ଟ୍ରମ୍ପଙ୍କ ଜବରଦସ୍ତି ବରଦାସ୍ତ ହେବନି : ରାସ୍ତାକୁ ଓହ୍ଲାଇଲେ ଗ୍ରୀନଲାଣ୍ଡ ବାସିନ୍ଦା

ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲାଣ୍ଡକୁ ନିଜ ଅକ୍ତିଆରକୁ ନେବାକୁ ଖୋଲାଖୋଲି ଭାବେ କହିଛନ୍ତି । ଟ୍ରମ୍ପଙ୍କ ଆକ୍ରମଣାତ୍ମକ କାର‌୍ୟ୍ୟ ବିରୋଧରେ ନାଟୋ ଏବଂ ୟୁରୋପୀୟ ଦେଶମାନେ ଏକଜୁଟ ହୋଇଥିବା ବେଳେ, ଗ୍ରୀନଲାଣ୍ଡର ଲୋକମାନେ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ଗତକାଲି, ଡେନମାର୍କ ଏବଂ ୟୁରୋପୀୟ ନାଟୋ ଦେଶମାନେ ଗ୍ରୀନଲାଣ୍ଡରେ ସୈନ୍ୟ ମୁତୟନ କରିବା ଆରମ୍ଭ କରିବା ପରେ, ଗ୍ରୀନଲାଣ୍ଡର ଲୋକମାନେ ମଧ୍ୟ ରାସ୍ତାକୁ ଓହ୍ଲାଇ ଟ୍ରମ୍ପ ପ୍ରଶାସନ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ଗ୍ରୀନଲାଣ୍ଡର […]

ସଂପୂର୍ଣ୍ଣ ପଢନ୍ତୁ

ମୁମ୍ବାଇ ମହାନଗର ନିଗମ ନିର୍ବାଚନ ଫଳ: ୨୮ ବର୍ଷ ପରେ ଭୁଶୁଡ଼ିଲା ଠାକ୍‌ରେ ଗଡ଼

ମୁମ୍ବାଇ: ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ବିଜେପି- ଶିବସେନା(ସିନ୍ଦେ) ନେତୃତ୍ବାଧୀନ ମହାୟୁତି ମେଣ୍ଟ ବାଜି ମାରିନେଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ନେତୃତ୍ବରେ ବିଜେପି ମୁମ୍ବାଇ ମହାନଗର ନିଗମରେ ୨୨୭ ୱାର୍ଡରୁ ୯୦ଟି ୱାର୍ଡରେ ବିଜୟୀ/ଆଗୁଆ ରହିଛି। ୨୦୧୭ରେ ବିଜେପି ଏଠାରେ ୮୨ ଆସନରେ ଜିତିଥିବାବେଳେ ଚଳିତଥର ଏହି ସଂଖ୍ୟାକୁ ଟପି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଅନ୍ୟପକ୍ଷେ ବିଜେପିର‌ ମେଣ୍ଟ ସହଯୋଗୀ ଶିବସେନା ୨୮ ଆସନରେ ଆଗରେ ରହିଛି। ଉଭୟ ଏକାଠି ସହଜରେ ମୁମ୍ବାଇ‌ରେ […]

ସଂପୂର୍ଣ୍ଣ ପଢନ୍ତୁ

ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ ତୀବ୍ର: ୩୬ କ୍ଷେପଣାସ୍ତ୍ର ୨୪୨ ଡ୍ରୋନ୍ ମାଡ଼

ମସ୍କୋ, ୧୦/୧: ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର କହିଛି ଯେ, ଏହାର ସେନା ଓରେସ୍ନିକ୍ ହାଇପରସୋନିକ୍ ଓ ଅନ୍ୟାନ୍ୟ କ୍ଷେପଣାସ୍ତ୍ର ବ୍ୟବହାର କରି ୟୁକ୍ରେନ୍ ଉପରେ ରଣନୀତିକ ଲକ୍ଷ୍ୟ ଉପରେ ଆକ୍ରମଣ ତୀବ୍ର କରିଛି। କିବ୍ ଦାବି କରିଛି ଯେ ରୁଷ୍‌ ୩୬ଟି କ୍ଷେପଣାସ୍ତ୍ର, ୨୪୨ଟି ଡ୍ରୋନ୍ ମାଡ଼ କରିଛି। ୟୁକ୍ରେନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଓରେସ୍ନିକ୍ କ୍ଷେପଣାସ୍ତ୍ର ମାଡ଼ ୟୁରୋପୀୟ ସଂଘ ଓ ନାଟୋ ସୀମା ନିକଟରେ ହୋଇଛି। ସେ ଚେତାବନୀ ଦେଇଛନ୍ତି ଯେ […]

