ଆଜିର ପିଲାମାନେ ହିଁ ହେବେ, ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତର ନିର୍ମାତା-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬/୧୧ : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ବିଜ୍ଞାନ ଓ ପ୍ରଯୁକ୍ତି ମହୋତ୍ସବ ସାଇ-ଟେଡ୍‌ ୨୦୨୫ ରେ ଯୋଗ ଦେଇଛନ୍ତି। ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ସାଇ-ଟେଡ୍- ୨୦୨୫ କାର୍ଯ୍ୟକ୍ରମରେ କେବଳ ପ୍ରାଇଭେଟ ସ୍କୁଲ ନୁହେଁ ବରଂ କଟକ-ଭୁବନେଶ୍ୱରର ସରକାରୀ ସ୍କୁଲର ପିଲାମାନେ ମଧ୍ୟ ଭାଗ ନେଇଛନ୍ତି। ଯାହା ବିଜ୍ଞାନରେ ସେମାନଙ୍କ ସୃଜନଶୀଳ ପ୍ରତିଭାର […]

ସଂପୂର୍ଣ୍ଣ ପଢନ୍ତୁ

ଓଏଏସ୍ ଅଧିକାରୀଙ୍କ ସ୍ତରରେ ବଡଧରଣର ଅଦଳବଦଳ

ଭୁବନେଶ୍ଵର, ୨୬/୧୧: ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ସ୍ତରରେ ବଡଧରଣର ଅଦଳବଦଳ ହୋଇଛି। ଉଷାରାଣୀ ସାହୁ ପଞ୍ଚାୟତିରାଜ ବିଭାଗର ସ୍ଵତନ୍ତ୍ର ସଚିବ ହୋଇଥିବାବେଳେ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ଲୋପାମୁଦ୍ରା ମହାପାତ୍ର। ରାଜ୍ୟ ମାଇନିଂ ବିଭାଗର ସିଭିଓ ହେଲେ ନାରାୟଣ ଚନ୍ଦ୍ର ଧଳ। ଅନୁସୂଚିତ ଜନଜାତି ବିଭାଗର ଅତିରିକ୍ତ ସଚିବ ହେଲେ ଦେବେନ୍ଦ୍ର ନନ୍ଦ । ସେହିପରି ପ୍ରୀତିପର୍ଣ୍ଣା ମିଶ୍ର ରାଜସ୍ଵ ବିଭାଗର ଡ଼େପୁଟି ସେକ୍ରେଟାରୀ ହୋଇଥିବାବେଳେବାଲେଶ୍ବର ଜିଲ୍ଲାର ଡ଼ିଏଚ୍ଏଚ୍ ପ୍ରଶାସନିକ ଅଧିକାରୀ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେପି ହ୍ବିସିଲ୍‌ ଫୁଙ୍କିଲେ ବିଜେଡି ଭାଙ୍ଗିବ

ଭୁବନେଶ୍ଵର, ୨୬/୧୧ : ସୁଜାତା କାର୍ତ୍ତିକେୟନ୍ ଙ୍କୁ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ପାର୍ଟି ଥିଲେ ତ ସୁଜାତା ଦାୟିତ୍ଵ ନେବେ। ସେ କେଉଁ ରାଜନେତା ଯେ ସେ ଜନତାଙ୍କର ଆସ୍ଥାଭାଜନ ହୋଇପାରିବେ। ବିଜେଡି ଆଉ ରହିବନି ତା କଥା ଆଲୋଚନା କରିକି ଲାଭ କଣ। ବିଜେପି ହ୍ବିସିଲ୍‌ ଫୁଙ୍କିଲେ ବିଜେଡି ଭାଙ୍ଗିବ , ୧୨ ଫାଳ ହୋଇଯିବ। ବିଜେଡି ୨୪ ବର୍ଷ ଶାସନ କରିବା ପରେ ନିର୍ବାଚନରେ ୩ନଂ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ଵାର୍ଥପର ଲୋକ ଦଳରୁ ପଳେଇଲେ ଭଲ

