ଦୁର୍ଘଟଣାରେ ମୃତ କାନେଷ୍ଟବଳ ପରିବାରକୁ ଏସବିଆଇ ପକ୍ଷରୁ ୧ କୋଟି ଟଙ୍କାର ଚେକ୍ ପ୍ରଦାନ କଲେ ଡିଜିପି

କଟକ, ୯/୧୦: ଦୁର୍ଘଟଣାରେ ଶିକାର ହୋଇ ମୃତ୍ୟବରଣ କରିଥିବା କନଷ୍ଟେବଳ ଲବଣି ଗାଣ୍ଟାଙ୍କ ପରିବାରବର୍ଗଙ୍କୁ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଭେଟି ସମବେଦନା ଜଣାଇବା ସହ ଭାରତୀୟ । ଏହି ଅବସରରେ ସ୍ୱଳ୍ପ ସମୟ ମଧ୍ୟରେ ବୀମା ରାଶି ପ୍ରଦାନ କରିବାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ସମସ୍ତ ଅଧିକାରୀଙ୍କୁ ଡିଜିପି ସାଧୁବାଦ ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ମୃତ ଲବଣି ରାୟଗଡା ଜିଲ୍ଲା ରିଜର୍ଭ କାର୍ଯ୍ୟାଳୟ […]

ସଂପୂର୍ଣ୍ଣ ପଢନ୍ତୁ

ଏରଞ୍ଚରେ ମା’ ଗଜଲକ୍ଷ୍ମୀ ଙ୍କ ପୂଜା

କଟକ,୯/୧୦: ୪୨ ମୌଜାର ବେଣ୍ଟକାର୍ ଅନ୍ତର୍ଗତ ଏରଞ୍ଚ ଗ୍ରାମରେ ମା’ ଗଜ ମହାଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ପୂଜା ପାଳିତ ହୋଇଯାଇଛି। ଏଥିରେ ପିଲାମାନେ ଏକତ୍ରିତ ହୋଇ ପୂଜା ଧୁମ୍ ଧାମରେ ପାଳିତ କରୁଛନ୍ତି।ସେହିପରି ୪୨ ମୌଜାର ବିଭିନ୍ନ ସ୍ଥାନରେ ଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି। କୁଲସରିଚୁଆ, ଝିଙ୍କିରିଆ, ବେଣ୍ଟକାରରେ ୪ ଟି, କଣ୍ଟୁଣିଆ, ଦେଉଳି, ପଟଣା, ନହରପଦା, ଟାଇଁକଣାରେ ୪ ଟି, ଚାନ୍ଦୁଲି, ବରାଳ, ବ୍ରହ୍ମପୁର ଆଦି ୪୨ ମୌଜାର ବିଭିନ୍ନ ସ୍ଥାନ ମାନଙ୍କରେ ଲକ୍ଷ୍ମୀ […]

ସଂପୂର୍ଣ୍ଣ ପଢନ୍ତୁ

ଜେନେରିକ୍ ଔଷଧ ଉପରେ ଲାଗିବନି ଟାରିଫ

ଓ୍ବାସିଂଟନ, ୯/୧୦ : ଔଷଧ ଉପରେ ଟାରିଫ ଲଗାଯିବାକୁ ନେଇ ଟ୍ରମ୍ପ ପ୍ରଶାସନର ନରମ ଆଭିମୁଖ୍ୟ। ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଜେନେରିକ୍ ଔଷଧ ଉପରେ ଟାରିଫ ଲଗାଯିବ ନାହିଁ । ଏହା ଭାରତ ପାଇଁ ଆଶ୍ବସ୍ତି ଆଣିଦେଇଛି, କାରଣ ଭାରତ ଆମେରିକାକୁ ମୁଖ୍ୟତଃ ଜେନେରିକ ଔଷଧ ରପ୍ତାନି କରିଥାଏ । ଦି ଓ୍ବାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ପ୍ୟାଟେଣ୍ଟେଡ୍ ଓ ବ୍ରାଣ୍ଡେଡ୍ ଔଷଧ ପରି ଜେନେରିକ ଔଷଧ ଉପରେ ବି ଟାରିଫ ଲଗାଇବାକୁ […]