ସଂପୂର୍ଣ୍ଣ ପଢନ୍ତୁ

ଗ୍ରୀନଲ୍ୟାଣ୍ଡକୁ ଦଖଲ କରିନେବେ ରୁଷ କିମ୍ବା ଚୀନ୍ : ଟ୍ରମ୍ପ

ନୂଆଦିଲ୍ଲୀ, ୧୦/୧: ଟ୍ରମ୍ପଙ୍କ ନଜରରେ ଏବେ ‘ଗ୍ରୀନଲ୍ୟାଣ୍ଡ’: ବିଶ୍ୱ ରାଜନୀତିରେ ହଟଚମଟ! ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆମେରିକା ଗ୍ରୀନଲ୍ୟାଣ୍ଡକୁ ନିଜ ନିୟନ୍ତ୍ରଣକୁ ଆଣିବା ପାଇଁ ଯେକୌଣସି ପଦକ୍ଷେପ ନେଇପାରେ।” “ଆମେ ଗ୍ରୀନଲ୍ୟାଣ୍ଡ ପାଇଁ କିଛି ନା କିଛି ନିଶ୍ଚୟ କରିବୁ, ସେମାନେ ଏହାକୁ ପସନ୍ଦ କରନ୍ତୁ କିମ୍ବା ନକରନ୍ତୁ। କାରଣ ଯଦି ଆମେ ଏହା ନକରୁ, ତେବେ ରୁଷ […]

ସଂପୂର୍ଣ୍ଣ ପଢନ୍ତୁ

ସୋମନାଥ ସ୍ବାଭିମାନ ପର୍ବ”ରେ ସାମିଲ ହେଲେ ଲକ୍ଷାଧିକ ସାଧୁସନ୍ଥ

ଅଯୋଧ୍ୟା, ୧୦/୧: ଆଜିଠାରୁ ଆରମ୍ଭ ହୋଇଛି ସୋମନାଥ ସ୍ୱାଭିମାନ ପର୍ବ । ଏଥିରେ ଲକ୍ଷାଧିକ ସାଧୁସନ୍ଥ ସାମିଲ ହୋଇଛନ୍ତି । ସୋମନାଥ ସ୍ୱାଭିମାନ ପର୍ବରେ ଆଜି ଅପରାହ୍ନ ୫ଟା ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ମୋଦୀ ଏହି ଉତ୍ସବରେ ସାମିଲ ଉଦବୋଧନ ଦେବା ସହିତ ଏକ ବିଶାଳ ରାଲି କରିବାର କାର୍ଯ୍ୟକ୍ରମ ରହିଛି ।ପ୍ରଧାନମନ୍ତ୍ରୀ ମୋଦୀ ଏହି ପର୍ବ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାମାଜିକ ଗଣମାଧ୍ୟମରେ ମୋଦୀ […]

ସଂପୂର୍ଣ୍ଣ ପଢନ୍ତୁ

ଜୁଏଲଙ୍କୁ ଝାଡ଼ଖଣ୍ଡ ଦାୟିତ୍ୱ

ନୂଆଦିଲ୍ଲୀ, ୧୦/୧ : ପୁଣି ଜାତୀୟ ରାଜନୀତିରେ ଆଉ ଜଣେ ଓଡ଼ିଆ ପୁଅଙ୍କୁ ଗୁରୁତ୍ୱ । ଝାଡ଼ଖଣ୍ଡରେ ଜୁଏଲ ଓରାମଙ୍କୁ ମିଳିଲା ବଡ ଦାୟିତ୍ୱ । ବିଜେପି ପାଇଁ ନିର୍ବାଚନ ସମ୍ଭାଳିବେ ଜୁଏଲ ।ଜାତୀୟ ରାଜନୀତିରେ ଆଉ ଜଣେ ଓଡ଼ିଆ ବିଜେପି ନେତାଙ୍କୁ ଦାୟିତ୍ୱ । ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଝାଡ଼ଖଣ୍ଡ ଦାୟିତ୍ୱ ଦେଇଛି ବିଜେପି । ଆଗକୁ ଝାଡ଼ଖଣ୍ଡରେ ରାଜ୍ୟ ବିଜେପି ସଭାପତି ଓ ଜାତୀୟ ପରିଷଦ ସଦସ୍ୟ ପାଇଁ ନିର୍ବାଚନ […]

ସଂପୂର୍ଣ୍ଣ ପଢନ୍ତୁ

ଇଡି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ମମତାଙ୍କ ରାଲି ଆରମ୍ଭ

କଲକାତା, ୯/୧: କଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଲି ଆରମ୍ଭ କରିଛନ୍ତି । ଇଡି ଚଢାଉକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛି ଟିଏମସି । ଟିଏମସିର ବରିଷ୍ଠ ନେତା ଓ ଶହ ଶହ କର୍ମୀ, ସମର୍ଥକମାନେ ଏକ ଶୋଭାଯାତ୍ରାରେ ବାହାରି ଇଡିର କାର୍ଯ୍ୟକୁ ତୀବ୍ର ବିରୋଧ କରିଛନ୍ତି । ଆଜି ସକାଳେ ଦିଲ୍ଲୀରେ ଟିଏମସି ସାଂସଦମାନେ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଶାନ୍ତିପୂର୍ଣ୍ଣ ଧାରଣା ଓ ଇଡିର କାର୍ଯ୍ୟକୁ ତୀବ୍ର ବିରୋଧ କରିଥିଲେ । […]