ଭୁବନେଶ୍ଵର, ୨୬/୧୧ : ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିସ୍ଫୋରକ ବୟାନ ରଖିଛନ୍ତି। ସେ କହିଛନ୍ତି ନବୀନ ବାବୁ ମୋତେ ଫୋନ୍ କଲେ, ଗୃହରେ ଅନୁପସ୍ଥିତ ରହିବାକୁ କହିଥିଲେ। ମୁଁ ତାଙ୍କ ହିସାବରେ ଭୋଟ୍ ଦେବାକୁ ଯାଇନଥିଲି। କିଛି ଲୋକ ନବରନ ବାବୁଙ୍କୁ ଦେଖା କରିବାକୁ ଦେଉନାହାଁନ୍ତି। ଭୂପିନ୍ଦର ସିଂଙ୍କୁ ମଧ୍ୟ ଦେଖା କରାଇ ଦେଲେନି। ମୁଁ ଦେଖା କରିବାକୁ ଚାହୁଁଛି ବୋଲି ନବୀନ ବାବୁଙ୍କୁ ଜଣାଇ ନିଆଯାଉନି। ନିର୍ବାଚନ ବେଳେ ନବୀନ ବାବୁ ପ୍ରଚାର ମଙ୍ଗ […]

ସଂପୂର୍ଣ୍ଣ ପଢନ୍ତୁ

୨୨ ମୌଜା ଗୌରବ ରତିକାନ୍ତ ପାଳଙ୍କ ବିୟୋଗ

କଟକ,୨୬/୧୧ : ବିଶିଷ୍ଟ ସମାଜସେବୀ,ଧର୍ମପରାୟଣ,ସଙ୍ଗଠକ, ବହୁମୁଖୀ ପ୍ରତିଭା,ରାଜନୀତିଜ୍ଞ ତଥା ୨୨ ମୌଜା ବାରଡିଆ ନିବାସୀ ରତିକାନ୍ତ ପାଳ (୭୧)ଙ୍କ ହୃଦଘାତରେ ପରଲୋକ ଗମନ ଘଟିଛି । ସେ ଶାନ୍ତ,ସରଳ,ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ କନିଷ୍ଠ ଭ୍ରାତା ଶ୍ରୀକାନ୍ତ ପାଳ,ପୁତ୍ର ଶ୍ରୀମନ୍ତ ପାଳ,ପୁତୁରା ସତ୍ୟଜିତ୍ ପାଳ,ପରିବାର ସଦସ୍ୟ,ଜ୍ଞାତି କୁଟୁମ୍ବ ସହ ଗ୍ରାମବାସୀ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା ସହ ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ଦ୍ୱାଦଶ ନିଯୁକ୍ତିମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ- ୨୦୨୫

ଭୁବନେଶ୍ୱର ୨୫/୧୧: ଆପଣମାନେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସାଧୁତାପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଜରିଆରେ ସରକାରୀ ଚାକିରୀ ଯୋଗ ଦେଉଛନ୍ତି । ତେଣୁ ଆପଣଙ୍କ କର୍ତ୍ତବ୍ୟପଥରେ ସାଧୁତା ଓ ସ୍ୱଚ୍ଛତା ଅବଲମ୍ୱନ କରିବା ପାଇଁ ସଂକଳ୍ପବଦ୍ଧ ହେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଦ୍ୱାଦଶ ନିଯୁକ୍ତିମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ- ୨୦୨୫ ଅବସରରେ ନବନିଯୁକ୍ତଙ୍କୁ ଉପଦେଶ ଦେଇ କହିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟ ସରକାରଙ୍କ ୧୨ଟି ବିଭାଗରେ ସମୁଦାୟ ୭୨୯୩ ଜଣଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଗନ୍ଧମାର୍ଦ୍ଧନ ପାହାଡ଼ରେ ହେବ ରୋପ୍ ୱେ ନିର୍ମାଣ

ବରଗଡ଼,୨୫/୧୧: ଲୋକସେବା ଭବନରେ ବରଗଡ଼ର ଲୋକ ସଭା ଏମ୍‌ପି ପ୍ରଦୀପ ପୁରୋହିତ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ୍ କରି ଗନ୍ଧମାର୍ଦ୍ଧନ ପର୍ଯ୍ୟଟନସ୍ଥଳୀର ବିକାଶ ଉପରେ ଆଲୋଚନା କରିଥିଲେ। ଆଲୋଚନାରେ ଗନ୍ଧମାର୍ଦ୍ଧନ ପାହାଡ଼ରେ ରୋପ୍ ୱେ ନିର୍ମାଣ ପ୍ରମୁଖ ପ୍ରସଙ୍ଗ ରହିଥିଲା । ଐତିହାସିକ ଓ ଧାର୍ମିକ ମହତ୍ତ୍ୱ ରଖୁଥିବା ଗନ୍ଧମାର୍ଦ୍ଧନ ପାହାଡ଼ର ପ୍ରାକୃତିକ ପରିବେଶ ପ୍ରତି ଆକୃଷ୍ଟ ହୋଇ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓଡ଼ିଶା ଏବଂ ଅନ୍ୟରାଜ୍ୟରୁ ନୃସିଂହନାଥ ଓ ହରିଶଙ୍କରକୁ […]

