କନିମୂଳ ଦାରୁବ୍ରହ୍ମ ପୀଠରେ ଚତୁର୍ଥ ବାର୍ଷିକ ବ୍ରହ୍ମଯଜ୍ଞ ଉଦଯାପିତ; ଶ୍ରଦ୍ଧାଳୁଙ୍କ ଗହଳି

ଝଙ୍କଡ, ୩୦ ଜୁନ୍: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ଗ୍ରାମରେ ଅଧିଷ୍ଠିତ ଦାରୁବ୍ରହ୍ମ ପୀଠରେ ଆୟୋଜିତ ତ୍ରିଦିବସୀୟ ଚତୁର୍ଥ ବାର୍ଷିକ ବ୍ରହ୍ମଯଜ୍ଞ ଓ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଅତି ଆନନ୍ଦ ଉଲ୍ଲାସର ସହ ଉଦଯାପିତ ହୋଇଯାଇଛି। ଧ୍ୟାନକୁଦ ପିଠାଧୀଶ ପ୍ରେମସାଗର ବାବା ଅରକ୍ଷିତ ଦାସମହାରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନିର୍ଣ୍ଣିତ ଏହି ପୀଠରେ ଗତ ଜୁନ୍ ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଯଜ୍ଞ ଗତକାଲି ସୋମବାର ରାତ୍ରୀ ୧୦ ଘଟିକା ସମୟରେ ପୂର୍ଣ୍ଣାହୁତି ସହ ସମାପ୍ତ ହୋଇଛି। […]

ସଂପୂର୍ଣ୍ଣ ପଢନ୍ତୁ

ବଜ୍ରପାତରେ ଶ୍ରବଣଶକ୍ତି ହରାଇଥିବା ମହିଳାଙ୍କୁ ସହାୟତା

ଝଙ୍କଡ଼ :  କିଛିଦିନ ପୂର୍ବରୁ ବିଲକୁ ଯାଇଥିବାବେଳେ ଆକସ୍ମିକବଜ୍ରପାତ ଯୋଗୁଁ, ତିର୍ତ୍ତୋଲବ୍ଲକ, କୋଷ୍ଟିମଲ୍ଲିକା ପୁର ପଞ୍ଚାୟତ ଅଧୀନ ମହମଦପୁର ଗ୍ରାମର ରାସବିହାରୀ ମହାନ୍ତି ଙ୍କ ଧର୍ମପତ୍ନୀ ପୁଷ୍ପଲତା ମହାନ୍ତି ଗୁରୁତର ଆହତ ହୋଇ, ଜଗତସିଂହପୁର ମେଡିକାଲ କୁ ଆଶୁଚିକିତ୍ସା ପାଇଁ ତାଙ୍କୁ ନିଆଯାଇଥିଲା l ତାଙ୍କର ଡାହାଣପାଖ କାନରୁ ରକ୍ତସ୍ରାବ ହେଉଥିବା ବେଳେ ବାମପାଖ କାନ କୁ ମଧ୍ୟ ଶୁଭୁନଥିଲା l ଖବରପାଇ ନିକଟସ୍ଥ ତରାପୁର ଛତ୍ରମଠ ସ୍ଥିତ ଦରିଦ୍ରନାରାୟଣ ସେବାସଙ୍ଘ ର ସଭାପତି ଧୁନଚନ୍ଦ୍ର ସେନାପତି […]

ସଂପୂର୍ଣ୍ଣ ପଢନ୍ତୁ

ଚାଷୀଙ୍କୁ ମିଳିବ ସଠିକ୍ ସମୟରେ ସାର: ସମବାୟ ସମିତିଗୁଡ଼ିକୁ ସୁଧମୁକ୍ତ କ୍ୟାଶ୍ କ୍ରେଡିଟ୍ ଋଣ ଯୋଗାଇବେ ରାଜ୍ୟ ସରକାର

