ବାରବାଟୀ ମ୍ୟାଚ୍‌: ବାଲିଯାତ୍ରା ପଡ଼ିଆରେ ହେବ ଫ୍ୟାନ ପାର୍କ

କଟକ, ୨୮/୧୧: ବାରବାଟୀ ଷ୍ଟାଡିଅମରେ ହେବାକୁ ଥିବା ଟି-୨୦ ମ୍ୟାଚରେ ଓଡିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ବାଲିଯାତ୍ରାର ତଳ ଓ ଉପର ପଡିଆରେ ଫ୍ୟାନ୍‌ ପାର୍କ କରାଯିବ। ଯେଉଁ ଦର୍ଶକମାନେ ଷ୍ଟାଡିଅମରେ ଖେଳ ଦେଖିବାକୁ ବଞ୍ଚିତ ହେବେ ସେମାନେ ସୁରୁଖୁରୁରେ ଉକ୍ତ ଦୁଇ ସ୍ଥାନରେ ବଡ ପରଦାରେ ଖେଳ ଦେଖି ପାରିବେ।ମୁଖ୍ୟତଃ ଟିକେଟ କିଣିବା ସମୟରେ ଶାନ୍ତି ଶୃଙ୍ଖଳା ବଜାୟ କିପରି ରହିବ ତାହାକୁ ଗୁରୁତ୍ୱ ଦିଆଯାଉଛି। ଟିକେଟ କାଉଣ୍ଟରରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ। ଟିକେଟ […]

ସଂପୂର୍ଣ୍ଣ ପଢନ୍ତୁ

ଆଉମାତ୍ର ଦୁଇମାସ ପରେ ମାଘସପ୍ତମୀ, ଏଯାଏଁ ନିର୍ମାଣ ହେଲାନି, ସାରଳାଦାସ ଙ୍କ ସ୍ମୃତିସ୍ତମ୍ଭ ଓ ପ୍ରତିମୂର୍ତ୍ତି !!!

ଝଙ୍କଡ଼, ୨୮/୧୧: ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ସିଂହଦ୍ୱାର ସମ୍ମୁଖରେ 1948 ମସିହାରେ ଓଡିଶାର ତତ୍କାଳୀନ ପ୍ରଧାନମନ୍ତ୍ରୀ, ଉତ୍କଳକେଶରୀ ଡଃ ହରେକୃଷ୍ଣ ମହତାବ ଙ୍କ ଦ୍ୱାରା, ବାଣୀବିହାର ନାମକ ସାହିତ୍ୟ ଅନୁଷ୍ଠାନ ଆନୁକୂଲ୍ୟରେ ଯେଉଁ ଆଦିକବି ଶୁଦ୍ରମୁନି ସାରଳା ଦାସ ଙ୍କ ସ୍ମୃତିସ୍ତମ୍ଭ ଓ ଦୀର୍ଘବର୍ଷ ପରେ ରାଜ୍ୟ ବିଧାନସଭା ର ବାଚସ୍ପତି ସ୍ବର୍ଗତ ଶରତ କୁମାର କର ଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ସାରଳାଦାସ ଙ୍କ ପ୍ରତିମୂର୍ତ୍ତି କୁ କିଛିମାସ […]

ସଂପୂର୍ଣ୍ଣ ପଢନ୍ତୁ

ପଦ୍ମଶ୍ରୀ ଟାଡିସରୁ ବାଇ ନିରକ୍ଷରା ଆଦିବାସୀ ମହିଳାଙ୍କ କଣ୍ଠରେ ଦିବ୍ୟଜ୍ଞାନର ସ୍ୱର

କନ୍ଧମାଳ, ୨୮/୧୧: (ପ୍ରଦିପ ଦାସ) କନ୍ଧମାଳ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶ ମଧ୍ୟରେ ଲୁଚି ରହିଛି ଅନେକ ଅଲୌକିକ କାହାଣୀ। ସେହି କାହାଣୀମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ‘ପଦ୍ମଶ୍ରୀ ଟାଡିସରୁ ବାଇ’ ବା ପୂର୍ଣ୍ଣମାସୀ ଜାନୀ । ଜଣେ ନିରକ୍ଷରା କନ୍ଧ ରମଣୀ ହୋଇ ମଧ୍ୟ ତାଙ୍କ କଣ୍ଠରୁ ନିଃସୃତ ହଜାର ହଜାର ଶାସ୍ତ୍ରୀୟ ଭଜନ ଓ ତତ୍ତ୍ୱଦର୍ଶନ ଆଜି ସମସ୍ତଙ୍କୁ ବିସ୍ମିତ କରିଛି। ଆସନ୍ତୁ ଜାଣିବା ସେହି ମହୀୟସୀ ମହିଳାଙ୍କ ଜୀବନୀ ଓ ସାଧନାର […]

