ଆତ୍ମସମର୍ପଣ କର ନଚେତ୍‌ ଏନ୍‌କାଉଣ୍ଟର ହେବ

ଭୁବନେଶ୍ୱର, ୨୯/୧୧: ଓଡ଼ିଶାରେ ଏବେ ବି ଜାରି ରହିଛି ମାଓବାଦୀଙ୍କ ବର୍ବରତା। ଆନ୍ଧ୍ର ଏବଂ ଛତିଶଗଡ଼ ପଟୁ ମଧ୍ୟ ଓଡ଼ିଶାକୁ ମାଓବାଦୀମାନେ ପଶି ଆସୁଛନ୍ତି । ଏମାନଙ୍କ ଉପରେ ନଜର ଥିବା କହିଛନ୍ତି ବିଏସଏଫ ଆଇଜି । କେକେବିଏନ ଅଞ୍ଚଳ ଉପରେ ବିଏସଏଫ ବିଶେଷ ନଜର ରଖିଛି । ମାଓବାଦୀଙ୍କୁ ବିଏସଏଫ ଆଇଜିଙ୍କ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଆତ୍ମସମର୍ପଣ କର ନଚେତ୍ ଏନ୍‌କାଉଣ୍ଟର ହେବ ।୨୦୨୬ ମସିହା ମାର୍ଚ୍ଚ ମାସ ସୁଦ୍ଧା ଓଡିଶାକୁ […]

ସଂପୂର୍ଣ୍ଣ ପଢନ୍ତୁ

ଖୋଲିବନି ୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲ

ଭୁବନେଶ୍ୱର, ୨୮/୧୧: ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ସୁରୁଖୁରୁ ରହିଥିଲା । ଗୃହରେ ଉତ୍ତର ରଖିଥିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟରେ ବିଭିନ୍ନ ସ୍କୁଲରେ ଥିବା ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିରୋଧୀ ଦଳର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ପୂର୍ବ ସରକାର ୨୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରିଥିଲେ । ଆମ ସରକାର ସେଭଳି ୪୬ଟି ସ୍କୁଲକୁ ଖୋଲି ସାରିଲେଣି । ଜିଲ୍ଲାସ୍ତରୀୟ କମିଟିରୁ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେଡି ନେତା ମନ୍ମଥ ରାଉତରାୟଙ୍କ ନାଁରେ ମାମଲା

ଭୁବନେଶ୍ୱର, ୨୮/୧୧: ବିଜେଡି ନେତା ମନ୍ମଥ ରାଉତରାୟଙ୍କ ପାଇଁ ବଢିଛି ଅଡୁଆ । ମନ୍ମଥଙ୍କ ବିରୋଧରେ ସାଇବର ଥାନାରେ ଏକ ମାମଲା ରୁଜୁ ହୋଇଛି । ବିଜେପି ଲିଗାଲ ସେଲ୍‌ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ଥାନାରେ ଅଭିଯୋଗ କରିଛି ବିଜେପି ଲିଗାଲ ସେଲ୍‌ । ମାମଲାରେ ମନ୍ମଥଙ୍କ ବିରୋଧରେ ୫ଟି ଦଫା ଲାଗିଛି । ସେପଟେ ଘଟଣା ସମ୍ପର୍କରେ ମନ୍ମଥ […]

ସଂପୂର୍ଣ୍ଣ ପଢନ୍ତୁ

ବିଧାନସଭାରେ ୧୭,୪୪୦ କୋଟିର ଅତିରିକ୍ତ ବଜେଟ ଆଗତ

ଭୁବନେଶ୍ବର ୨୮/୧୧: ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଛନ୍ତି। ସପ୍ତଦଶ ବିଧାନସଭାର ୫ମ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମ‌ୋହନ ଚରଣ ମାଝୀ ଆଜି ଅପରାହ୍‌ଣରେ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅତିରିକ୍ତ ବଜେଟ୍‌ ମାଧ୍ୟମରେ ଓଡ଼ିଶାର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଶିଳ୍ପ, ସଂସ୍କୃତି, କୃଷି, ମହିଳା ସଶକ୍ତୀକରଣ ଆଦି ବିଭାଗର ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅତିରିକ୍ତ ବଜେଟ୍‌ରେ ରାଜ୍ୟ ସରକାର ଶିକ୍ଷା […]