ଭୁବନେଶ୍ୱର, ୨୯ ଜୁନ: ରାଜ୍ୟର ଚାଷୀମାନଙ୍କୁ ସଠିକ୍ ସମୟରେ ସାର ଉପଲବ୍ଧ କରାଇବା ଏବଂ କଳାବଜାରୀରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସମବାୟ ବିଭାଗର କମିଶନର-ତଥା-ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ଥାୟୀ ଆର୍ଥିକ କମିଟି (SFC) ର ସୁପାରିଶ ଆଧାରରେ ସରକାର ଏକ ନୂତନ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ନୂତନ ଯୋଜନାର ନାମ ହେଉଛି— “ସାରର ପୂର୍ବ-ମହଜୁଦ (ପ୍ରି-ପୋଜିସନିଂ) ପାଇଁ କ୍ୟାଶ୍ କ୍ରେଡିଟ୍ ଋଣ ଉପରେ ସୁଦ୍ଧ ରିହାତି।” […]

ସଂପୂର୍ଣ୍ଣ ପଢନ୍ତୁ

କେନ୍ଦୁଝରର ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ପବିତ୍ର ସ୍ନାନପୂର୍ଣ୍ଣିମା

କେନ୍ଦୁଝର : କେନ୍ଦୁଝରର ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ, ଶ୍ରୀ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ଶକ୍ତିର ପ୍ରତୀକ ସୁଦର୍ଶନଙ୍କର ପବିତ୍ର ଦେବସ୍ନାନ ନୀତି ଜ୍ୟେଷ୍ଠଶୁକ୍ଳପକ୍ଷ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ସକାଳ ୪.୦୦ସମୟରେ ଅବକାଶ, ଲୁଗାଲାଗି, ୫ଟାରେ ସୂର୍ଯ୍ୟପୁଜା ଓ ପୂଜାନିତୀ ସଂପନ୍ନ ହେବାପରେ ୫.୨୦ମିନିଟ ସମୟରେ ବେଢା ଦେବତା ପୂଜା, ସକାଳ ୬ଟା ସମୟରେ ଲୁଗାଲାଗି ଓ ପରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ରତ୍ନ ସିଂହାସନରୁ ପୂର୍ବାହ୍ନ ୮.୫୦ମିନିଟ ସମୟରେ ବିଭିନ୍ନ ବ୍ରାହ୍ମଣ ଶାସନମାନଙ୍କରୁ […]

ସଂପୂର୍ଣ୍ଣ ପଢନ୍ତୁ

ଏନ୍ଆଇଟିରୁ କଟାଯିବ ଆହୁରି ୨ ହଜାର ଗଛ, କୋର୍ଟରେ ମାମଲା

ରାଉର‌କେଲା:  ଜାତୀୟ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ (ଏନ୍‌ଆଇଟି) ପରିସରରୁ ୧୮୭୨ ଗଛ କାଟିବା ମାମଲା ଏବେ କୋର୍ଟରେ ପହଞ୍ଚିଛି। ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରି ଜୁଲାଇ ୭ରେ ୧୧ ଜଣ ବନ ବିଭାଗ ଓ ଏନ୍‌ଆଇଟିର ଅଧିକାରୀଙ୍କୁ ହାଜର ହେବାକୁ ନୋଟିସ୍‌ ଜାରି କରିଛନ୍ତି। ଏନ୍ଆଇଟି କର୍ତ୍ତୃପକ୍ଷ ଓ ରାଉରକେଲା ବନବିଭାଗ ଏଭଳି ନିଷ୍ପତ୍ତି ବିରୋଧରେ ତିନି ଆଇନଜୀବୀ ବଶିଷ୍ଟ ରାୟ, ଆର୍‌.କେ. ସିଂହ ଓ ଶ୍ରୀକାନ୍ତ କୁମାର ପ୍ରଧାନ ସିଭିଲ୍‌ ଜଜ୍‌ ସିନିୟର ଡିଭିଜନ୍‌ରେ ମାମଲା ଦାୟର […]