ସଂପୂର୍ଣ୍ଣ ପଢନ୍ତୁ

କ୍ରାଇମବ୍ରାଞ୍ଚ ପକ୍ଷରୁ ବଣିକ କୋଚିଂ ସେଣ୍ଟେରରେ ରେଡ୍‌

ଭୁବନେଶ୍ଵର, ୯/୧୦:ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଲିଙ୍କ୍‌ ଥିବା ସନ୍ଦେହରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଗୁରୁବାର ଭୁବନେଶ୍ଵରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବଣିକରେ ଚଢ଼ାଉ କରାଯାଇଛି। କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଉକ୍ତ କୋଚିଂ ସେଣ୍ଟରରେ ପଶି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି। ଆନ୍ଧ୍ରପ୍ରଦେଶର ବିଜୟନଗର ସ୍ଵତନ୍ତ୍ର କୋଚିଂ ପାଇଁ ଯାଉଥିବା ପରିକ୍ଷାର୍ଥୀମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ ଏହି କୋଚିଂ ସେଣ୍ଟର ବୋଲି ତଦନ୍ତରୁ ଜଣାପଡ଼ିବା ପରେ କ୍ରାଇମବ୍ରାଞ୍ଚ ସେଠାରେ ଚଢ଼ାଉ କରିଛି। ମାମଲାରେ ଅନୁଷ୍ଠାନର କିଛି ଲିଙ୍କ୍‌ ରହିଛି […]

ସଂପୂର୍ଣ୍ଣ ପଢନ୍ତୁ

ଦୁଇ ବାଇକ୍ ମୁହଁମୁହିଁ ଧକ୍କ। ଜଣଙ୍କର ମୃତ୍ୟୁ

ଅନୁଗୋଳ, ୯/୧୦: ଅନୁଗୋଳ ଟାଉନ୍ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ପିଟିସ୍ ପୋଲିସ ଟ୍ରେନିଂ କଲେଜ ସମ୍ମୁଖ ରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୁଚନା ମୁତାବକ ଆଠମଲ୍ଲିକ ଅଞ୍ଚଳର ବଳଭଦ୍ର ବେହେରା ଙ୍କ ପୁଅ ପ୍ରଦୀପ ବେହେରା ଏକ ବାଇକ୍ ରେ ଅନୁଗୋଳ ରୁ ନାଲକୋ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତର ବିଶାଳ ବଜାର ଉପରେ ବ୍ରିଟେନ ହ୍ୱିସ୍କି ନିର୍ମାତାଙ୍କ ଲୋଲୁପ ଦୃଷ୍ଟି, ଟାର୍ଗେଟ ୧ ବିଲିୟନ

ମୁମ୍ବାଇ,୯/୧୦: ସ୍କଚ୍ ହ୍ୱିସ୍କି ଆସୋସିଏସନ ଏବଂ ବ୍ରିଟେନର ନିର୍ମାତାମାନେ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କ ଭାରତ ବାଣିଜ୍ୟ ମିଶନରେ ସାମିଲ ହୋଇଛନ୍ତି। ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ଯୋଗୁଁ ସ୍କଚ୍ ହ୍ୱିସ୍କି ଶିଳ୍ପ ବଡ଼ ଲାଭାର୍ଥୀ ହେବ ବୋଲି ଆଶା କରାଯାଉଛି, ଯାହା ସ୍କଟଲ୍ୟାଣ୍ଡର ଅର୍ଥନୀତିକୁ ବାର୍ଷିକ ୧୯୦ ମିଲିୟନ ପାଉଣ୍ଡ ବୃଦ୍ଧି କରିବ। ବିଶ୍ୱର ସର୍ବବୃହତ ହ୍ୱିସ୍କି ବଜାର ଭାରତରେ ସ୍କଚ୍ ଉପରେ ଆମଦାନୀ ଶୁଳ୍କ ହ୍ରାସ ପାଇବ, ଯାହା ବାର୍ଷିକ ବିକ୍ରିକୁ ୧ ବିଲିୟନ […]

ସଂପୂର୍ଣ୍ଣ ପଢନ୍ତୁ

ଭସାଣୀ ଗଣ୍ଡଗୋଳ: ଆଉ ୩ଜଣଙ୍କୁ ବାନ୍ଧିଲା ପୋଲିସ

କଟକ,୯/୧୦: କଟକ ଦଶହରା ଭସାଣି ଗଣ୍ଡଗୋଳ ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ପୂର୍ବରୁ ୬ ଜଣ ଗିରଫ ହୋଇଥିବାବେଳେ ଗୁରୁବାର ଆଉ ୩ ଗିରଫ ହୋଇଥିବା କହିଛନ୍ତି ଏସିପି ଗିରିଜା ଚକ୍ରବର୍ତ୍ତୀ। ତେବେ ଆଗକୁ ଆଉ ଅଧିକଙ୍କୁ ଗିରଫ କରାଯାଇପାରେ ବୋଲି ସେ କହିଛନ୍ତି।ହାତୀପୋଖରୀ ଓ କଦମ ରସୁଲ ଅଞ୍ଚଳରେ କମିଶନରେଟ୍‌ ପୋଲିସ କଡ଼ା ଯାଞ୍ଚ କରୁଛି। ୨ ଏସିପି, ୩ ଆଇଆଇସିଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ତେବେ […]