ସଂପୂର୍ଣ୍ଣ ପଢନ୍ତୁ

ମାଓବାଦୀ ଆତ୍ମସମର୍ପଣ ଅର୍ଥରାଶି ବଢ଼ିଲା

ଭବନେଶ୍ଵର, ୨୮/୧୧: ମାଓବାଦୀ ଆତ୍ମସମର୍ପଣ ଅର୍ଥରାଶି ବୃଦ୍ଧି କରିଛନ୍ତି ସରକାର। କୌଣସି ମାଓବାଦୀ ଏକେ-୪୭ ବନ୍ଧୁକ ସହିତ ଆତ୍ମସମର୍ପଣ କଲେ ତାଙ୍କୁ ଏହି ବର୍ଦ୍ଧିତ ଅର୍ଥରାଶି ପ୍ରଦାନ କରାଯିବ। ଏହାସହିତ ଏସଏଲଆର ବନ୍ଧୁକ ସହିତ ଆତ୍ମସମର୍ପଣ କଲେ ବି ଏହି ରାଶି ମିଳିବ। ପୂର୍ବରୁ ଏଥିପାଇଁ ୧ ଲକ୍ଷ ୬୫ ହଜାର ଟଙ୍କା ମିଳୁଥିଲାବେଳେ ବର୍ତ୍ତମାନ ବର୍ଦ୍ଧିତ ରାଶି ଅନୁସାରେ ମିଳିବ। ୧୦ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ଥିବା ମାଓବାଦୀମାନଙ୍କୁ ୫ ଲକ୍ଷ ଟଙ୍କା ମିଳିବ। […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଖ୍ୟାତ ଘୁମୁରା କଳାକାର ପବିତ୍ର ଗହିରଙ୍କୁ ୨୦୨୩-୨୪ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ଭୁବନେଶ୍ୱର, ୨୭/୧୧: କଳାହାଣ୍ଡିର ପ୍ରଖ୍ୟାତ ଘୁମୁରା କଳାକାର ପବିତ୍ର ଗହିର ଙ୍କୁ ୨୦୨୩-୨୪ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ବୁଧବାର ପୁରସ୍କୃତ କରାଯାଇଛି । ଲୋକକଳା ଏବଂ ବାଦ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ପବିତ୍ରଙ୍କୁ ସମ୍ମାନିତ କରାଯାଇଛି ।ସୂଚନାଯୋଗ୍ୟ ଘୁମୁରା ଏବଂ ବାଜାଶାଲ ନୃତ୍ୟରେ ନିଶାନ ବଜାଇ ଦେଶର ବିଭିନ୍ନ ସ୍ଥାନରେ ପବିତ୍ର ସମ୍ମାନିତ ହେଇଛନ୍ତି। ସେହିଭଳି ଲୋକନୃତ୍ୟ ରେ ଢୋଲିଆ ଭାବେ ପରିଚିତ ଯୁବ କଳାକାର ଗୌରୀ ଶଙ୍କର ଦୁର୍ଗା ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ଆଜି ବିଧାନସଭାର ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପରେ ଗୃହ ମୁଲତବୀ

ଭୁବନେଶ୍ୱର, ୨୭/୧୧: ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଆରମ୍ଭ ରୁ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ପୂର୍ବତନ ସଦସ୍ୟଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ପୂର୍ବତନ ସଦସ୍ୟ ହେମେନ୍ଦ୍ର ମହାପାତ୍ର , କୃଷ୍ଣଚନ୍ଦ୍ର ମଲ୍ଲିକ ଏବଂ ପୂର୍ବତନ କନଷ୍ଟେବଳ ସରୋଜ ପ୍ରଧାନଙ୍କ ପାଇଁ ମଧ୍ୟ ଶୋକ ପ୍ରସ୍ତାବ ଆଗତ ହୋଇଛି।ଶୋକ ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବିରୋଧୀ […]

