ନୂଆପଡାରେ ନବୀନ

ନୂଆପଡ଼ା, ୩/୧୧: ଏ ସକରାର କେବଳ ମିଛି ପ୍ରଚାରରେ ହିରୋ, କିନ୍ତୁ କାମରେ ଜିରୋ। ନୂଆପଡ଼ାରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଆୟୋଜିତ ପ୍ରଚାର ସମାବେଶରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଏଭଳି କଟାକ୍ଷ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। କୋମନା ବ୍ଲକର ତାରାବୋଡ଼, ଧାନମଣ୍ଡି ପଡିଆରେ ଆୟୋଜିତ ବିରାଟ ନିର୍ବାଚନୀ ସଭାରେ ଯୋଗଦେଇଥିବା ହଜାର ହଜାର ଲୋକଙ୍କୁ ଉଦବୋଧନ ଦେଇ ନୂଆପଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚି଼ହ୍ନରେ ଭୋଟ ଦେବା […]

ସଂପୂର୍ଣ୍ଣ ପଢନ୍ତୁ

ନିର୍ବାଚନୀ ପ୍ରଚାର ମଇଦାନ ରେ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଧର୍ମପତ୍ନୀ, ପୁଅଙ୍କ ପାଇଁ କଲେ ଭୋଟ ଭିକ୍ଷା

ନୂଆପଡ଼ା, ୨୮/୧୦ : ପୂର୍ବତନ ମନ୍ତ୍ରୀ ତଥା ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ସ୍ଵର୍ଗବାସ ପରେ ନୂଆପଡ଼ାରେ ହେବ ଉପନିର୍ବାଚନ । ନିର୍ବାଚନୀ ମଇଦାନରେ ରାଜେନ୍ଦ୍ରଙ୍କ ପୁଅ ଜୟ ଢୋଲକିଆ ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଠୁ ଆରମ୍ଭ କରି ଅନେକ ନେତା ମନ୍ତ୍ରୀ, ସାଂସଦ ବର୍ତ୍ତମାନ ନୂଆପଡ଼ାରେ ନିର୍ବାଚନୀ ପ୍ରଚାର କରୁଛନ୍ତି ।ଏହା ବ୍ୟତିତ ଆଜି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲେଇଛନ୍ତି ଜୟଙ୍କ ମାତା ତଥା ପୂର୍ବତନ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆପଡାରେ ଛଟ ପୂଜା: ସାମିଲ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆପଡ଼ା, ୨୮/୧୦: ସୋମବାର ସୂର୍ଯ୍ୟ ପୂଜାର ଏକ ନିଆରା ପରମ୍ପରା ପବିତ୍ର ଛଟ ପୂଜା। ସମଗ୍ର ବିଶ୍ଵରେ ଯେଉଁଠି ବି ଉତ୍ତର ଭାରତୀୟମାନେ ଥାଆନ୍ତି ଏହି ପର୍ବକୁ ବହୁତ ଉତ୍ସାହର ସହିତ ପାଳନ କରିଥାନ୍ତି।ଏହି ମର୍ମରେ ଆଜି ଅତି ଆନନ୍ଦ ଉତ୍ସାହର ସହିତ ନୂଆପଡାରେ ମଧ୍ୟ ଛଟ୍ ପୂଜା ପାଳନ ହୋଇଯାଇଛି। ବର୍ତ୍ତମାନ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ନେତା, ମନ୍ତ୍ରୀ, ସାଂସଦଙ୍କ ସୁଅ ଛୁଟୁଛି । ନୂଆପଡାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ନିର୍ବାଚନୀ ପ୍ରଚାର […]

ସଂପୂର୍ଣ୍ଣ ପଢନ୍ତୁ

ନୂଆପଡ଼ାରେ ଘାସିରାମଙ୍କ ପ୍ରଚାର

ନୂଆପଡ଼ା, ୨୭/୧୦: ନୂଆପଡ଼ା ବ୍ଲକ ଜୋନ ୭ରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ସୋମବାର ପ୍ରଚାର କରିଛନ୍ତି । ପ୍ରଥମେ ବେଳଟୁକୁରି ପଞ୍ଚାୟତ ଟମକିଦାଦାର ଗାଁରେ ଘାସିରାମ ପ୍ରଚାର ଆରମ୍ଭ କରିଥିଲେ । ପରେ ବନ୍ଧାପଡ଼ା, ବେଳଟୁକୁରି, ବଖରମାଲ, ପଣ୍ଡ୍ରିପାଣି, ଗୁଡ଼ାପତରା, ନେଗିପାଲି, କୋଦୋମେରି, ବିଶୋରା, ଝିଟକି ଗାଁରେ ଭୋଟ ଭିକ୍ଷା କରିଥିଲେ । ଏଠାରେ ରାଷ୍ଟ୍ରୀୟ ମୁଖପାତ୍ର ଡ଼ ହମିଡ ହୁସେନ, ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ତୁଲେଶ୍ବର ନାଏକ, ମହିଳା ନେତ୍ରୀ ସିଦ୍ଧେଶ୍ବରୀ ଠାକୁର, […]

