ଏଥର ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ୍‌ ଓ ଓଲିଉଡ୍‌ କଳାକାର

କଟକ,୧୭/୧୦: ଆଉ ଦିନ କେଇଟା ପରେ କଟକରେ ଆରମ୍ଭ ହେବାକୁ ଯାଉଛି ବିଶ୍ଵପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା। ଚଳିତବର୍ଷ କଟକ-ଇନ୍-କଟକର ଥିମ୍ ରହିବ ଓଡିଆ ଭାଷା, ଓଡିଆ ସାହିତ୍ୟ। ବର୍ତ୍ତମାନ ସୁଦ୍ଧା ୪ ଜଣ ବଲିଉଡ୍ କଳାକାରଙ୍କ ସହ ଯୋଗାଯୋଗ ହୋଇସାରିଛି। ସେମାନେ ହେଉଛନ୍ତି ଶ୍ରେୟା ଘୋଷାଲ, ହର୍ଷଦୀପ୍ ସିଂ, ହମ୍ ସୁଫି ବ୍ୟାଣ୍ଡ୍ , ରିଷି। ଓଲିଉଡ୍‌ର ୧୪ ଜଣ କଳାକାରଙ୍କ ସହ ଚୁକ୍ତିନାମା ସରିଛି। ଏଥର ବାଲିଯାତ୍ରାରେ ୪ଟି ପ୍ରବେଶ ପଥ ଥିବାବେଳେ ପ୍ରସ୍ଥାନ ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଭେଟି : ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି

ଭୁବନେଶ୍ଵର, ୧୬/୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦୀପାବଳି ପର୍ବ ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ନେଇ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୫ ପ୍ରତିଶତରୁ ୫୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହା ଜୁଲାଇ ପହିଲା ୨୦୨୫ରୁ ପିଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ମିଳିବ ।ଏହା ସହିତ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆପଡ଼ା ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ଵର, ୧୬/୧୦:ନୂଆପଡା ଉପନିର୍ବାଚନ ଜିତିବା ପାଇଁ ବିଜେପି ଜୋରଦାର ଉଦ୍ୟମ କରିଛି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟ ପାଇଁ ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ଦଳ । ଜୟଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଲିକାର ପ୍ରଥମେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦ୍ୱିତୀୟରେ ସଭାପତି ମନ ମୋହନ ସାମଲ । ତିନି ଜଣ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱନୀ ବୈଷ୍ଣବ ଏବଂ ଜୁଏଲ […]

ସଂପୂର୍ଣ୍ଣ ପଢନ୍ତୁ

ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ କାହାକୁ ଛଡାଜିବନି : ପୁଲିସ୍‌ ଡିଜି

ଭୁବନେଶ୍ବର: ପୁଲିସ୍‌ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ପୁଲିସ୍‌ ଡିଜି ଯୋଗେଶ ବାହାଦୁର ଖୁରାନିଆ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ପରୀକ୍ଷା ତ୍ରୁଟିଶୂନ୍ୟ ଏବଂ ଦୁର୍ନୀତି ମୁକ୍ତ କରିବା ପାଇଁ ଆମେ ପୂର୍ବରୁ ବ୍ୟବସ୍ଥା କରିଥିଲୁ । ଫଳସ୍ୱରୂପ ପୁଲିସ୍‌ର ସଚେତନତା ପାଇଁ ପରୀକ୍ଷା ଆଗରୁ ଖୁଲାସା ହେଲା । କ୍ରାଇମବ୍ରାଞ୍ଚ ନିରପେକ୍ଷ ତଦନ୍ତ କରି ସବୁ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେବ।ପୁଲିସ୍‌ ଏସ୍‌ଆଇ ପରୀକ୍ଷାରେ ଜାଲିଆତି ଘଟଣା ସାମ୍ନାକୁ ଆସିବା ପରେ ପୂରା ପରୀକ୍ଷାକୁ […]

