କିଡିନି ରୋଗୀଙ୍କୁ ସହାୟତାର ହାତ ବଢ଼ାଇଲା ସ୍ବେଛାସେବୀ ଅନୁଷ୍ଠାନ

ସାଲେପୁର, ୮/୧୧: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ମଧୁପୁର ପଞ୍ଚାୟତ କୁସକଣ୍ଟା ଗ୍ରାମର ବାବୁଲି ଦାସ ଜଣେ କ୍ଷୁଦ୍ର ଚାଷୀ ଓ ମୁଲିଆ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ,ତାଙ୍କ ପୁଅ କିଡିନି ରୋଗରେ ଆକ୍ରାନ୍ତ ହୋଇପଡିଛନ୍ତି l ବାବୁଲିଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ବାବୁଲି ଦାସ ଜଣେ ମୁଲିଆ ଭାବେ କାମକରି ଦୁଃଖ କଷ୍ଟରେ ନିଜ ପରିବାର ପ୍ରତିପୋଷଣ କରିଆସୁଥିଲେ l ତେବେ ଏହି ଗରୀବ ପରିବାର ଚଳିବା ପାଇଁ ଅସୁବିଧାର […]

ସଂପୂର୍ଣ୍ଣ ପଢନ୍ତୁ

ବସ୍ ଓ ଟ୍ରକ୍ ମୁହାଁମୁହିଁ: ୩ ଗୁରୁତର

କାମାକ୍ଷାନଗର, ୮/୧୧: ଢେଙ୍କାନାଳଜିଲ୍ଲା ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥର ଦୁଇମୁହାଁଣି ନିକଟରେ OSRTC ବସ ଓ ଟ୍ରକ ମୁହାଁମୁହିଁ ଧକ୍କା l ଏହାଫଳରେ ତିନି ବସ ଯାତ୍ରୀ ଗୁରୁତର ଥିବାବେଳେ ଟ୍ରକ ଡ୍ରାଇଭର ମଧ୍ୟ ଗୁରୁତର ହୋଇଥିବାର ଜଣାଯାଇଛି l ସୂଚନା ଅନୁସାରେ, ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ OSRTC ବସ ଆଜି ରାତି ପ୍ରାୟ ତିନିଟା ସମୟରେ ୧୪୯ ନମ୍ବର ଜାତୀୟ ରାଜପଥର ଦୁଇମୁହାଁଣି ଦେଇ ଯାଉଥିବା ବେଳେ ଅପର ପାର୍ଶ୍ଵରୁ ଆସୁଥିବା […]

ସଂପୂର୍ଣ୍ଣ ପଢନ୍ତୁ

କଟକରେ ପୁରୁଣା କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ

କଟକ, ୮/୧୧: କଟକ ଜିଲ୍ଲାରେ ପୁଣି ଅଘଟଣ ଘଟିଛି। କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ ଘଟିଛି। ମଣିସାହୁ ଛକ ନିକଟରେ ଥିବା ହାଡ଼ିବନ୍ଧୁ ସ୍କୁଲ ନିକଟରେ ପୁରୁଣା କୋଠା ଭୁଶୁଡ଼ିବାରୁ ବସ୍ତିରେ ରହୁଥିବା ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ ମହିଳା ଓ ଜଣେ ଶିଶୁ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ଉପସ୍ଥିତ ଥିବା ବେଳେ ଉଦ୍ଧାର କାର୍ଯ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ଗୋଟିଏ ଦିନରେ ଏଏସଓ, ଆରଆଇ ପରୀକ୍ଷା: ଦ୍ଵନ୍ଦ୍ଵରେ ଛାତ୍ରଛାତ୍ରୀ

