ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିଅନ୍ତା, ୧୩/୧୨: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର ପୋଡ଼ି ପାଉଁଶ ହୋଇଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଖବର ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ବଜାରରେ ନିଆଁ ଲାଗି ଗୋଟିଏ ଚା ଦୋକାନ , ମଥୁରା କେକ୍ ଦୋକାନ […]

ସଂପୂର୍ଣ୍ଣ ପଢନ୍ତୁ

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ଗୋପାଳପୁର ୧୩/୧୨: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ ବ୍ରିଜ ପରିସରରେ ଚାଲିଥିବା ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀର ଦ୍ଵିତୀୟ ଦିବସରେ ଗୋପାଳପୁର କଲେଜରେ ଫ୍ରାଟେରନିଟି ପାର୍କ ସ୍ଥାପନ ପାଇଁ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି । ଆଜି ପୂର୍ବାହ୍ନରେ ମୈତ୍ରୀ ସଂଗଠନର ସଭାପତି ତଥା ଲୋକ ସେବକ ମଣ୍ଡଳ ଉପ ସଭାପତି ଦୀପକ ମାଲବ୍ୟଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିନିଧିମାନେ ଶିବିର ସ୍ଥଳରୁ ପଦଯାତ୍ରାରେ ବାହାରି ଗୋପାଳପୁର […]

ସଂପୂର୍ଣ୍ଣ ପଢନ୍ତୁ

କିସ୍‌ରେ ଛାତ୍ର ମୃତ୍ୟୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ପରିବାର

କେନ୍ଦୁଝର, ୧୩/୧୨: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି । ମୃତଦେହ ରଖି ପରିବାର ଲୋକେ ଏଵଂ ଗ୍ରାମବାସୀମାନେ ଧାରଣା ଦେଇଛନ୍ତି। ମୃତକ କେନ୍ଦୁଝର ଟାଉନ ଥାନା ଟିକର ଗୁମୁରାର ରଘୁନାଥ ମୁଣ୍ଡାଙ୍କ ପୁଅ ଶିବ ମୁଣ୍ଡା ବୋଲି ଜଣାପଡିଛି। ଛାତ୍ର ଜଣଙ୍କ କିସ ରେ ନବମ ଶ୍ରେଣୀରେ ପାଠ ପଢୁଥିଲେ। ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣି କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ

ବୋରଓ୍ବେଲରେ ବିଷ

ମାଲକାନଗିରି, ୧୩/୧୨: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ। ଏ ନେଇ ବିଦ୍ୟାଳୟ କର୍ତ୍ତୁପକ୍ଷ ଥାନାରେ ଏତଲା ଦେଇଛନ୍ତି । ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ବୋରଓ୍ବେଲରୁ ପାଣି ନିଆଯିବା ବେଳେ ଫେଣ ସୃଷ୍ଟି ହେବା ସହ ଅଜବ ଗନ୍ଧ ବାହାରିଥିଲା। ଏହାପରେ ପିଲାଙ୍କୁ ପାଣି ବ୍ୟବହାର କରିବାକୁ ବାରଣ କରାଯାଇଥିଲା। ଏବଂ ସ୍କୁଲ ପରିଚାଳନା […]

ସଂପୂର୍ଣ୍ଣ ପଢନ୍ତୁ

ନିଯୁକ୍ତି ନିୟମିତ ପାଇଁ OTET ବାଧ୍ୟତାମୂଳକ ନୁହେଁ: ହାଇକୋର୍ଟ

କଟକ,୧୨/୧୨: ଚାକିରିକୁ ନିୟମିତ ମାନ୍ୟତା ଦେବା ପାଇଁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଯୋଗ୍ୟତା ବାଧ୍ୟତାମୂଳକ ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ ସ୍ପଷ୍ଟ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଓଟିଇଟି କେବଳ ଦରମା ବୃଦ୍ଧି ପାଇଁ ଆବଶ୍ୟକ। ଜଣେ ଗଣଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମିଶ୍ରଙ୍କ ଚାକିରିକୁ ରାଜ୍ୟ ସରକାର ଓଟିଇଟି ଯୋଗ୍ୟତା ନ ଥିବା ଦର୍ଶାଇ ନିୟମିତ କରିବାକୁ ମନା କରିଦେଇଥିଲେ। ଏହା ବିରୁଦ୍ଧରେ ସନ୍ଧ୍ୟାରାଣୀ ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର, ୧୨/୧୨: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ ଏଥିପାଇଁ ତତ୍ପରତା ପ୍ରକାଶ ପାଇଛି। ଯେଉଁ ପ୍ରଭାବଶାଳୀ ବା ପ୍ରତିପତ୍ତି ସମ୍ପନ୍ନ ବ୍ୟକ୍ତି ବେଆଇନ ଭାବେ ଜମି ମାଡ଼ି ବସିଛନ୍ତି, ସେମାନଙ୍କୁ ଆଉ ତ୍ରାହି ମିଳିବନି। ସରକାରଙ୍କୁ ଜବରଦଖଲ ଜମି ନ ଫେରାଇଲେ, ଉଚ୍ଛେଦବେଳେ ଯାହା ଖର୍ଚ୍ଚ ହେବ; ସେ ସମସ୍ତ ଟଙ୍କା ଜବରଦଖଲକାରୀଙ୍କଠାରୁ ଭରଣା କରାଯିବ। ଜମିର ସନ୍ତୁଳନ ରକ୍ଷା କରିବା ଦିଗରେ ତଥା ମାନବ ସମାଜର ବିକାଶରେ ସରକାରୀ ଜମି […]