ସଂପୂର୍ଣ୍ଣ ପଢନ୍ତୁ

ସ୍ନାନବେଦୀରୁ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : ଜଗତ ସାଆନ୍ତ ସ୍ନାନବେଦୀକୁ ଆସିଛନ୍ତି। ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଲୀଳାଖେଳା କରିଛନ୍ତି। ବଡ଼ଦାଣ୍ଡରୁ ମହାମାନବୀୟ ସ୍ନାନଲୀଳା ସଂଦର୍ଶନ କରିଛନ୍ତି ଭକ୍ତ। ଦୁର୍ଲଭ ହାତୀବେଶରେ ଦର୍ଶନ ଦେଇ କୃତାର୍ଥ କରୁଛନ୍ତି ମର୍ତ୍ତ୍ୟ ବୈକୁଣ୍ଠ ଅଧିପତି। ଭକ୍ତମାନେ ହାତୀବେଶ ଦର୍ଶନ କରି ନିଜକୁ ଧନ୍ୟମନେ କରୁଛନ୍ତି। ଭଗବାନଙ୍କ ଅତି ପ୍ରିୟ ଭକ୍ତମାନଙ୍କର ଆଖିରୁ ଆନନ୍ଦାଶ୍ରୁ ଝରିପଡୁଛି। ମହାପ୍ରଭୁଙ୍କର ଏହି ଦିବ୍ୟବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିଛି। ଶ୍ରୀକ୍ଷେତ୍ର ଜନସମୁଦ୍ରରେ ପରିବର୍ତ୍ତନ ହୋଇଛି। ବଡ଼ଦାଣ୍ଡ‌ରେ ଲୋକାରଣ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ଏସସିବିରେ ରୋଗଗ୍ରସ୍ତ ଡୁବୁଲା ବିରୁଆ, ପରିବାରକୁ ସହାୟତାର ହାତ ବଢ଼ାଇଲେ ସାମାଜିକକର୍ମୀ

ମାହାଙ୍ଗା  :  କଟକ ଜିଲ୍ଲା ମାହାଙ୍ଗା ବ୍ଲକର କୁହୁଣ୍ଡା ପଞ୍ଚାୟତ | ଏହି ପଞ୍ଚାୟତରେ ରହିଛି ୩ ଗୋଟି ଆଦିବାସୀ ବସ୍ତି | ହଂସଦିଆ ବାବାମଣିଙ୍କ ପୀଠ ନିକଟରେ ଥିବା ଆଦିବାସୀ ବସ୍ତିରେ ଶତାଧିକ ଆଦିମ ଜନଜାତିର ଲୋକମାନେ ବସବାସ କରୁଥିବା ବେଳେ, ସେମାନେ ସମସ୍ତେ ଭୂମିହୀନ | କୁମୁଡା ହାଟ କେଳା ସାହି ଓ କଲ୍ୟାଣପୁର ମୁଣ୍ଡାସାହିରେ ମଧ୍ୟରେ ଅନେକ ଆଦିବାସୀ ପରିବାର ସରକାରୀ ଜମି ଉପରେ ଦୀର୍ଘ ବର୍ଷ ବର୍ଷ ହେବ ଅସ୍ଥାୟୀ ଭାବେ […]

