ମାହାଙ୍ଗା, ୧୧/୧୧: ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ପ୍ରସିଦ୍ଧ କୁମୁଡା ହାଟର ଉନ୍ନତି ପାଇଁ ସ୍ଥାନୀୟ ବିଧାୟକ ୧0 ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇଦେଇ ଥିବାରୁ ଚାଷୀ ଓ ବ୍ୟବସାୟୀ ଆନନ୍ଦ ପ୍ରକାଶ କରିଛନ୍ତି l
ବ୍ରିଟିଶ ଅମଳର ଏହି ପ୍ରାଚୀନ ହାଟକୁ ବେପାର ବଣିଜ କରିବା ପାଇଁ ବହୁ ଦୂର ଦୁରାନ୍ତରୁ ଲୋକମାନେ ଆସୁଥିଲେ l ଏହି କୁମୁଡାହାଟ ଗୋରୁହାଟ ପାଇଁ ଓଡ଼ିଶାରେ ବେଶ ଚର୍ଚ୍ଚିତ ହାଟର ମାନ୍ୟତା ପାଇଥିବା ବେଳେ, ବିଗତ ୩ ଦଶନ୍ଧି ତଳୁ ଏଠାରେ ଆଉ ଗୋରୁ ଗାଈ ବିକାକିଣା ହୋଇପାରୁନାହିଁ l ଏହି ପ୍ରାଚୀନ ହାଟଟି ରକ୍ଷଣା ବେକ୍ଷଣା ଓ ପରିଚାଳନା ଗତ ତ୍ରୁଟି ପାଇଁ ନଷ୍ଟ ହେବାକୁ ଯାଉଥିବା ବେଳେ, କୁହୁଣ୍ଡା ବିକାଶ ପରିଷଦ ପକ୍ଷରୁ ସ୍ଥାନୀୟ ବିଧାୟକ ଶାରଦା ପ୍ରସାଦ ପ୍ରଧାନଙ୍କୁ ଅବଗତ କରାଯାଇଥିଲା l
ଚାଷୀ ଓ ବ୍ୟବସାୟୀ ମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଧାୟକ କୁମୁଡାହାଟର ଉନ୍ନତିକରଣ ପାଇଁ ୧0 ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇଦେଇଛନ୍ତି l ଏହି ଅନୁଦାନ ରାଶିରେ ଏକ ମାର୍କେଟ କମ୍ପ୍ଲେସ ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି l ଭଙ୍ଗା ଚାଳିଆ ଭିତରେ ଅସୁରକ୍ଷିତ ଭାବେ ବେପାର ବଣିଜ କରିଆସୁଥିବା କ୍ଷୁଦ୍ର ଚାଷୀ ଓ ବ୍ୟବସାୟୀ ମାନେ ନୂଆ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ବେଶ ଖୁସିବ୍ୟକ୍ତ କରିଛନ୍ତି l
ବିଧାୟକ ଶ୍ରୀ ପ୍ରଧାନ କୁମୁଡା ହାଟର ଉନ୍ନତିକରଣ ପାଇଁ ଆର୍ଥିକ ଅନୁଦାନ ଯୋଗାଇଦେଇଥିବାରୁ ବିକାଶ ପରିଷଦ ସଭାପତି ନିରଞ୍ଜନ ମୁଦୁଲି, କୁଣ୍ଡି ସେବା ସମବାୟ ସମିତି ସଭାପତି ଅଖିଳେଶ ମହାନ୍ତି,ସମାଜସେବୀ ରାମଚନ୍ଦ୍ର ମହାପାତ୍ର,ପୂର୍ବତନ ୱାର୍ଡ ସଭ୍ୟ କେଦାରେଶ୍ୱର ପୁହାଣ,ଘନଶ୍ୟାମ ବେହେରା, ରାଜେଶ ବେହେରା,କ୍ଷୀରୋଦ ଦାଶ, ବ୍ରଜବନ୍ଧୁ ବେହେରା, ବିଶ୍ୱରଂଜନ ମହାନ୍ତି, ଭାଗ୍ୟଧର ମହାନ୍ତି, ମନ୍ଦରଧର ମହାନ୍ତି, ସୁନାକାର ବେହେରା ଅଚ୍ୟୁତାନନ୍ଦ ପଲେଇ, ନଗେନ ବେହୁରା, ପ୍ରଭାତ ଘଡେଇ, ଅଜୟ ସ୍ୱାଇଁ, ରତିକାନ୍ତ ପୃଷ୍ଟି, ଅଞ୍ଜନ ବେହେରା, ଚୈତନ୍ୟ ବେହେରା, ମାନସ ବେହେରା, ଗୌରୀଶଙ୍କର ମହାପାତ୍ର,ନବଘନ ବେହେରା,ମୋହି ଉଦ୍ଦିନ ଖାଁ, ଅଫସର ତୁଲ୍ଲା, ସୂର୍ଯ୍ୟମଣି ଧଳ, ଜଗନ୍ନାଥ ପଣ୍ଡା, ରଞ୍ଜନ ଦାଶ, ବିକ୍ରମ ରାଉତ, ରଞ୍ଜନ ପୃଷ୍ଟି,ଅବଦୁଲ ହମିଦ,ସୁବାସ ଦାଶ, ବିଜୟ ଦାଶ, ଲକ୍ଷ୍ମୀଧର ବେହେରା, ରବୀନ୍ଦ୍ର ପୃଷ୍ଟି, ବିଜୟ ପୃଷ୍ଟି, ସନ୍ତୋଷ ରାଉତ,ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି l