ସଂପୂର୍ଣ୍ଣ ପଢନ୍ତୁ

ନୁଆପଡ଼ା ରେ ସୁଭଦ୍ରା ଶକ୍ତି ସମାବେଶ

ନୂଆପଡ଼ା, ୨୫/୧୦ : ଆଜି ନୂଆପଡା ବିଜେପି କାର୍ଯ୍ୟଳୟ ରେ ସୁଭଦ୍ରା ଶକ୍ତି ସମାବେଶ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦକ ପୂର୍ଣ୍ଣିମା ନାଏକ ମଞ୍ଚ ସଞ୍ଚାଳନ କରିଥିବାବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ନୂଆପଡା ଜିଲ୍ଲା ମହିଳା ସଭାନେତ୍ରୀ ରାଜେଶ୍ଵରୀ ସାହୁ, ଜୟ ଢୋଲକିଆଙ୍କ ମାଆ କଳ୍ପନା ଢୋଲକିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରାର୍ଥତ୍ପତ୍ର ଯାଞ୍ଚ ଶେଷ: ୧୪ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ବଳବତ୍ତର, ୫ ନାକଚ

ନୂଆପଡ଼ା,୨୩/୧୦: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଉପଜିଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ହୋଇଛି। ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ପ୍ରାର୍ଥିତ୍ୱ ନାକଚ ହୋଇଥିବା ପ୍ରାର୍ଥୀମାନେ ହେଲେ ବହୁଜନ ସମାଜ ପାର୍ଟିର ରାଜାରାମ ସାହୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳରୁ ସୀତାରାମ ବେହେରା ଏବଂ ୩ ଜଣ ସ୍ବାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ବେହେରା, କମଲ କୁମାର ଛତ୍ରିଆ ଏବଂ ଭୁଜବଳ ଆଡ଼ବଙ୍ଗ। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ […]

ସଂପୂର୍ଣ୍ଣ ପଢନ୍ତୁ

ନାମାଙ୍କନ ପତ୍ର ଦାଖଲ କଲେ ସ୍ନେହାଙ୍ଗୀନୀ

ନୂଆପଡା, ୨୦/୧୦: ନୂଆପଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନୀ ଛୁରିଆ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାପୂର୍ବରୁ ସେ ମାଆ ଦୂର୍ଗାଙ୍କର ଦର୍ଶନ କରିଥିଲେ । ଏକ ବିରାଟ ପଟୁଆରରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ଯାଇଥିଲେ । ଏହି ସମୟରେ ବିଜେଡିର ବରିଷ୍ଠ ନେତା ଉପସ୍ଥିତ ଥିଲେ ।ଏହି ଉପନିର୍ବାଚନ ପାଇଁ ବିଜେପିରୁ ଜୟ ଢୋଲକିଆ ଏବଂ କଂଗ୍ରେସରୁ ଘାସୀରାମ ମାଝି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଉପନିର୍ବାଚନ ପାଇଁ ୨୦ ତାରିଖ ପର୍ଯ୍ୟନ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରାର୍ଥୀପତ୍ର ଦାଖଲ କଲେ ଘାସିରାମ, ଜୟ ଢୋଲକିଆ

ନୂଆପଡା, ୧୮/୧୦: ନୂଆପଡା ଉପନିର୍ବାଚନ ଲାଗି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆଜି ନିଜ ସମର୍ଥକ ମାନଙ୍କ ସହ ଆସି ନାମାଙ୍କନ ଭରିଛନ୍ତି। ଏଣେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ପିସିସି ସଭାପତି ଭକ୍ତ ଚରଣ ଦାସ ଓ ବରିଷ୍ଠ ସଦସ୍ୟ ସୁରେଶ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। […]

ସଂପୂର୍ଣ୍ଣ ପଢନ୍ତୁ

ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର, ୧୭/୧୦: ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ପ୍ରଥମେ ରହିଛନ୍ତି ସଭାପତି ନବୀନ ପଟ୍ଟନାୟକ । ନୂଆପଡାରେ ପ୍ରାର୍ଥୀ ହୋଇଥିବା ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିବେ ସଭାପତି ନବୀନ ପଟ୍ଟନାୟକ ।

ସଂପୂର୍ଣ୍ଣ ପଢନ୍ତୁ

ନୂଆପଡ଼ା ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ଵର, ୧୬/୧୦:ନୂଆପଡା ଉପନିର୍ବାଚନ ଜିତିବା ପାଇଁ ବିଜେପି ଜୋରଦାର ଉଦ୍ୟମ କରିଛି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟ ପାଇଁ ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ଦଳ । ଜୟଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଲିକାର ପ୍ରଥମେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦ୍ୱିତୀୟରେ ସଭାପତି ମନ ମୋହନ ସାମଲ । ତିନି ଜଣ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱନୀ ବୈଷ୍ଣବ ଏବଂ ଜୁଏଲ […]

ସଂପୂର୍ଣ୍ଣ ପଢନ୍ତୁ