ସଂପୂର୍ଣ୍ଣ ପଢନ୍ତୁ

କୋଭିଡ୍ ଟିକା ତଥ୍ୟ ନେଇ ଡିପିଆଇଆଇଟିକୁ ସତ୍ୟପାଠ ଦାଖଲ ନିର୍ଦେଶ

ନୂଆଦିଲ୍ଲୀ, ୮/୧: ମହାମାରୀ ସମୟରେ କୋଭିଡ୍ ଟିକା ତଥ୍ୟର ସୂଚନା ଉପଲବ୍ଧ ନଥିବା କହିଥିବା ନେଇ କେନ୍ଦ୍ର ସୂଚନା ଆୟୋଗ ଡିପିଆଇଆଇଟିକୁ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି । ମହାବୀର ସିଂହ ଶର୍ମାଙ୍କ ଦ୍ବାରା ଦାୟର ଏକ ସୂଚନା ଅଧିକାର(ଆରଟିଆଇ)ର ଶୁଣାଣି ସମୟରେ ଏହି ନିର୍ଦେଶ ଦିଆଯାଇଛି। ଏଥିରେ ମହାବୀର ୨୦୨୦ ଓ ୨୦୨୧ ରେ କୋଭିଡ୍ ୧୯ ଟିକାର ଉତ୍ପାଦନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରମ୍ପ-ପୁଟିନ ମୁହାଁମୁହିଁ

ୱାଶିଂଟନ, ୮/୧: ସମଗ୍ର ବିଶ୍ବ ଏକ ବଡ ଅସ୍ଥିରତା ଆଡକୁ ମୁହାଁଇଛି। କାରଣ ବିଶ୍ବର ଦୁଇ ପ୍ରମୁଖ ମହାଶକ୍ତି ଏବେ ମୁହାଁମୁହିଁ ଅବସ୍ଥାରେ ପହଞ୍ଚିଛନ୍ତି। ରୁଷ୍‌ର ତୈଳବାହୀ ଜାହାଜକୁ ଆମେରିକା ଜବତ କରିବା ପରେ ଏହି ଅସ୍ଥିରତାର ସୂଚନା ମିଳିଛି। ଉତ୍ତର ଆଟଲାଣ୍ଟିକ୍ ମହାସାଗର ଦେଇ ଯାଉଥିବା ରୁଷ୍‌ର ତୈଳବାହୀ ଜାହାଜକୁ ଆମେରିକା ତଟରକ୍ଷୀ ବାହିନୀ ବୁଧବାର ଜବତ କରିଛି। ଆମେରିକା କହିଛି ଯେ ରୁଷ୍‌ର ତୈଳବାହୀ ଜାହାଜ ଆମେରିକାର କଟକଣାକୁ ଉଲ୍ଲଙ୍ଘନ କରି ଭେନେଜୁଏଲାର ତୈଳ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତକୁ ବଡ ଝଟକା ଦେଲା ବାଂଲାଦେଶ; ସମସ୍ତ ଭିସା ବନ୍ଦ

ଢାକା, ୮/୧: ବାଂଲାଦେଶ ଖେଳାଳିଙ୍କୁ ଆଇପିଏଲରୁ ବାଦ ଦେବାକୁ ବିସିସିଆଇର ନିଷ୍ପତ୍ତି ପ୍ରତିବାଦରେ ବାଂଲାଦେଶ ଭାରତକୁ ଏକ ବଡ ଝଟକା ଦେଇଛି । ବାଂଲାଦେଶ ଭାରତୀୟଙ୍କ ପାଇଁ ସମସ୍ତ ଭିସା ସେବାକୁ ସ୍ଥଗିତ ରଖିଛି, କିନ୍ତୁ ଛାତ୍ର ଏବଂ ବ୍ୟବସାୟିକ ଭିସା ସେବା ଜାରି ରହିବ । ବାଂଲାଦେଶ ସରକାର ଦିଲ୍ଲୀ, ଅଗରତାଲା, ମୁମ୍ମଇ, ଗୌହାଟି ଏବଂ ଚେନ୍ନାଇରେ ଥିବା ଏହାର ଦୂତାବାସ ଏବଂ କନସୁଲେଟକୁ ସାଧାରଣ ଭିସା ସେବାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । […]

ସଂପୂର୍ଣ୍ଣ ପଢନ୍ତୁ