ଯୁବ ନେତା ଇତିଶ ପ୍ରଧାନ ଗିରଫ

ଭୁବନେଶ୍ଵର, ୨୦/୧୨: ଯୁବନେତା ଇତିଶ ପ୍ରଧାନଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ ମାମଲାରେ ପୁଲିସ ଏହି ପଦକ୍ଷେପ ନେଇଛି।ସୂଚନା ଅନୁସାରେ, ଅମରେଶ ଜେନାଙ୍କର ଏକ ଅଶ୍ଳୀଳ ଫଟୋ ଏବଂ ଭିଡିଓକୁ ଇତିଶ ଭାଇରାଲ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ପୁଲିସ ମାମଲା ରୁଜୁ କରି କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଇତିଶ ଗିରଫଦାରିକୁ ଏଡ଼ାଇବା ଲାଗି ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ହାଇକୋର୍ଟ ତାଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ମିଳିବନି ପେଟ୍ରୋଲ, ଡିଜେଲ

ଭୂବନେଶ୍ଵର, ୨୦/୧୨: ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ପେଟ୍ରୋଲ ପମ୍ପରେ ମିଳିବନି ପେଟ୍ରୋଲ, ଡିଜେଲ। ଗାଡ଼ିରେ ତେଳ ପକାଇବା ପୂର୍ବରୁ ଦେଖାଇବାକୁ ପଡ଼ିବ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର(ପିୟୁସିସି)। ରାଜ୍ୟ ପରିବହନ ପ୍ରାଧିକରଣ ସଂସ୍ଥା ପକ୍ଷରୁ ଏ ସମ୍ପର୍କରେ ତୈଳ କମ୍ପାନୀଗୁଡ଼ିକୁ ଚିଠି ଲେଖି ଅବଗତ କରାଯାଇଛି।ଫଳରେ ଯେଉଁମାନଙ୍କ ନିକଟରେ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ନ ଥିବ, ସେମାନଙ୍କୁ ମିଳିବନି ପେଟ୍ରୋଲ, ଡିଜେଲ। ପେଟ୍ରୋଲ ପମ୍ପଗୁଡ଼ିକରେ ଇନ୍ଧନ ଭରିବା ସମୟରେ ପ୍ରଦୂଣଷ ପ୍ରମାଣପତ୍ର ଯାଞ୍ଚ ହେବ। ପରିବହନ କ୍ଷେତ୍ରରେ […]

ସଂପୂର୍ଣ୍ଣ ପଢନ୍ତୁ

ଅନ୍ତର୍ଜାତୀୟ ସମବାୟ ବର୍ଷ- ୨୦୨୫ ସମାରୋହ ଉଦଯାପିତ

ଭୁବନେଶ୍ୱର, ୨୦/୧୨: ବର୍ତ୍ତମାନର ବଜାର ବ୍ୟବସ୍ଥା ଅର୍ଥନୀତିରେ ସମବାୟ ଅନୁଷ୍ଠାନକୁ ସମୃଦ୍ଧ ଓ ସଶକ୍ତ କରିବାକୁ ହେଲେ ସମବାୟଗୁଡିକ ମଧ୍ୟରେ ଆର୍ଥିକ ସହଭାଗିତା ଓ ସହଯୋଗିତା ଅପରିହାର୍ଯ୍ୟ । ଭାରତ ସରକାରଙ୍କ ଦିଗଦର୍ଶନ ଓ ମାର୍ଗଦର୍ଶନକୁ ପାଥେୟ କରି କୃଷି, ବିପଣନ, ବ୍ୟାଙ୍କିଂ, ଖାଉଟି, ଗୋପାଳନ, ମତ୍ସ୍ୟ, ହସ୍ତତନ୍ତ, ହସ୍ତଶିଳ୍ପମାନଙ୍କ ମଧ୍ୟରେ ସଂଯୋଗ ଓ ସହଯୋଗ ବଢ଼ାଇବା ଉଦ୍ଦେଶ୍ୟରେ ଏକ ସୁଦୃଢ ସମବାୟ ପରିବେଶ ସୃଷ୍ଟି କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସମବାୟ, ହସ୍ତତନ୍ତ, ବୟନ ଓ […]

