ମହାତ୍ମା ଗାନ୍ଧୀଙ୍କ ୧୫୬ତମ ଜନ୍ମବାର୍ଷିକୀରେ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀ ଜୟନ୍ତୀ ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ରାଜଘାଟରେ ପହଞ୍ଚିଥିଲେ। ସେ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବାର ଅନେକ ଫଟୋ ଏବେ ଭାଇରାଲ ହେଉଛି। ଆଜି ମହାତ୍ମା ଗାନ୍ଧୀଙ୍କ ୧୫୬ତମ ଜନ୍ମବାର୍ଷିକୀ।  ତେବେ ଶ୍ରଦ୍ଧାଞ୍ଜଳି ଦେବା ପୂର୍ବରୁ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ସେୟାର କରିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟବାସୀଙ୍କୁ ଦଶହରାର ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨/୧୦: ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଦଶହରାର ଶୁଭକାମନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ମହାପର୍ବ ପବିତ୍ର ‘ବିଜୟା ଦଶମୀ’ ତଥା ‘ଦଶହରା’ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଜଗଜ୍ଜନନୀ, ଦୁର୍ଗତି ନାଶିନୀ, ମା’ଦୁର୍ଗା ଆପଣଙ୍କୁ ସୁଖ, ସମୃଦ୍ଧି ଓ ଶାନ୍ତି ପ୍ରଦାନ କରିବା ସହ ଜଗତର କଲ୍ୟାଣ କରନ୍ତୁ।

ସଂପୂର୍ଣ୍ଣ ପଢନ୍ତୁ

ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨/୧୦: ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ସତ୍ୟ ଓ ଅହିଂସାର ପ୍ରତୀକ ‘ମହାତ୍ମା ଗାନ୍ଧୀ’ଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ପ୍ରଣାମ। ତାଙ୍କ ପ୍ରଦର୍ଶିତ ସ୍ୱଦେଶୀ ଓ ଆତ୍ମନିର୍ଭରତାର ମାର୍ଗ ଆଜି ବିକଶିତ ଭାରତର ମୂଳମନ୍ତ୍ର ସାଜିଛି। ତାଙ୍କ ଆଦର୍ଶ ସର୍ବଦା ଆମ ପାଇଁ ପ୍ରେରଣା ହୋଇ […]

ସଂପୂର୍ଣ୍ଣ ପଢନ୍ତୁ

୬ଟି ରବି ଫସଲର ଏମଏସପି ବୃଦ୍ଧି

ନୂଆଦିଲ୍ଲୀ,୨/୧୦: କେନ୍ଦ୍ର କ୍ୟାବିନେଟ୍‌ ବୁଧବାର, ୧ ଅକ୍ଟୋବରରେ ୨୦୨୬-୨୭ ବିପଣନ ଋତୁ ପାଇଁ ୬ଟି ରବି ଫସଲର ନ୍ୟୂନତମ ସମର୍ଥନ ମୂଲ୍ୟ (ଏମଏସପି) ବୃଦ୍ଧିକୁ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗହମର ଏମଏସପି ୬.୫୯% ବୃଦ୍ଧି ପାଇ କ୍ୱିଣ୍ଟାଲ ପିଛା ୨,୪୨୫ ଟଙ୍କାରୁ ୨,୫୮୫ ଟଙ୍କା ହୋଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ବୃଦ୍ଧି କୃଷି ମୂଲ୍ୟ ଓ ଖର୍ଚ୍ଚ ଆୟୋଗ […]