କଟକ, ୮/୧୧: ଗୋଟିଏ ଦିନରେ ଦୁଇଟି ପରୀକ୍ଷା। ଯାହାକୁ ନେଇ ଦ୍ଵନ୍ଦ୍ଵରେ ରହିଛନ୍ତି ପରୀକ୍ଷାର୍ଥୀ। ଯେଉଁ ଛାତ୍ରଛାତ୍ରୀମାନେ ଉଭୟ ପରୀକ୍ଷା ପାଇଁ ଆବେଦନ କରିଛନ୍ତି ସେମାନେ କିପରି ଦୁଇଟି ଯାକ ପରୀକ୍ଷା ଦେବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।ସୂଚନା ଅନୁସାରେ, ଆସନ୍ତା କାଲି ଅର୍ଥାନ ନଭେମ୍ବର ୯ ତାରିଖରେ ଆରଆଇ, ଏଆରଆଇ, ଅମିନ, ଆଇସିଡିଏସ ସୁପରଭାଇଜର ଆଦି ପଦବୀରେ ଲିଖିତ ପରୀକ୍ଷା ପାଇଁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସଏସଏସସି) ପକ୍ଷରୁ ତାରିଖ ଧାର୍ଯ୍ୟ ହୋଇଛି। ଅନ୍ୟପଟେ […]

ସଂପୂର୍ଣ୍ଣ ପଢନ୍ତୁ

କାର ଧକ୍କାରେ ଦୁଇ ଛାତ୍ରୀଙ୍କ ମୃତ୍ୟୁ

କଟକ, ୮/୧୧: କାର ଧକ୍କାରେ ପ୍ରାଣ ହରାଇଛନ୍ତି ଦୁଇ ଜଣ କଲେଜ ଛାତ୍ରୀ। ଶନିବାର ୨୦ ନମ୍ବର ଜାତୀୟ ରାଜପଥର ବାରିଗାଁ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତା ଛାତ୍ରୀ ଦ୍ଵୟ ହେଲେ। ସେମାନେ କନକମଞ୍ଜରୀ ମହିଳା ମହାବିଦ୍ୟାଳୟରେ ପଢୁଥିଲେ। ଉଭୟେ ସାଇକେଲ ଯୋଗେ ବେଲବାହାଳିସ୍ଥିତ ନିଜ ଘରକୁ ଫେରିବା ସମୟରେ କାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକୋ କରିଥିଲେ। ଖବରପାଇ ପୁଲିସ […]

ସଂପୂର୍ଣ୍ଣ ପଢନ୍ତୁ

୩ ସେବାୟତ ନିଲମ୍ବିତ

ପୁରୀ, ୭/୧୧ : ଶ୍ରୀମନ୍ଦିରର ୩ ସେବାୟତଙ୍କୁ ନିଲମ୍ବନ କଲେ ମୁଖ୍ୟ ପ୍ରଶାସକ । ନାଟ୍ୟମଣ୍ଡପରେ ବେନିୟମ ଭାବେ ଅର୍ଥ ଆଦାୟ ଅଭିଯୋଗରେ ୨ ସେବାୟତଙ୍କୁ ନିଲମ୍ବିତ କରାଯାଇଛି । ବେନାସୁଆରଙ୍କୁ ୨ ମାସ ପାଇଁ ସେବା କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।ସୂଚନାଯୋଗ୍ୟଯେ , ଶ୍ରୀମନ୍ଦିର ପରିସରରେ ଡାଲଡା ଘିଅ ବ୍ୟବହାର କରିବାରୁ ଜଣେ ନିଲମ୍ବିତ ହୋଇଥିବା ଜଣାପଡିଛି । ନିଲମ୍ବିତ ହୋଇଥିବା ଅନ୍ୟ ଦୁଇ ସୁଆର ବଡ଼ୁସେବକ ନାରାୟଣ ପଣ୍ଡା ଓ ଖୁଣ୍ଟିଆ ସେବକ ରାଜାରାମ […]

ସଂପୂର୍ଣ୍ଣ ପଢନ୍ତୁ

ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ଲଡିବେ ୨୦୯ ଓକିଲ

ବ୍ରହ୍ମପୁର, ୭/୧୧: ବହୁ ଚର୍ଚ୍ଚିତ ବ୍ରହ୍ମପୁରର ଆଇନଜୀବୀ ତଥା ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ପୀତବାସଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୨୦୯ଜଣ ଓକିଲ ପିଟିସନ ଦାଖଲ କରିଛନ୍ତି । ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୨୦୯ଜଣ ଓକିଲ ପିଟିସନ ଦାଖଲ କରିଥିବା ସୂଚନା ମିଳିଛି । ବ୍ରହ୍ମପୁର ଏସଡିଜେଏମ୍‌ କୋର୍ଟରେ ଅଦଳଶତନାମା ଦାଖଲ କରିଛନ୍ତି ଏହସବୁ ଆଇନଜୀବୀ । […]

