା ମହୋତ୍ସବ ସାରସ୍ବତ ମଞ୍ଚରେ ଝଙ୍କଡ଼ ସାହିତ୍ଯ ସଂସଦ ପ୍ରାୟୋଜିତ ରାଜ୍ଯସ୍ତରୀୟ କବିତା ଆସରରେ ଯୋଗଦାନ କରି ବକ୍ତାମାନେ ସେମାନଙ୍କ ନିଜସ୍ବ ମତାମତ ପ୍ରଦାନ କରିଥିଲେ ।ଅନୁଷ୍ଠାନର ସଭାପତି ବିଶିଷ୍ଟ ସାହିତ୍ୟିକ ମହେନ୍ଦ୍ର କୁମାର ଆଚାର୍ଯ୍ଯଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ଯବକ୍ତାଭାବେ ପ୍ରାଧ୍ଯାପିକା ଡକ୍ଟର ସରୋଜିନୀ ପାଣି ଯୋଗଦାନ କରି କବିତା ପ୍ରତ୍ୟେକ ବ୍ଯକ୍ତି ପ୍ରାଣସ୍ପନ୍ଦନର ସ୍ଵତଃସ୍ପୃତ ଧାରାବୋଲି ମତବ୍ଯକ୍ତ କରିଥିଲେ।
ବିଶିଷ୍ଟଅତିଥି ତିର୍ତ୍ତୋଲ ପଂଚାୟତ ସମିତି ଅଧ୍ୟକ୍ଷ ମନୋଜ କୁମାର ବେହେରା ତାଙ୍କ ବକ୍ତବ୍ଯ ରେ ସାହିତ୍ଯ ସମାଜର ମୁକୁର ବୋଲି ମତାମତ ପ୍ରଦାନ କରିଥିଲେ ।ସମ୍ମାନନୀୟ ଅତିଥିଭାବେ ଅଧ୍ଯାପକ ଅଶୋକ କୁମାର ସ୍ବାଇଁ,ପ୍ରାଧ୍ଯାପିକା ଡକ୍ଟର ବିଷ୍ଣୁପ୍ରିୟା ଦାସ, ଉତ୍କଳ ସାହିତ୍ଯ ସମାଜ ସଭ୍ଯ ନାଟ୍ଯକାର ରଘୁ ସାହୁ,ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରଥ, ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ, ସଂସ୍କୃତି ପୁରୁଷ ବିମଳ ମହାପାତ୍ର ଓ ଦୁର୍ଯ୍ୟୋଧନ ମହାନ୍ତି ପ୍ରମୁଖ ପ୍ରାଚୀନ ଚେଳିତୋଳ ନୌବାଣିଜ୍ୟର ଐତିହ୍ଯ ଓ ପରଂପରା ଉପରେ ଆଲୋକପାତ କରିଥିଲେ ।ପ୍ରାରମ୍ଭରେ ଶିଶୁ ନୃତ୍ୟଶିଳ୍ପୀ କୁମାରୀ କନିଷ୍କା ପରିଜା ଓଡ଼ିଶୀନୃତ୍ୟ ପରିବେଷଣ କରିଥିବା ବେଳେ ଅନୁଷ୍ଠାନର ସଂଗଠନ ସଂପାଦକ ପଣ୍ଡିତ ବାସବ କୁମାର ନନ୍ଦ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରତିଷ୍ଠାତା ସଂପାଦକ ଗୋଲୋକ ବିହାରୀ ପଲାଇ ସ୍ବାଗତ ଭାଷଣ ମାଧ୍ଯମରେ ଦେବୀଶାରଳା, କବି ସାରଳା,ସୁରମ୍ଯ ଝଙ୍କଡ଼ ଓ ପ୍ରାଚୀନ ଚେଳିତୋଳ ମାଟିର ମହନୀୟତା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ ।କବୀ ଡ.ଆରତି ତ୍ରିପାଠୀ, ଝୁଲରାମ ଦାସ,ସବିତା ନାୟକ, ମନୋରମା ମହାନ୍ତି ଓ ଦିଗମ୍ବର ରାଉତ ପ୍ରମୁଖ କବିତା ସଂଯୋଜନା କରିଥିଲେ ।
ଚେଳିତୋଳ ବାଲିଯାତ୍ରା ମହୋତ୍ସବ କମିଟି ସଭାପତି ତଥା ମାନ୍ୟବର ତିର୍ତ୍ତୋଲ ବିଧାୟକ ଡ.ରମାକାନ୍ତ ଭୋଇଙ୍କ ସୌଜନ୍ଯରୁ ଓ ପଂଚାୟତ ସମିତି ଅଧ୍ଯକ୍ଷ ମନୋଜ କୁମାର ବେହେରାଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ମଞ୍ଚାସୀନ ଅତିଥିମଣ୍ଡଳୀଙ୍କ ସହ ୮୫ ଜଣ କବି କବୟିତ୍ରୀମାନଙ୍କୁ ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ସ୍ବରୂପ ସମ୍ବର୍ଦ୍ଧିତ କରାଯାଇ ଥିଲା। ଆଇନଜୀବୀ ପ୍ରଶାନ୍ତ କୁମାର ଦାସ, ନିତ୍ଯାନନ୍ଦ ନାୟକ, ଅଶୋକ କୁମାର ଲେଙ୍କା,ଆଶିଷ କୁମାର ପରିଜା , ପ୍ରଭାତ କୁମାର ପରିଜା, ପାୟଲ ମଣ୍ଡଳ ଓ ପଦ୍ମାବତୀ ମିଶ୍ର ପ୍ରମୁଖ ମଂଚ ପରିଚାଳନା କରିଥିଲେ ।ବରିଷ୍ଠ ସଭ୍ଯ ହେମନ୍ତ କୁମାର ନାୟକ ଧନ୍ୟବାଦ ଦେଇଥିଲେ ।