ସଂପୂର୍ଣ୍ଣ ପଢନ୍ତୁ

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ, ୧୨/୧୨ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍‌ (ଓସିଏସ)ର ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତାବର୍ଷ ଜାନୁଆରୀ ୩୧ ଠାରୁ ଆରମ୍ଭ ହୋଇ ଫେବୃଆରୀ ୧୦ ଯାଏଁ ଚାଲିବ। ଏଥିରେ ମୋଟ ୨୪୦୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପୂବାହ୍ଣ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ଯାଏଁ ଦୁଇଟି ସିଟିଂରେ ପରୀକ୍ଷା କରାଯିବ। ପ୍ରତି ବିଷୟର ପରୀକ୍ଷା ଗୋଟିଏ ଦିନ ବ୍ୟବଧାନରେ ହେବ। ଭିନ୍ନକ୍ଷମ […]

ସଂପୂର୍ଣ୍ଣ ପଢନ୍ତୁ

ଭୁବନେଶ୍ଵର ନୋ ଲିମିଟ୍ ବାର୍‌ରେ ଅଗ୍ନିକାଣ୍ଡ

ଭୁବନେଶ୍ଵର ୧୨/୧୨: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବାର୍‌ ଟି ହୁତ୍ ହୁତ୍ ହୋଇ ଜଳୁଥିଲା । ପୁରା ପରିବେଶ ଧୂଆଁମୟ ହୋଇପଡିଛି। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଭୟାବହ ନିଆଁରେ ବାର୍‌ର ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ବିନା ଲାଇସେନ୍ସରେ ବାର୍‌ ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସମ୍ପୂର୍ଣ୍ଣ ଭାବେ ନିଆଁ ଆୟତ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା, ୧୨/୧୨ : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉଭୟ ଜଣେ ଓଏଏସ୍‌ ଅଧିକାରୀଙ୍କଠାରୁ ୪ ଲକ୍ଷ ଟଙ୍କା ଠକି ନେଉଥିବାବେଳେ ଗିରଫ କରାଯାଇଛି। ଅଭିଯୁକ୍ତ ଦୁଇ ଜଣକ ସୁବର୍ଣ୍ଣପୁରର ଗଣେଶ ନନ୍ଦ ଏବଂ ପ୍ରଦୀପ ପଣ୍ଡା ବୋଲି ଜଣାପଡିଛି। ଭିଜିଲାନ୍ସ ସହୟତାରେ ରାଉରକେଲା ପୁଲିସ୍‌ ଉଭୟଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଭିଜିଲାନ୍ସ କେସ୍‌ର ଧମକ ଦେଇ ଏମାନେ ଟଙ୍କା ଆଦାୟ କରୁଥିଲେ। ଅଭିଯୁକ୍ତ ଗଣେଶର ଟ୍ରୁ […]

ସଂପୂର୍ଣ୍ଣ ପଢନ୍ତୁ

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା, ୧୨/୧୨: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ରାଜନଗର ବ୍ଲକ ଗୁପ୍ତି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦେବେନ୍ଦ୍ର ନାରାୟଣପୁରଠାରେ। ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ପାଣି ଟାଙ୍କି ନିର୍ମାଣ ଚାଲିଛି। ପାଣି ଟାଙ୍କି ଉପରେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକ ହଠାତ୍ ତଳକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ କଳାହାଣ୍ଡି ଜିଲ୍ଲା ଭବାନିପାଟଣାର କ୍ରୀଷ୍ଣା ରାଉତ(୩୦ବର୍ଷ) ବୋଲି ଜଣାପଡିଛି।

ସଂପୂର୍ଣ୍ଣ ପଢନ୍ତୁ