ସଂପୂର୍ଣ୍ଣ ପଢନ୍ତୁ

ବାବା ରାମେଶ୍ୱରଙ୍କ ବିଶ୍ଵଶାନ୍ତି ଯଜ୍ଞ୍ରର ପୂର୍ଣ୍ଣାହୁତି, ଭଜନ ଓ ସମ୍ବର୍ଦ୍ଧନା

ଝଙ୍କଡ଼, ୨୮/୧୧: ତିର୍ତ୍ତୋଲ ବ୍ଲକ ଗରାମ ପଞ୍ଚାୟତ ଅଧିନ ତୁରୁଖା ଠାରେ ଗତ ଚବିଶ ତାରିଖ ଠାରୁ ଆରମ୍ଭ ହୋଇଥିବା ରାମେଶ୍ୱର ଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ର ତୃତୀୟ ସନ୍ଧ୍ୟାରେ ଯଜ୍ଞରେ ଆହୁତି ପ୍ରଦାନ ଓ ପରେପରେ ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ଚରଣ ମହାନ୍ତି ଓ ସାଥୀ ମାନଙ୍କଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ, ଚତୁର୍ଥ ଦିନ ସନ୍ଧ୍ୟାରେ ଯଜ୍ଞର ପୂର୍ଣ୍ଣାହୂତି ପ୍ରଦାନ କରାଯାଇଥିଲା l ମୁଖ୍ୟଆଚାର୍ଯ୍ୟ ପଣ୍ଡିତ ବିକ୍ରମ କେଶରୀ ଦାଶ […]

ସଂପୂର୍ଣ୍ଣ ପଢନ୍ତୁ

ବିପୁଳ ପରିମାଣର ବ୍ରାଉନସୁଗାର ଜବତ ସହ ୩ ଗିରଫ

ବେଗୁନିଆ, ୨୭/୧୧ : ରାଜ୍ୟରେ ଦିନକୁ ଦିନ ଚୋରା ବ୍ରାଉନ ସୁଗାର କାରବାର ବୃଦ୍ଧି ପାଇବାରେ ଲାଗିଛି । ଆଜି ବେଗୁନିଆ ଅବକାରୀ ବିଭାଗ ଖବର ପାଇ କପାସିଆ ସ୍କୁଲ ନିକଟରେ ଚଢାଉ କରିଥିଲା। ଏବଂ ବିପୁଳ ପରିମାଣର ବ୍ରାଉନ୍‌ ସୁଗାର ଜବତ କରିବା ସହ ୩ ବେପାରୀଙ୍କୁ ଗିରଫ କରିଛି। ଆଜି ସକାଳୁ ଖୋର୍ଦ୍ଧାର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ବେଗୁନିଆ ଅବକାରୀ ଅଧିକାରୀ ମିତ୍ରବିନ୍ଦା ପରିଡା ସଦଳ ବଳେ ବୋଲଗଡ ବ୍ଲକ କପାସିଆ ପ୍ରାଥମିକ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଖ୍ୟାତ ଘୁମୁରା କଳାକାର ପବିତ୍ର ଗହିରଙ୍କୁ ୨୦୨୩-୨୪ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ଭୁବନେଶ୍ୱର, ୨୭/୧୧: କଳାହାଣ୍ଡିର ପ୍ରଖ୍ୟାତ ଘୁମୁରା କଳାକାର ପବିତ୍ର ଗହିର ଙ୍କୁ ୨୦୨୩-୨୪ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ବୁଧବାର ପୁରସ୍କୃତ କରାଯାଇଛି । ଲୋକକଳା ଏବଂ ବାଦ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ପବିତ୍ରଙ୍କୁ ସମ୍ମାନିତ କରାଯାଇଛି ।ସୂଚନାଯୋଗ୍ୟ ଘୁମୁରା ଏବଂ ବାଜାଶାଲ ନୃତ୍ୟରେ ନିଶାନ ବଜାଇ ଦେଶର ବିଭିନ୍ନ ସ୍ଥାନରେ ପବିତ୍ର ସମ୍ମାନିତ ହେଇଛନ୍ତି। ସେହିଭଳି ଲୋକନୃତ୍ୟ ରେ ଢୋଲିଆ ଭାବେ ପରିଚିତ ଯୁବ କଳାକାର ଗୌରୀ ଶଙ୍କର ଦୁର୍ଗା ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ଆଜି ବିଧାନସଭାର ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପରେ ଗୃହ ମୁଲତବୀ