ସଂପୂର୍ଣ୍ଣ ପଢନ୍ତୁ

ସର୍‌ଗି ଫୁଲ୍‌ ମହୋତ୍ସବ ୨୦୨୫ ଉଦଯାପିତ

ଭୁବନେଶ୍ୱର, ୨୦/୧୨: ଉଦଯାପିତ ହୋଇଯାଇଛି ରାଜ୍ୟସ୍ତରୀୟ ସର୍‌ଗି ଫୁଲ୍‌ ମହୋତ୍ସବ ୨୦୨୫ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ, ପଛୁଆବର୍ଗ କଲ୍ୟାଣ ବିଭାଗ, ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଛନ୍ତି । ଉଦଯାପନୀ କାର୍ଯ୍ୟକ୍ରମରେ ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ ଶ୍ରୀ ବି. ପରମେଶ୍ବରନ୍, ଅନୁସୂଚିତ ଜାତି ନିର୍ଦ୍ଦେଶକ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟରେ ଜଳବାୟୁ ସହନଶୀଳ କୃଷିର ପ୍ରସାର ପାଇଁ ‘ଜଳବାୟୁ-ଅନୁକୂଳ କୃଷି ସଂଗୋଷ୍ଠୀ’ କର୍ମଶାଳା ଆୟୋଜିତ

ଭୁବନେଶ୍ୱର ଭୁବନେଶ୍ୱର, ୨୦/୧୨: ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ (DA&FE), ‘ସେଣ୍ଟର ଫର୍ ଷ୍ଟଡି ଅଫ୍ ସାଇନ୍ସ, ଟେକ୍ନୋଲୋଜି ଆଣ୍ଡ ପଲିସି’ (CSTEP) ଏବଂ ‘କାଟାଲିଷ୍ଟ ମ୍ୟାନେଜସଂଗୋଷ୍ଠୀ ସର୍ଭିସେସ୍’ (CMS) ସହ ମିଳିତ ଭାବେ ଆଜି ‘ଓଡ଼ିଶା କ୍ଲାଇମେଟ୍ ସ୍ମାର୍ଟ ଏଗ୍ରିକଲଚର ଆଲାଇନ୍ସ’ ବା ଓଡ଼ିଶା ଜଳବାୟୁ-ଅନୁକୂଳ କୃଷି ସଂଗୋଷ୍ଠୀ (OCSAA) ର କର୍ମଶାଳା ଆୟୋଜିତ ହୋଇଯାଇଛି। କୃଷି କ୍ଷେତ୍ରରେ ଜଳବାୟୁ ସହନଶୀଳତାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, […]

ସଂପୂର୍ଣ୍ଣ ପଢନ୍ତୁ

ନିଶା ଦ୍ରବ୍ୟ ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ ସରକାରୀ ରେଳବାଇ ଥାନା ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୨୦/୧୨: ରେଳ ପଥ ମାଧ୍ୟମରେ ବେଆଇନ ନିଶା ଦ୍ରବ୍ୟ ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ ସରକାରୀ ରେଳବାଇ ଥାନା ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଚଳିତ ବର୍ଷ ରେଳବାଇ ପୋଲିସ ୩୩୫୨ କେଜିରୁ ଅଧିକ ଗଞ୍ଜେଇ ଜବତ କରିଥିବା ବେଳେ ଏନଡିପିଏସ ମାମଲା ନିୟମ ଅନୁଯାୟୀ ଅଦ୍ୟାବଧି ମୋଟ ୨୦୦ଟି ମାମଲା ରୁଜୁ ହୋଇଥିବା ବେଳେ ୨୯୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ , ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ମୁଖ୍ୟମନ୍ତ୍ରୀ ବସ୍ ସେବା ସମ୍ପର୍କିତ ରାଜ୍ୟସ୍ତରୀୟ ଷ୍ଟିଅରିଂ କମିଟି ବୈଠକ