ସଂପୂର୍ଣ୍ଣ ପଢନ୍ତୁ

ଡକାୟତି ଯୋଜନା ପଣ୍ଡ କରି ୩ ଜଣକୁ କାବୁ କଲା ପୁଲିସ

ଅନୁଗୁଳ, ୨୫/୧୧: ଖୋର୍ଦ୍ଧାରୁ ଆସି ଅନୁଗୁଳରେ ଚଳାଇଥିଲେ ଡକାୟତି ଯୋଜନା। ଖବର ପାଇ ମାଡ଼ି ବସିଲା ଅନୁଗୁଳ ଥାନା ପୁଲିସ। ଅନୁଗୁଳ ସହର ନିକଟସ୍ଥ ତୁରଙ୍ଗ ପଡ଼ିଆ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ରେଡ୍ କରିଥିଲା ପୁଲିସ। ୩ ଜଣକୁ କାବୁ କରିଛି ପୁଲିସ। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହ ପ୍ରାୟ ୩୦ ଗ୍ରାମ ଡ୍ରଗସ ଜବତ ହୋଇଛି। ଏହାଛଡ଼ା ସେମାନଙ୍କ ନିକଟରୁ ଗୋଟେ ଚାପଡ, ୩ଟି ମଦ ବୋତଲ , ଏକ କାର, […]

ସଂପୂର୍ଣ୍ଣ ପଢନ୍ତୁ

ତୁରୁଖା ରେ ବାବା ରାମେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ଝଙ୍କଡ଼, ୨୫/୧୧: ବାଣୀକ୍ଷେତ୍ର ଝଙ୍କଡ଼ ପ୍ରଗଣା, ତିର୍ତ୍ତୋଲବ୍ଲକ, ଗରାମ ପଞ୍ଚାୟତ ଅଧିନ ତୁରୁଖା ଗ୍ରାମରେ, ବହୁକାଳରୁ ପୂଜା ପାଇଆସୁଥିବା ବାବା ରାମେଶ୍ୱର ମହାଦେବ ଙ୍କର ନବନିର୍ମିତ ଭବ୍ୟମନ୍ଦିର ର ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ ଗତ ମଙ୍ଗଳବାର ଦିନ ପୂର୍ବାହ୍ନ ରେ, ପୁଣ୍ୟତୋୟା ହଂସୁଆ ନଦୀ, ରଙ୍କେଇ ଠାରୁ ଏକ ବିଶାଳ କଳସ ଶୋଭାଯାତ୍ରା, ବାବାଙ୍କ ପୀଠସ୍ଥଳି ରେ ପହଂଚିଥିଲା l ସନ୍ଧ୍ୟାସମୟରେ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଏକ ସାରସ୍ୱତସଭା, ଝଙ୍କଡ଼ରତ୍ନ ଗୋଲକବିହାରୀ ପଲାଇ ଙ୍କ ସଭାପତିତ୍ବ ରେ […]

ସଂପୂର୍ଣ୍ଣ ପଢନ୍ତୁ

ପଦ ଛାଡିଲେ ଦେବାଶିଷ

କଟକ, ୨୫/୧୧: ପୁଣି ପଦାରେ ପଡିଲା ବିଜେଡିର ବଡ ଅନ୍ତଃକନ୍ଦଳ। ଆଜି ବିଜେଡିରୁ ସିନିୟର୍‌ ସିଟିଜେନ୍‌ ସେଲ୍‌ ଉପସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ଥଫା ପତ୍ର ପଠାଇଛନ୍ତି । ଏବଂ ବରିଷ୍ଠ ଉପସଭାପତି ପଦ ଗ୍ରହଣ କରିବାକୁ ମନା କରିଛନ୍ତି ଦେବାଶିଷ ସାମନ୍ତରାୟ। ସିନିୟର ସିଟିଜେନ୍ ସେଲ୍ ଉପସଭାପତି ପଦ ନେବାକୁ ମନା କରିଛନ୍ତି। ଏବଂ କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ପଠାଇଛନ୍ତି।ବିଜୁ […]

ସଂପୂର୍ଣ୍ଣ ପଢନ୍ତୁ