ସଂପୂର୍ଣ୍ଣ ପଢନ୍ତୁ

୫ କୋଟି ଦେଅ: ରିଙ୍କୁ ସିଂହଙ୍କୁ ଧମକ ଦେଲା ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗ

ନୂଆଦିଲ୍ଲୀ, ୯/୧୦:ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହ ତାଙ୍କ ଚମତ୍କାର ଖେଳ ପାଇଁ ଚର୍ଚ୍ଚାରେ ଅଛନ୍ତି। ସମ୍ପ୍ରତି ଏସିଆ କପରୁ ଫେରିଥିବା ବେଳେ ରିଙ୍କୁଙ୍କୁ ନେଇ ଏକ ଚାଞ୍ଚଲ୍ୟକର ସୂଚନା ସାମ୍ନାକୁ ଆସିଛି। ଅଣ୍ଡରୱାର୍ଲ୍ଡରୁ ରିଙ୍କୁ ସିଂହଙ୍କୁ ଧମକ ମିଳିଥିବା ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ପ୍ରକାଶ ପାଇଛି।। ତେବେ ରିଙ୍କୁ ସିଂହଙ୍କୁ ମିଳିଥିବା ଧମକ ପାଇଁ ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗ୍ ନିଜକୁ ଦାୟୀ କରିଛି। ସେମାନେ ଚଳିତ ବର୍ଷ ଫେବୃଆରିରୁ ଏପ୍ରିଲ୍ ମଧ୍ୟରେ ରିଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ବଜ୍ରପାତରେ ଲିଙ୍ଗରାଜ ମନ୍ଦିରର ପତାକା ପୋଡ଼ିଗଲା, ତଦାରଖ କରୁଛି ଏଏସଆଇ ଟିମ୍‌

ଭୁବନେଶ୍ବର: ବଜ୍ରପାତରେ ଲିଙ୍ଗରାଜ ମନ୍ଦିରର ପତାକା ପୋଡ଼ି ଯାଇଛି। ଏହା ସହିତ ସିସି ଟିଭି ଜଳି ଯାଇଛି। ଗର୍ଭଗୃହ ଭିତରେ ବଲବ୍ ଫାଟି କାଚ ଗୁଣ୍ଡ ପଡ଼ିଛି। ଅନେକ ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ବିଦ୍ୟୁତ ଆଘାତ ଲାଗିଥିବା ସେମାନେ କହିଛନ୍ତି। ଗତକାଲି ବର୍ଷା ଓ ବଜ୍ରପାତ ପ୍ରଭାବରେ ଏଭଳି ଘଟଣା ଘଟିଥିବା ସେବାୟତମାନେ କହିଛନ୍ତି । ବଜ୍ରପାତରେ ୪୦ଟି ସିସିଟିଭି ଫାଟି ଯାଇଥିବା ସୂଚନା ମିଳିଛି। କେବଳ ସିସିଟିଭି ନୁହେଁ ଗର୍ଭଗୃହର ମରକ୍ୟୁରୀ ବଲବ୍ ପୋଡି ଯାଇଛି। […]

ସଂପୂର୍ଣ୍ଣ ପଢନ୍ତୁ

ଠେଙ୍ଗାରେ ପିଟି ପିଟି ବୃଦ୍ଧାଙ୍କୁ ହତ୍ୟା

ସୋରଡ଼ା, ୯/୧୦ : ଗଞ୍ଜାମ ଜିଲା ସୋରଡ଼ା ଥାନା ଗୋଛା ପଞ୍ଚାୟତ ସର୍ଗଦାର ଗ୍ରାମ ନିକଟରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଠେଙ୍ଗାରେ ପିଟି ପିଟି ବୃଦ୍ଧାଙ୍କ ହତ୍ୟା କରିଛନ୍ତି ଦୁବୃର୍ତ୍ତ । ମୃତକ ଜଣକ ସିଙ୍ଗପୁର ଗ୍ରାମର ଶିଶିର ମୁନି ବୟସ ୫୫ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ କହିବା ପ୍ରକାରେ ମୃତକ ବୃଦ୍ଧା ଜଣକ ଭିକ୍ଷାବୃତ୍ତି କରୁଥିଲେ । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତି ସମୟରେ କିଛି ଦୁବୃର୍ତ୍ତ ଭିକାରୀ ଜଣଙ୍କୁ ଠେଙ୍ଗାରେ […]

ସଂପୂର୍ଣ୍ଣ ପଢନ୍ତୁ