ଭୁବନେଶ୍ୱର, ୨୦/୧୨: ମୁଖ୍ୟମନ୍ତ୍ରୀ ବସ୍ ସେବା (ଏମ୍‌ବିଏସ୍‌) ସମ୍ପର୍କିତ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ବୈଠକ ଆଜି ଖାରବେଳ ଭବନରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସାର୍ବଜନୀନ ପରିବହନ ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବା ପାଇଁ ଜାରିରହି ଥିବା ସଂସ୍କାର ପ୍ରକ୍ରିୟା ଓ ଆଗାମୀ ପର୍ଯ୍ୟାୟର ରୂପରେଖ ଉପରେ ସମୀକ୍ଷା କରାଯାଇଥିଲା। ବୈଠକରେ ସହର ଓ ଗ୍ରାମାଞ୍ଚଳରେ ସେବା କ୍ଷମତା ବୃଦ୍ଧି, ସହଜ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ରାଷ୍ଟ୍ର ବାଦି ସଂଘ ତରଫରୁ ସାମ୍ବାଦିକ ସମ୍ମିଳନୀ

କଟକ, ୧୯/୧୨: ଓଡ଼ିଶା ମୁଖ୍ୟବିଦୂତ ବିତରକ ସଂସ୍ଥା ଟାଟା ପାୱାର ର ଗ୍ରାହକ ମାରଣ ନୀତି ବିରୁଧ୍ୟରେ ରେ ଓଡ଼ିଶା ରାଷ୍ଟ୍ର ବାଦି ସଂଘ ତରଫରୁ ଘୋର ନିନ୍ଦା ସହ ଆଗାମୀ ଦିନରେ ଟାଟା ପାୱାର ଟିକସ ଓ ଜାମା କାଳୀନ ଟଙ୍କା ଆଦେଶ୍ କୁ ପ୍ରତ୍ୟାହାର ନ କଲେ ସଂଘ ତରଫରୁ ସମସ୍ତ ଟାଟା ପାୱାର ଅଫିସ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା କରାଯିବ।ଉପଭୋକ୍ତା ମାନଙ୍କୁ ଘରକୁ ଘର ଯାଇଁ ସଚେତନତା ଅଭିଯାନ ଆରମ୍ଭ […]

ସଂପୂର୍ଣ୍ଣ ପଢନ୍ତୁ

ବାଲିପଡ଼ିଆ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ମାହାଙ୍ଗା, ୧୯ /୧୨: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ସାହାପୁର ପଞ୍ଚାୟତ ଅନ୍ତର୍ଗତ ବାଲିପଡ଼ିଆ ସରକାରୀ ବିଦ୍ୟାଳୟ ସମୁହର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଏବଂ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପୁରସ୍କାର ବିତରଣ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ କାର୍ତ୍ତିକ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ l ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଅଖିଳେଶ ପଦ ମହାନ୍ତି ଏହି ଉତ୍ସବରେ ବିଶିଷ୍ଟ ଅତିଥିଭାବେ ଯୋଗଦେଇଥିଲେ l ଶ୍ରୀ ମହାନ୍ତି କହିଲେ ଆଜିର ବିଦ୍ୟାର୍ଥୀ ମାନେ ଭଲ […]

ସଂପୂର୍ଣ୍ଣ ପଢନ୍ତୁ

ଆଧାର କାର୍ଡ ନଥିବାରୁ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ

ଜଗନ୍ନାଥ ପ୍ରସାଦ, ୧୯/୧୨: ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାରେ ଅନ୍ତର୍ଭୁକ୍ତ ମଧୁବାବୁ ପେନସନ ଯୋଜନା । ଯେତେବେଳେ ମଣିଷ ଜୀବନର ଶେଷ ବୃଦ୍ଧା ଅବସ୍ଥାରେ ପହଞ୍ଚିଥାଏ, ସେମାନଙ୍କୁ ସରକାର ବାର୍ଦ୍ଧକ୍ୟ ଭତା ଯୋଜନାରେ ସାମିଲ୍ କରୁଛନ୍ତି , କିନ୍ତୁ ଏକ ବିଡ଼ମ୍ବନାର ବିଷୟ ଯେ ଆଧାର କାର୍ଡ ନଥିବାରୁ ଜଣେ ୭୦ ବର୍ଷିୟା ବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି । ସୁଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଗାୟାଗଣ୍ଡା ଗ୍ରାମ […]

ସଂପୂର୍ଣ୍ଣ ପଢନ୍ତୁ