ସଂପୂର୍ଣ୍ଣ ପଢନ୍ତୁ

ମୁଳିସିଂହ ରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ 58ତମ ଶ୍ରାଦ୍ଧବାର୍ଷିକ ପାଳିତ

ଝଙ୍କଡ଼, ୭/୧୧: ନୀତିନିଷ୍ଟ, ନିସ୍ଵାର୍ଥପର, ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ,ଆଚାର୍ଯ୍ୟ ପଣ୍ଡିତ ନୀଳକଣ୍ଠ ଦାସ ଙ୍କ ଅଠାବନତମ ଶ୍ରାଦ୍ଧଉତ୍ସବ ଗତ ଗୁରୁବାର ଦିନ ମଧ୍ୟାହ୍ନରେ, ତିର୍ତ୍ତୋଲ ବ୍ଲଜ, ମୁଳିସିଂହ ପଞ୍ଚାୟତ ଅଧିନ ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକସ୍କୁଲ ପରିସରରେ ପାକିତ ହୋଇଯାଇଛି l ଜଗତସିଂହପୁର ସାରସ୍ୱତ ପରିଷଦ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ, ପରିଷଦର ସଭାପତି ତଥା ବିଶିଷ୍ଟ ସ୍ତମ୍ଭକାର ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ପ୍ରତକ୍ଷତତ୍ୱାବଧାନ ରେ ଓ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା l ଶ୍ରୀମଦ […]

ସଂପୂର୍ଣ୍ଣ ପଢନ୍ତୁ

ବୈତରଣୀ ୩ ଜଣ ବୁଡ଼ିଗଲେ: ୨ ଜଣ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ଝିଅ ନିଖୋଜ

ଯାଜପୁର,୬/୧୧: ଯାଜପୁର ଗାରଡେଶ୍ଵର ନିକଟ ବୈତରଣୀ ନଦୀରେ ଗୁରୁବାର ୩ ଜଣ ବୁଡ଼ିଯାଇଛନ୍ତି। ତେ​‌ବେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଜଣେ ନାବାଳକ ଉଦ୍ଧାର କରିଥିବାବେଳେ ଅନ୍ୟ ଜଣେ ଝିଅ ପୀତିପ୍ରଜ୍ଞା ମିଶ୍ର ନିଖୋଜ ଅଛନ୍ତି। ତାଙ୍କ ପତ୍ତା ମିଳିପାରି ନାହିଁ।ସୂଚନା ଅନୁସାରେ ପ୍ରୀତିପ୍ରଜ୍ଞା ନିଜ ଭାଇ ସହିତ ମାମୁ ଘରକୁ ବୁଲିବାକୁ ଆସିଥିଲେ। ପୂର୍ବାହ୍ନରେ ସେ ତାଙ୍କ ମାମୁ ଝିଅ ଓ ଭାଇ ସହିତ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଗାଧୋଇବା ସମୟରେ ହଠାତ ୩ […]

ସଂପୂର୍ଣ୍ଣ ପଢନ୍ତୁ

ଲାଞ୍ଚ ନେବାବେଳେ କେନ୍ଦୁଝର ଡିଏସଏସଓ ଗିରଫ

ଦକେନ୍ଦୁଝର, ୬/୧୧: ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି କେନ୍ଦୁଝର ଡିଏସଏସଓ(ଜିଲା ସାମାଜିକ ନିରାପତ୍ତା ଅଧିକାରୀ) ବିପ୍ଳବ କେଶରୀ ସାମନ୍ତରାୟ। ବିପ୍ଳବ ଏକ ଏନଜିଓଠାରୁ ଏହି ଲାଞ୍ଚ ଅର୍ଥ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।ସୂଚନା ଅନୁସାରେ, ସରକାରଙ୍କ ସାମାଜିକ ନିରାପତ୍ତା ଯୋଜନା ଅଧୀନରେ ବେସରକାରୀ ଅନୁଷ୍ଠାନ ବା ଏନଜିଓଗୁଡ଼ିକର ବିଲ୍‌ କ୍ଲିଅର କରିବା ଲାଗି ବିପ୍ଳବ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ନିକଟରେ ସେ ଏକ ଏନଜିଓଠାରୁ ୨୦ ହଜାର […]

ସଂପୂର୍ଣ୍ଣ ପଢନ୍ତୁ