ସଂପୂର୍ଣ୍ଣ ପଢନ୍ତୁ

ଅକ୍ଟୋବର ୧୮ ରୁ ୧୭ ନଭେମ୍ବର ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଭୂବନେଶ୍ୱର, ୧୬/୧୦: ଆସନ୍ତା ଅକ୍ଟୋବର ୧୮ ରୁ ୧୭ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଉଭୟ ଅନ୍‌ଲାଇନ ଓ ଅଫଲାଇନ୍ ମୋଡରେ ସାଇବର ସୁରକ୍ଷା ସଚେତନତା ସଂପର୍କରେ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ମୁଖ୍ୟମନ୍ତ୍ରୀ ଏନେଇ ଏକ ସଚେତନତା ଅଭିଯାନ ରଥର ଶୁଭାରମ୍ଭ କରିବେ । ଏହି ସଚେତନତା ରଥରେ ସୁରକ୍ଷା ସଂପର୍କିତ ଭିଡିଓ, ପ୍ରଚାର ପତ୍ର, ସଚେତନଧର୍ମୀ ସଂଗୀତ ରହିବ । ଜିଲ୍ଲାସ୍ତରରେ ମଧ୍ୟ ଏହି ଅଭିଯାନ ଆରମ୍ଭ କରାଯିବ । ଏହି ଅଭିଯାନରେ ବିଭିନ୍ନ […]

ସଂପୂର୍ଣ୍ଣ ପଢନ୍ତୁ

ସ୍କୁଟିରେ ବାଣ ନେଇ ଜାଉଥିବା ବେଳେ ବିସ୍ଫୋରଣ, ବାପା ଓ ଝିଅ ଆହାତ

ଭୁବନେଶ୍ୱର,୧୬/୧୦: ରାଜଧାନୀ ଭୁବନେଶ୍ବରରେ ବୁଧବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ସ୍କୁଟିରେ ବାଣ ନେଇ ଯାଉଥିବାବେଳେ ବିସ୍ଫୋରଣ ହେବାରୁ ସ୍କୁଟି ଟି ସମ୍ପୂର୍ଣ୍ଣ ଜଳିଯାଇଛି। ଜୟଦେବ ବିହାର ଓଭର ବ୍ରିଜ୍‌ ଉପରେ ଚଳନ୍ତା ସ୍କୁଟିରେ ବାଣ ଫୁଟିବାରୁ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଯାଇଛି ସ୍କୁଟି। ଫଳରେ ୨ ଜଣ ବାପା ଓ ଝିଅ ଗୁରୁତର ହୋଇଛନ୍ତି।

ସଂପୂର୍ଣ୍ଣ ପଢନ୍ତୁ

ଏସ୍‌ଆଇ ପରୀକ୍ଷା ଜାଲିଆତି, ୩୦୦ ପଦବୀ ପାଇଁ ଡିଲ୍‌ ହେଇଥିବା ସୁତ୍ରରୁ ପ୍ରକାଶ୍

ଭୁବନେଶ୍ୱର,୧୬/୧୦: ବହୁଚର୍ଚ୍ଚିତ ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବାବେଳେ ଦିନକୁଦିନ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ଜାଲିଆତିରେ ୩୦୦ ଏସ୍‌ଆଇ ପଦବୀ ଡିଲ୍‌ ହୋଇଥିଲା ବୋଲି ବିଶ୍ୱସ୍ତସୂତ୍ରରୁ ସୂଚନା ମିଳିଛି। ଦୁଇ ଜଣ ମଧ୍ୟସ୍ଥ ଓ ୧୧୪ ପରୀକ୍ଷାର୍ଥୀ ବସ୍‌ରେ ଯାଉଥିବାବେଳେ ବ୍ରହ୍ମପୁର ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ତେବେ ପ୍ରଶ୍ନପତ୍ର ପାଇବାକୁ ଟ୍ରେନ୍‌ରେ ମଧ୍ୟ ଅନ୍ୟ ୧୮୬ଜଣ ଆଶାୟୀ ସମାନ ସ୍ଥାନକୁ ମଧ୍ୟସ୍ଥଙ୍କ ଜରିଆରେ ଯାଉଥିଲେ ବୋଲି […]