ସଂପୂର୍ଣ୍ଣ ପଢନ୍ତୁ

ଶିକ୍ଷକ ବଦଳି ପ୍ରସଙ୍ଗରେ ହାଇକୋଟଙ୍କ ନାପସନ୍ଦ

କଟକ, ୨୭/୧୦: ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଝଟକା। ରାଜ୍ୟ ସରକାର କରିଥିବା ଚିଠିକୁ ହାଇକୋର୍ଟ ଖାରଜ କରିଛନ୍ତି। ୧୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବଦଳି କରିବା ପାଇଁ ସାଂସଦ ଓ ବିଧାୟକ ମାନଙ୍କୁ କ୍ଷମତା ଦିଆଯାଇଥିଲା। ଶିକ୍ଷାକ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟ ନାପସନ୍ଦ କରିଛନ୍ତି। ଏପରି କଲେ ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ହେବ ବୋଲି କହିଛନ୍ତି ହାଇକୋର୍ଟ।ସୂଚନାଥାଉକି, ରାଜ୍ୟ ସରକାର ୧୫ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ବଦଳି ପାଇଁ ସାଂସଦ, ବିଧାୟକଙ୍କୁ ଦେଇଥିଲେ […]

ସଂପୂର୍ଣ୍ଣ ପଢନ୍ତୁ

ରାଜଭବନରେ ନବନିର୍ମିତ କଳିଙ୍ଗ ଅତିଥି ନିବାସର ଉଦଘାଟନ କଲେ ଭାରତର ରାଷ୍ଟ୍ରପତି

ଭୁବନେଶ୍ୱର, ୨୭/୧୧ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ଭୁବନେଶ୍ୱରର ରାଜଭବନ ପରିସରରେ ନବନିର୍ମିତ କଳିଙ୍ଗ ଅତିଥି ନିବାସର ଉଦଘାଟନ କରିଛନ୍ତି। ଉଦଘାଟନ ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ବମପାଟି, ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ବମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଓଡ଼ିଶା ବିଧାନସଭାର […]

ସଂପୂର୍ଣ୍ଣ ପଢନ୍ତୁ

ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲୋ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ‘ଏହି ଗୃହରୁ ମୁଁ ବହୁତ କିଛି ଶିଖିଛି’

ଭୁବନେଶ୍ବର, ୨୭/୧୧: ମା’ଟି ମୋର କେତେ ନିଜର…। ବିଶ୍ବର ଅନେକ ଗୃହରେ ସମ୍ବୋଧନ କରିବାର ସୁଯୋଗ ପାଇଛି। କିନ୍ତୁ ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିବାର ସ୍ମୁତି ଟିକିଏ ନିଆରା। ଏଠାରୁ ମୁଁ କଥା କହିବା ଶିଖିଛି। ରାଜନେତା ହିସାବରେ ଲୋକଙ୍କୁ କେମିତି ବ୍ୟବାର କରିବା ଓ ପ୍ରସଙ୍ଗ ଉପସ୍ଥାପନ କରିବା, ତାହା ଓଡ଼ିଶା ବିଧାନସଭା ମୋତେ ଶିଖାଇଛି। ଓଡ଼ିଶା ବିଧାନସଭା ମୋର ଫାଉଣ୍ଡେସନକୁ ସୁଦୃଢ଼ କରିଛି। ଜଗନ୍ନାଥଙ୍କର ଆଶୀର୍ବାଦ ନଥିଲେ, ମୁଁ ଯେଉଁଠି ଅଛି, ବୋଧେ ନଥାନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