ଭୁବନେଶ୍ୱର, ୨୭/୧୧: ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଆରମ୍ଭ ରୁ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ପୂର୍ବତନ ସଦସ୍ୟଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ପୂର୍ବତନ ସଦସ୍ୟ ହେମେନ୍ଦ୍ର ମହାପାତ୍ର , କୃଷ୍ଣଚନ୍ଦ୍ର ମଲ୍ଲିକ ଏବଂ ପୂର୍ବତନ କନଷ୍ଟେବଳ ସରୋଜ ପ୍ରଧାନଙ୍କ ପାଇଁ ମଧ୍ୟ ଶୋକ ପ୍ରସ୍ତାବ ଆଗତ ହୋଇଛି।ଶୋକ ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବିରୋଧୀ […]

ସଂପୂର୍ଣ୍ଣ ପଢନ୍ତୁ

ଶିକ୍ଷକ ବଦଳି ପ୍ରସଙ୍ଗରେ ହାଇକୋଟଙ୍କ ନାପସନ୍ଦ

କଟକ, ୨୭/୧୦: ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଝଟକା। ରାଜ୍ୟ ସରକାର କରିଥିବା ଚିଠିକୁ ହାଇକୋର୍ଟ ଖାରଜ କରିଛନ୍ତି। ୧୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବଦଳି କରିବା ପାଇଁ ସାଂସଦ ଓ ବିଧାୟକ ମାନଙ୍କୁ କ୍ଷମତା ଦିଆଯାଇଥିଲା। ଶିକ୍ଷାକ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟ ନାପସନ୍ଦ କରିଛନ୍ତି। ଏପରି କଲେ ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ହେବ ବୋଲି କହିଛନ୍ତି ହାଇକୋର୍ଟ।ସୂଚନାଥାଉକି, ରାଜ୍ୟ ସରକାର ୧୫ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ବଦଳି ପାଇଁ ସାଂସଦ, ବିଧାୟକଙ୍କୁ ଦେଇଥିଲେ […]

ସଂପୂର୍ଣ୍ଣ ପଢନ୍ତୁ

ଚୁଲି ନିଆଁରେ ପାଚିକା ଗୁରୁତର

ଆନନ୍ଦପୁର, ୨୭/୧୧: କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ହାତୀବନ୍ଧା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ମଧ୍ୟାହ୍ନଭୋଜନ ପ୍ରସ୍ତୁତି ବେଳେ ଚୁଲି ନିଆଁରୁ ଶାଢ଼ିରେ ନିଆଁ ଲାଗିଯାଇ ପାଚିକା ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ପାଚିକା ଜଣକ ତଅପୋଇ ପ୍ରଧାନ ବୋଲି ଜଣାପଡିଛି।ସୂଚନା ଅନୁଯାୟୀ କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ହାତୀବନ୍ଧା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ପ୍ରତିଦିନ ପରି ଛାତ୍ରଛାତ୍ରୀଙ୍କ ପାଇଁ ପାଚିକା […]

ସଂପୂର୍ଣ୍ଣ ପଢନ୍ତୁ

୩୬ ଜଣଙ୍କ ଦରମା ବନ୍ଦ

କଟକ, ୨୭/୧୧ :କଟକ ପ୍ରଶାସନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖପ୍ପାକୁ ନେଇ ଦରମା ବନ୍ଦ ପ୍ରସଙ୍ଗ। ସାନି ସଂଶୋଧନ ତାଲିକା ଜାରି କରିଛି କଟକ ଜିଲ୍ଲା ପ୍ରଶାସନ। ୯୧ ଜଣଙ୍କ ସ୍ଥାନରେ ପ୍ରଶାସନ ୩୬ ଜଣଙ୍କ ବନ୍ଦ କରିଛି। ବରିଷ୍ଠ ପାହ୍ୟା ଅଧିକାରୀମାନେ ପୂର୍ବ ତାଲିକାରୁ ବାଦ୍‌ ପଡିଛନ୍ତି। ଏ ନେଇ ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ ସୂଚନା ଦେଇଛନ୍ତି। କଟକ ପ୍ରଶାସନ ଉପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଖପ୍ପା ରହିଛି। ଅଭିଯୋଗ ସମାଧାନ କ୍ଷେତ୍ରରେ […]

ସଂପୂର୍ଣ୍ଣ ପଢନ୍ତୁ