ସଂପୂର୍ଣ୍ଣ ପଢନ୍ତୁ

ଶାହାରୁଖ ଖାନ୍‌ ପ୍ରଥମଥର ପାଇଁ ଆରବପତି କ୍ଲବରେ ସାମିଲ

ମୁମ୍ବାଇ,୨/୧୦:  ବଲିଉଡ୍‌ର ‘ବାଦଶାହ’ ଶାହାରୁଖ ଖାନ୍‌ (୫୯) ପ୍ରଥମ ଥର ପାଇଁ ଆରବପତି କ୍ଲବରେ ସାମିଲ ହୋଇଛନ୍ତି। ୨୦୨୫ ହୁରୁନ୍‌ ଇଣ୍ଡିଆ ରିଚ୍‌ ଲିଷ୍ଟ୍‌ରେ ସେ ୧୨,୪୯୦ କୋଟି ଟଙ୍କାର ସମ୍ପତ୍ତି ସହ ବଲିଉଡ୍‌ର ସବୁଠାରୁ ଧନୀ ଅଭିନେତା ଭାବେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ୨୦୨୪ରେ ସେ ୭,୩୦୦ କୋଟି ଟଙ୍କା ସହ ଏହି ତାଲିକାରେ ପ୍ରଥମ ଥର ପାଇଁ ସ୍ଥାନ ପାଇଥିଲେ। ତାଲିକାରେ ଜୁହୀ ଚାୱଲା ଓ ତାଙ୍କ ପରିବାର ୭,୭୯୦ କୋଟି ଟଙ୍କା […]

ସଂପୂର୍ଣ୍ଣ ପଢନ୍ତୁ

ରାଜସ୍ଥାନରେ ୬ ଶିଶୁ ମୃତ୍ୟୁ: ସ୍କାନରରେ କଫ ସିରପ୍‌

ରାଜସ୍ଥାନ,୨/୧୦: ରାଜସ୍ଥାନର ସିକାରରେ ମାଗଣା ଔଷଧ ଯୋଜନା ଅଧୀନରେ ପ୍ରଦାନ କରାଯାଇଥିବା ଡେକ୍ସଟ୍ରୋମେଥର୍ଫନ୍‌ ହାଇଡ୍ରୋବ୍ରୋମାଇଡ୍‌ ସିରପ୍‌ ପିଇ ୫ ବର୍ଷୀୟ ଶିଶୁର ମୃତ୍ୟୁ ଓ ଭାରତପୁରରେ ୩ ବର୍ଷୀୟ ଶିଶୁର ଗୁରୁତର ଅବସ୍ଥା ପରେ କେନ୍ଦ୍ରୀୟ ଦଳ ମପିର ଛିନ୍ଦବାଡ়ାରେ ୬ ଶିଶୁର ମୃତ୍ୟୁରେ ତଦନ୍ତ୍ୱ ଆରମ୍ଭ କରିଛି। ଏହି ଜିଲାରେ ଗତ ମାସରେ କିଡନି ଇନ୍ଫେକ୍ସନ୍‌ ସନ୍ଦେହରେ ୬ ଶିଶୁ ମରିଛନ୍ତି, ଯାହାରେ କୋଲ୍ଡ୍ରିଫ୍‌ ଓ ନେକ୍ସ୍ଟ୍ରୋ-ଡିଏସ୍‌ ସିରପ୍‌ର ସମ୍ପର୍କ ସନ୍ଦେହ। ଜିଲା ପ୍ରଶାସନ ଏହି […]

ସଂପୂର୍ଣ୍ଣ ପଢନ୍ତୁ

ସ୍ବର୍ଗଦ୍ୱାର ମଶାଣିରୁ ଜୀବନ ପାଇଥିଲେ, ପୁଣି ୧୬ଦିନ ପରେ ଚାଲିଗଲେ ବୃଦ୍ଧା

ପୁରୀ,୨/୧୦: ୧୬ ଦିନ ବଞ୍ଚିବା ପରେ ପୁଣି ଆଖି ବୁଜିଲେ ପୋଲସରାର ପି. ଲକ୍ଷ୍ମୀପୁରୀ। ସ୍ବର୍ଗଦ୍ୱାରରେ ପହଞ୍ଚି ପୁଣି ଜୀବନ ଫେରିଆସିଥିବା ୮୬ ବର୍ଷୀୟା ପି. ଲକ୍ଷ୍ମୀଙ୍କର ବୁଧବାର ଦେହାନ୍ତ ହୋଇଛି। ଗତ ସେପ୍ଟେମ୍ବର ୧୫ରେ ସ୍ବର୍ଗଦ୍ୱାର ଆସିଥିବା ବୃଦ୍ଧାଙ୍କୁ ୧୬ ଦିନ ଧରି ଚିକିତ୍ସାଧୀନ ରଖାଯାଇଥିଲା। ଆଜି ପୁରୀ ମେଡିକାଲ ହସ୍ପିଟାଲ (ସଦର ମୁଖ୍ୟ ଚିକିତ୍ସାଳୟ)ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପୋଲସରା ଥାନା ଅଧୀନସ୍ଥ ଗ୍ରାମରେ ରହୁଥିବା ପି. ଲକ୍ଷ୍ମୀ ଗତ ୧୫ […]