ସଂପୂର୍ଣ୍ଣ ପଢନ୍ତୁ

ଜନ୍ମଦିନରେ ନବିନଙ୍କ ପଦଯାତ୍ରା

ଭୁବନେଶ୍ୱର, ୧୬/୧୦: ଆଜି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମଦିନ । ଏହି ଅବସରରେ ବିଜେଡି ପଦଯାତ୍ରାରେ ଯୋଗ ଦେଇଛନ୍ତି ନବୀନ । ଏକାମ୍ର ଭୁବନେଶ୍ୱରର ଗଙ୍ଗନଗରରେ ଥିବା ବିଜୁ ଆଦର୍ଶ କଲୋନୀରୁ ପଦଯାତ୍ରା ଆରମ୍ଭ କରିଛନ୍ତି । ସେଠାରେ ପିଲାଙ୍କ ସହ କିଛି ସମୟ ବିତାଇବା ସହ କେକ୍‍ କାଟି ମିଷ୍ଟାନ ବଣ୍ଟନ କରି ଉପହାର ମଧ୍ୟ ଦେଇଥିଲେ ନବୀନ । ଏହାପରେ ନବୀନ ଏସଇଏସ୍‍ ଭିଲେଜକୁ ଯାଇଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ

ନୂଆପଡ଼ା ଉପନିର୍ବାଚନ: ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କଲା ବିଜେଡି

ଭୁବନେଶ୍ୱର, ୧୫ /୧୦: ନୂଆପଡ଼ା ଉପନିର୍ବାଚନକୁ ନେଇ ଆସିଲା ବଡ଼ ଖବର। ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କଲା ବିଜେଡି। ଏନେଇ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୂର୍ବରୁ ସ୍ନେହାଙ୍ଗିନୀ ଅତାବିରା ବିଧାୟିକା ଥିଲେ। ନୂଆପଡ଼ା ନିଜେଡି ଜିଲା ସଭାପତି ଥିବା ମନୋଜ ମିଶ୍ର, ଆଦିବାସୀ ଚେହେରା ଭାବେ ଭାନୁ ପ୍ରତାପ ସିଂ ମାଝୀ ଓ ନୂଆପଡ଼ା ବ୍ଲକ୍‌ ଅଧ୍ୟକ୍ଷ ଥିବା ତାରେଶ୍ୱରୀ ସାହୁ ଏବଂ ରମାକାନ୍ତ ଠାକୁରଙ୍କ ଭଳି କେତେଜଣଙ୍କ ନାଁକୁ ନେଇ […]

ସଂପୂର୍ଣ୍ଣ ପଢନ୍ତୁ

ଜୟ ଢୋଲକିଆ ବିଜେପିର ନୁଆପଡ଼ା ପ୍ରାର୍ଥୀ

ଭୁବନେଶ୍ୱର,୧୫/୧୦: ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା। ସବୁ ଅପେକ୍ଷାର ଅନ୍ତ ଘଟାଇ ଜୟ ଢୋଲକିଆଙ୍କୁ ଭାଜପା ପ୍ରାର୍ଥୀ କରିଛି। ଏନେଇ ବୁଧବାର ବିଧିବଦ୍ଧ ଭାବେ ଜୟଙ୍କ ନାଁ ଭାଜପା ଘୋଷଣା କରିଛି। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜୟ ଢୋଲକିଆ ନାମାଙ୍କନ ଭରିବେ ବୋଲି ସୂଚନା ମିଳିଛି।ସେପଟେ ନବୀନ ନିବାସରେ ବିଜେଡିର ପ୍ରାର୍ଥୀ କସରତ। ନବୀନ ନିବାସରେ ପହଞ୍ଚଛନ୍ତି ବିଜେଡିର ବରିଷ୍ଠ ନେତା। ବବି ଦାସ, ସ୍ନେହାଙ୍ଗୀନୀ ଛୁରିଆଁ, ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ […]

ସଂପୂର୍ଣ୍ଣ ପଢନ୍ତୁ