ସଂପୂର୍ଣ୍ଣ ପଢନ୍ତୁ

ପଚାଶଢ଼ାକାଦୁଅ ରାସ୍ତାରେ ଯାତାୟତ କରୁଛନ୍ତି କନକପୁର ଶାସନ ଅଧିବାସୀ : ବ୍ଲକପ୍ରଶାସନର ଅଣଦେଖା

ଝଙ୍କଡ଼ :  ତିର୍ତ୍ତୋଲବ୍ଲକ, କନକପୁର ଶାସନ ଗ୍ରାମରେ ବାରିକସାହି ଛକ ପାଖରେ, ଦୀର୍ଘ ବର୍ଷବର୍ଷ ଧରି, ରାସ୍ତାଉପରେ ପାଣିଜମିରହିଥିବା ବେଳେ ପଚାଶଢ଼ା କାଦୁଅରାସ୍ତାରେ ଯାତାୟତ କରି ସ୍ଥାନୀୟଅଞ୍ଚଳର ଅଧିବାସୀ ମାନେ ଅତିଷ୍ଠ ହୋଇପଡିଲେଣି | ଏହି କାଦୁଅରାସ୍ତାରେ ଯିବାଆସିବା କଲାବେଳେ ଲୋକମାନଙ୍କ ଗୋଡ଼ ବାଲିଖାଇଯାଉଛି l ବିଶେଷକରି ଛୋଟଛୋଟ ପିଲାମାନେ ସ୍କୁଲକୁ ଯିବାବେଳେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଅପରପକ୍ଷରେ ଏହି ରାସ୍ତାଦେଇ ଖୁଣ୍ଟିଆସାହି, ମହନପୁର, ଅରଡ଼ଙ୍ଗ, ଡିହସାହି ଓ ଗୋବିନ୍ଦପୁର ପଞ୍ଚାୟତ ର ଅଧିବାସୀ […]

ସଂପୂର୍ଣ୍ଣ ପଢନ୍ତୁ

ଯୁବ ସାମ୍ବାଦିକ ଦୀପକ ସାହୁଙ୍କ ଦ୍ଵାଦଶାହ ତିଥିରେ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା :  ମାହାଙ୍ଗା ପ୍ରେସ କ୍ଲବ ଓ ଦୀପକ ସାହୁ ସ୍ମୁତି କମିଟି ଆନୁକୂଲ୍ୟରେ ଯୁବ ସାମ୍ବାଦିକ ଦୀପକ ସାହୁଙ୍କ ସ୍ମୁତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ବର୍ଗତ ସାହୁଙ୍କ ସାମ୍ବାଦିକତା ଜୀବନର ବହୁ ସ୍ମରଣୀୟ ଘଟଣାବଳୀ ଉପରେ ଆଲୋକପାତ କରିଥିଲେ l ପ୍ରେସକ୍ଲବର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀଧର ଖୁଣ୍ଟିଆ ପ୍ରାରମ୍ଭିକ ସୂଚନା ଦେବା ସହିତ […]

ସଂପୂର୍ଣ୍ଣ ପଢନ୍ତୁ

ପାର୍ବତୀ ନୋଡାଲ୍ ବିଦ୍ୟାପୀଠ ଆଲୁମିନି କମିଟି ପକ୍ଷରୁ ଦ୍ବିତୀୟ ବାର୍ଷିକ ସମ୍ବର୍ଧନା ସମାରୋହ

କଟକ : ୪୨ ମୌଜା ଶୀତଳ ନଗର ପାର୍ବତୀ ନୋଡାଲ୍ ବିଦ୍ୟାପୀଠ ଆଲୁମିନି କମିଟି ପକ୍ଷରୁ ଦିତୀୟ ବାର୍ଷିକ ସମ୍ବର୍ଧନା ସମାରୋହ ଅନୁଷ୍ଠିତ ହୋଇ ଦଶମ ଶ୍ରେଣୀର ଉତ୍ତୀର୍ଣ୍ଣ ମେଧା ବିଦ୍ୟାର୍ଥୀଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରବୀର କିଶୋର ପରିଡ଼ା ମୁଖ୍ୟ ଅତିଥି,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମରେନ୍ଦ୍ର ବେହେରା ସମ୍ମାନିତ ଅତିଥି ଏବଂ ପୂର୍ବତନ ଛାତ୍ର ପ୍ରଭାତ ଦେବତା ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ । […]

ସଂପୂର୍ଣ୍ଣ ପଢନ୍ତୁ