ସଂପୂର୍ଣ୍ଣ ପଢନ୍ତୁ

କେନ୍ଦ୍ରୀୟ କର୍ମଚାରୀଙ୍କ DA ୩ ପ୍ରତିଶତ ବୃଦ୍ଧି: ପିଛିଲା ଭାବେ ୧ ଜୁଲାଇରୁ ଲାଗୁ ହେବ

ନୂଆଦିଲ୍ଲୀ,୧/୧୦: କେନ୍ଦ୍ର ସରକାର ଦେଶର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍‌ସନଧାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍‌ (DR) ୩ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଘୋଷଣା କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କରିଛନ୍ତି। ଏହି ବୃଦ୍ଧି ୧ ଜୁଲାଇ ୨୦୨୫ଠାରୁ ପିଛିଲା ଭାବେ ଲାଗୁ ହେବ।ଏହି ନିଷ୍ପତ୍ତି ଫଳରେ ପ୍ରାୟ ୪୯ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ୬୫ ଲକ୍ଷ ପେନ୍‌ସନଧାରୀ ଉପକୃତ ହେବେ। ଏହା ଦ୍ୱାରା ସରକାରଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳା ଙ୍କ ସନ୍ଧି ପୂଜା ରେ ବଳିପ୍ରଥା ର ରହସ୍ୟ

ଝଙ୍କଡ଼, ୧/୧୦,: ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ର ଉଦଯାପନ ଉତ୍ସବ ଉପଲକ୍ଷେ , ମହାଷ୍ଟମୀ ଦିନ ରାତି ୩ ଟା ବେଳେ, ପ୍ରସିଦ୍ଧ ପ୍ରାଚୀନ ଶକ୍ତିପୀଠ, ତଥା ମା ନୀଳସରସ୍ଵତୀ ଙ୍କ ତନ୍ତ୍ରପୀଠ ଭାବେ ପ୍ରତିଷ୍ଠିତ ଏହି ପୀଠ ରେ କେଉଁ ଆବହମାନ କାଳରୁ ବଳିପ୍ରଥାର ପ୍ରଚଳନ ହୋଇ ଆସୁଥିଲା। ଅଷ୍ଟମୀ ଓ ନବମୀ ର ସନ୍ଧି କ୍ଷଣ ରେ ଏହି ଗୁପ୍ତ ପୂଜା ହେଉଥିବାରୁ ଏହାକୁ ସନ୍ଧିପୂଜା ନାମରେ ଅଭିହିତ କରାଯାଇଥାଏ। ଏହି ସନ୍ଧିପୂଜା […]

ସଂପୂର୍ଣ୍ଣ ପଢନ୍ତୁ

ବଢିବ ନାହିଁ EMI, RBI ଦେଲା ଆଶ୍ୱସ୍ତିକର ଖବର

ନୂଆଦିଲ୍ଲୀ,୧/୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରିନାହିଁ। ଏହାକୁ ୫.୫% ରେ ଅପରିବର୍ତ୍ତିତ ରଖିଛି। ମୁଦ୍ରା ନୀତି କମିଟି (MPC) ର ତିନି ଦିନିଆ ବୈଠକ ପରେ, RBI ଗଭର୍ନର ସଞ୍ଜୟ ମାଲହୋତ୍ରା ଆଜି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ପୂର୍ବ MPC ବୈଠକରେ ମଧ୍ୟ ସୁଧ ହାର ଅପରିବର୍ତ୍ତିତ ରଖାଯାଇଥିଲା। ଏହି ନିଷ୍ପତ୍ତି ବିଶ୍ୱ ଆର୍ଥିକ ଅନିଶ୍ଚିତତା ସମୟରେ ଆସିଛି। ଘରୋଇ ସ୍ତରରେ, GST ସଂସ୍କାର ଏବଂ […]

ସଂପୂର୍ଣ୍ଣ ପଢନ୍ତୁ